୨୦୧୬, ୨୦୧୯ ଓ ଟେଷ୍ଟ ଚାମ୍ପିୟନଶିପର ପ୍ରତିଶୋଧ ନେବ କି ଟିମ୍‌ ଇଣ୍ଡିଆ

ଦୁବାଇ: ଆସନ୍ତାକାଲି ଟି-୨୦ ବିଶ୍ୱକପର କର ବା ମର ମ୍ୟାଚ୍‌ରେ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଟିମ ଇଣ୍ଡିଆ। ପାକିସ୍ତାନ ଠାରୁ ପ୍ରଥମ ମ୍ୟାଚ୍‌ ହାରି ବ୍ୟାକଫୁଟରେ ଥିବା ଭାରତକୁ ଆସନ୍ତାକାଲି ବିଜୟ ଜରୁରୀ। ନ୍ୟୁଜିଲ୍ୟାଣ୍ଡ ମଧ୍ୟ ପାକିସ୍ତାନ ଠାରୁ ପ୍ରଥମ ମ୍ୟାଚ୍‌ରେ ହାରିଥିଲା। ତେଣୁ ଉଭୟ ଟିମ୍‌ ପାଇଁ ଆସନ୍ତାକାଲିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ରବିବାର ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଦୁବାଇରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏଥିପାଇଁ ସବୁ କିଛି ପ୍ରସ୍ତୁତ। କିନ୍ତୁ ନ୍ୟୁଜିଲ୍ୟାଣ୍ଡକୁ […]

Virat1

Virat1

Hemant Lenka
  • Published: Saturday, 30 October 2021
  • Updated: 30 October 2021, 04:57 PM IST

Sports

Latest News

ଦୁବାଇ: ଆସନ୍ତାକାଲି ଟି-୨୦ ବିଶ୍ୱକପର କର ବା ମର ମ୍ୟାଚ୍‌ରେ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଟିମ ଇଣ୍ଡିଆ। ପାକିସ୍ତାନ ଠାରୁ ପ୍ରଥମ ମ୍ୟାଚ୍‌ ହାରି ବ୍ୟାକଫୁଟରେ ଥିବା ଭାରତକୁ ଆସନ୍ତାକାଲି ବିଜୟ ଜରୁରୀ। ନ୍ୟୁଜିଲ୍ୟାଣ୍ଡ ମଧ୍ୟ ପାକିସ୍ତାନ ଠାରୁ ପ୍ରଥମ ମ୍ୟାଚ୍‌ରେ ହାରିଥିଲା। ତେଣୁ ଉଭୟ ଟିମ୍‌ ପାଇଁ ଆସନ୍ତାକାଲିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ।

ରବିବାର ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଦୁବାଇରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏଥିପାଇଁ ସବୁ କିଛି ପ୍ରସ୍ତୁତ। କିନ୍ତୁ ନ୍ୟୁଜିଲ୍ୟାଣ୍ଡକୁ ହରାଇବା ଭାରତ ପାଇଁ ବେଶ କାଠିକର ପାଠ। ଦୀର୍ଘ ବର୍ଷ ହେଲାଣି ଆଇସିସି ଇଭେଣ୍ଟରେ ଭାରତର ପ୍ରଦର୍ଶନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭଲ ନାହିଁ। ସେହିପରି ବିଶ୍ୱକପରେ ଭାରତ ଶେଷଥର ପାଇଁ ୨୦୦୩ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା। ୨୦୧୬ ଟି-ବିଶ୍ୱକପ, ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲ ଓ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତକୁ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବାକୁ ପଡ଼ିଛି।

ଆସନ୍ତାକାଲି କ’ଣ ଭାରତ ଏସବୁର ବଦଲା ନେଇପାରିବ? ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳା ଯାଇଥିବା ଶେଷ ୬ ମ୍ୟାଚ୍‌କୁ ଦେଖିଲେ କ୍ୱିୱି ଟିମ୍‌ର ପଲ୍ଲାଭାରି ରହିଛି। ୬ଟି ମ୍ୟାଚରୁ ନ୍ୟୁଜିଲ୍ୟାଣ୍ଡ ୫ଟି ଜିତିଥିବା ବେଳେ ଭାରତ ୨୦୦୩ ବିଶ୍ୱକପରେ ଗୋଟିଏ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି। ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲେ ମଧ୍ୟ ଏକମାତ୍ର ଦଳ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରି ଥିଲା।

କିନ୍ତୁ ଏବେ ସମୟ ବଦଳିଛି। ଭାରତକୁ ମଧ୍ୟ ଚଳିତ ବିଶ୍ୱକପର ସେମି ଫାଇନାଲକୁ ଯିବା ହେଲେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ଜିତିବା ନିହାତି ଜରୁରୀ। ୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ଟିମ ଇଣ୍ଡିଆ ୭ ୱିକେଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲେ। କିନ୍ତୁ ୨୦୧୯ ଦିନିକିଆ ବିଶ୍ୱକପ ସେମିରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା।

