ବିରାଟଙ୍କ ୧୦୦ତମ ଟେଷ୍ଟରେ ଟସ୍‌ ଜିତିଲେ ରୋହିତ

ମୋହାଲି: ପୂରା କ୍ରିକେଟ ପ୍ରେମୀ ଅପେକ୍ଷା କରିଥିବା ସେହି ବହୁ ପ୍ରତିକ୍ଷୀତ ମହୂର୍ତ୍ତ ଶେଷରେ ଆସି ଯାଇଛି। କ୍ରିକେଟର କିଙ୍ଗ ବିରାଟ କୋହଲି ଆଜି ନିଜର ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଛନ୍ତି। ବିରାଟଙ୍କ ଏହି ୧୦୦ତମ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତିଛନ୍ତି। ଏହା ମଧ୍ୟ ଅଧିନାୟକ ଭାବେ ରୋହିତଙ୍କ ପ୍ରଥମ ଟେଷ୍ଟ। ପ୍ରଥମ ଟେଷ୍ଟ କ୍ୟାପ୍ଟେନ୍ସିରେ ସେ ଟସ୍‌ ଜିତି ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। […]

Virat

Virat

Hemant Lenka
  • Published: Friday, 04 March 2022
  • Updated: 04 March 2022, 09:23 AM IST

Sports

Latest News

ମୋହାଲି: ପୂରା କ୍ରିକେଟ ପ୍ରେମୀ ଅପେକ୍ଷା କରିଥିବା ସେହି ବହୁ ପ୍ରତିକ୍ଷୀତ ମହୂର୍ତ୍ତ ଶେଷରେ ଆସି ଯାଇଛି। କ୍ରିକେଟର କିଙ୍ଗ ବିରାଟ କୋହଲି ଆଜି ନିଜର ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଛନ୍ତି। ବିରାଟଙ୍କ ଏହି ୧୦୦ତମ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତିଛନ୍ତି।

ଏହା ମଧ୍ୟ ଅଧିନାୟକ ଭାବେ ରୋହିତଙ୍କ ପ୍ରଥମ ଟେଷ୍ଟ। ପ୍ରଥମ ଟେଷ୍ଟ କ୍ୟାପ୍ଟେନ୍ସିରେ ସେ ଟସ୍‌ ଜିତି ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୋହଲି ସବୁବେଳେ ହାଇସ୍କୋରିଂ ପିଚ୍‌ ଭାବେ ଜଣାଶୁଣା। ତେଣୁ ଏଠାରେ ଭାରତ ଟସ୍‌ ଜିତିବା ଭଲ ସଙ୍କେତ।

ମୋହାଲିରେ ପ୍ରଥମ ଇନିଂସ ଆଭରେଜ ସ୍କୋର ୩୫୫ ଥିବା ବେଳେ ଦ୍ୱିତୀୟ ଇନିଂସରେ ଏହା ୩୭୯। ସେହିପରି ତୃତୀୟ ଓ ୪ର୍ଥ ଇନିଂସରେ ଆଭରେଜ ସ୍କୋର ଯଥାକ୍ରମେ ୨୭୦ ଓ ୧୨୯। ତେଣୁ ୪ର୍ଥ ଇନିଂସରେ ବ୍ୟାଟିଂ କରିବା ସହଜ ହେବନି। ତେଣୁ ରୋହିତ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବ ବୋଲି ନିଷ୍ପତ୍ତି ନେଇଛନ୍ତି।

ଟସ୍‌ ବେଳେ ରୋହିତ କହିଛନ୍ତି, “ଭାରତର ଅଧିନାୟକ ହେବା ଗର୍ବ ଓ ସମ୍ମାନର ବିଷୟ। ମୁଁ କେବେ ହେଲେ ଏକଥା ସ୍ୱପ୍ନରେ ଭାବିନଥିଲି। ଆଗକୁ ଭଲ ହେବ ବୋଲି ଆଶା। ଆଜି ବେଶ ସ୍ୱତନ୍ତ୍ର ଦିନ। କାରଣ ବିରାଟଙ୍କର ଆଜି ୧୦୦ତମ ଟେଷ୍ଟ। ବହୁତ କମ ଖେଳାଳି ଏପରି ମାଇଲଖୁଣ୍ଟ ସ୍ଥାପନ କରିବାକୁ ସକ୍ଷମ ହୋଇଛନ୍ତି। ଆମ ଦଳରେ ୩ ଜଣ ସ୍ପିନର ଓ ୨ ସ୍ପିନର ଅଛନ୍ତି।”

ଭାରତ ପକ୍ଷରୁ ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲ ଇନିଂସ ଆରମ୍ଭ କରିବେ। ଏହାପରେ ହନୁମା ବିହାରୀ, ବିରାଟ କୋହଲି, ଶ୍ରେୟସ ଆୟର ଓ ଋଷଭ ପନ୍ତ ରହିଛନ୍ତି। ୭ନଂ ସ୍ଥାନରେ ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରିବେ। ୮ନଂରେ ରବି ଅଶ୍ୱିନୀ, ୯ନଂରେ ଜୟନ୍ତ ଯାଦବ, ୧୦ନଂରେ ମହମ୍ମଦ ଶାମି ଓ ୧୧ନଂରେ ଯଶପ୍ରୀତ ବୁମ୍ରା ରହିଛନ୍ତି।

ଶ୍ରୀଲଙ୍କା କଥା ବିଚାରକୁ ନେଲେ ଅଧିନାୟକ ଦିମୁତ କରୁଣାରତ୍ନେ ଲାହିରୁ ଥିରିମାନେ ଇନିଂସ ଆରମ୍ଭ କରିବେ। ଏହାବାଦ ପାଥୁମ ନିଶାଙ୍କା, ଭେଟରାନ ଆଞ୍ଜେଲୋ ମାଥ୍ୟୁସ୍, ଧନଞ୍ଜୟ ଡି’ସିଲଭା, ଚରିତ ଅସଲାଙ୍କା, ନିରୋଶାନ୍ ଡିକୱେଲା (ୱିକେଟ୍ କିପର), ସୁରଙ୍ଗା ଲାକମଲ, ଲସିଥ ଏମ୍ବୁଲଡେନିୟା, ବିଶ୍ୱ ଫର୍ଣ୍ଣାଣ୍ଡୋ ଓ ଲାହିରୁ କୁମାରା ଦଳରେ ରହିଛନ୍ତି।

ଭାରତ: ରୋହିତ ଶର୍ମା (କ୍ୟାପଟେନ୍), ମୟଙ୍କ ଅଗ୍ରୱାଲ୍, ହନୁମା ବିହାରୀ, ବିରାଟ୍ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ୍, ଜୟନ୍ତ ଯାଦବ, ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରା।

ଶ୍ରୀଲଙ୍କା: ଦିମୁତ କରୁଣାରତ୍ନେ (କ୍ୟାପଟେନ୍), ଲାହିରୁ ଥିରିମାନେ, ପାଥୁମ ନିଶାଙ୍କ, ଆଞ୍ଜେଲୋ ମାଥ୍ୟୁସ୍, ଧନଞ୍ଜୟ ଡି’ସିଲଭା, ଚରିତ ଅସଲାଙ୍କା, ନିରୋଶାନ୍ ଡିକୱେଲା (ୱିକେଟ୍ କିପର), ସୁରଙ୍ଗା ଲାକମଲ, ଲସିଥ ଏମ୍ବୁଲଡେନିୟା, ବିଶ୍ୱ ଫର୍ଣ୍ଣାଣ୍ଡୋ, ଲାହିରୁ କୁମାରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story