୨୦୦୭ ଆଇସିସି ଟି-୨୦

ପ୍ରଥମଥର ପାଇଁ ୨୦୦୭ରେ ଟି-୨୦ ବିଶ୍ୱକପ ଖେଳାଯାଇଥିଲା। ଭାରତ ଚାମ୍ପିୟନ ମଧ୍ୟ ହୋଇଥିଲା। କିନ୍ତୁ ଲିଗ୍‌ ପର୍ଯ୍ୟାୟରେ ଭାରତକୁ ନ୍ୟୁଜିଲ୍ୟାଣ୍ଡ ଠାରୁ ୧୦ ରନ୍‌ରେ ପରାସ୍ତ କରିଥିଲା। ୧୯୧ ରନ୍‌ର ଟାର୍ଗେଟ ପାଇଥିବା ଭାରତ ପାଇଁ ଗୌତମ ଗମ୍ଭୀର ଓ ବୀରେନ୍ଦ୍ର ସେହୱାଗ ୫.୪ ଓଭର୍‌ରେ ୭୬ ରନ୍‌ ଯୋଡ଼ିଥିଲେ। କିନ୍ତୁ ଡାନିଏଲ ଭେଟ୍ଟୋରୀଙ୍କ ଘାତକ ବୋଲିଂ ଯୋଗୁ ଭାରତ ୧୦ ରନ୍‌ ପଛରେ ରହି ଯାଇଥିଲା।

୨୦୧୬ ଆଇସିସି ଟି-୨୦

ଏହି ବିଶ୍ୱକପରେ ଭାରତ ଟ୍ରଫି ଜିତିବାର ପ୍ରବଳ ଦାବିଦାର ଥିଲା। କାରଣ ବିଶ୍ୱକପ ଭାରତରେ ଅନୁଷ୍ଠିତ ହେଉଥିଲା। ଏପରି କି ଦଳ ସେମିରେ ମଧ୍ୟ ପ୍ରବେଶ କରିଥିଲା। ହେଲେ ନାଗପୁରରେ ଖେଳା ଯାଉଥିବା ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଏକତରଫା ଭାବେ ଭାରତକୁ ହରାଇ ଦେଇଥିଲା। ନ୍ୟୁଜିଲ୍ୟାଣ୍ଡ ୧୨୬ ରନ୍‌ କରିଥିବା ବେଳେ ଭାରତ ମାତ୍ର ୭୯ ରନ୍‌ର ଅଲଆଉଟ ହୋଇଯାଇଥିଲା।

୨୦୧୯ ଦିନିକିଆ ବିଶ୍ୱକପ

ବର୍ଷା ଯୋଗୁ ଦିନିକିଆ ବିଶ୍ୱକପର ସେମି ଫାଇନାଲ ଦୁଇ ଦିନ ଖେଳା ଯାଇଥିଲା। ଗୋଟିଏ ପଟେ ଭାରତ ଥିବା ବେଳେ ଅନ୍ୟପଟେ ଥିଲା ନ୍ୟୁଜିଲ୍ୟାଣ୍ଡ। ଭାରତକୁ ମାତ୍ର ୨୪୦ ରନ୍‌ର ଟାର୍ଗେଟ ମିଳିଥିବାରୁ ବିରାଟ କୋହଲିଙ୍କ ଦଳ ଜିତିବ ବୋଲି କୁହାଯାଉଥିଲା। ହେଲେ କ୍ୱିୱି ଟିମ୍‌ ବିପକ୍ଷରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶେଷରେ ଦଳକୁ ପରାଜୟବରଣ କରିବାକୁ ପଡ଼ିଥିଲା।

୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ

ବର୍ଷା ଯୋଗୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ସଂରକ୍ଷଣ ଦିବସକୁ ଯାଇଥିଲା। ଭାରତ ଦ୍ୱିତୀୟ ଇନିଂସ୍‌ରେ ମାତ୍ର ୧୭୦ ରନ୍‌ କରିବା ପରେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ କରିଥିଲା। ମ୍ୟାଚ୍‌ର ଶେଷ ଦିନରେ ନ୍ୟୁଜିଲ୍ୟାଣ୍ଡ ୨ ୱିକେଟ ହରାଇ ଧାର୍ଯ୍ୟ ୧୩୯ ରନ୍‌ର ଟାର୍ଗେଟକୁ ହାସଲ କରି ନେଇଥିଲା। ଏଥିସହ ଭାରତର ଟ୍ରଫି ଜିତିବାର ସ୍ୱପ୍ନ ଅଧା ରହି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story