ପ୍ରଥମ ଦିନିକିଆରେ ଟସ୍‌ ଜିତିଲା ଭାରତ, ଖେଳୁ ନାହାନ୍ତି ବିରାଟ

ଲଣ୍ଡନ: ଟି-୨୦ ସିରିଜକୁ ୨-୧ରେ ଜିତିବା ପରେ ଆଜି ଭାରତ ପ୍ରତିପକ୍ଷ ଇଂଲଣ୍ଡ ବିପକ୍ଷରେ ଦିନିକିଆ ଲଢ଼େଇ ପାଇଁ ମୈଦାନକୁ ଓହ୍ଲାଇଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଜୋଶ ବଟଲରଙ୍କ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବ। ଆହତ ଯୋଗୁ ଆଜି ବିରାଟ କୋହଲି ଚୂଡ଼ାନ୍ତ ଏକାଦଶରେ ନାହାନ୍ତି। ଭାରତ ୫ ଜଣ ବ୍ୟାଟର, ୨ ଜଣ ଅଲରାଉଣ୍ଡର ଓ […]

Toss

Toss

Hemant Lenka
  • Published: Tuesday, 12 July 2022
  • Updated: 12 July 2022, 05:19 PM IST

Sports

Latest News

ଲଣ୍ଡନ: ଟି-୨୦ ସିରିଜକୁ ୨-୧ରେ ଜିତିବା ପରେ ଆଜି ଭାରତ ପ୍ରତିପକ୍ଷ ଇଂଲଣ୍ଡ ବିପକ୍ଷରେ ଦିନିକିଆ ଲଢ଼େଇ ପାଇଁ ମୈଦାନକୁ ଓହ୍ଲାଇଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଜୋଶ ବଟଲରଙ୍କ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବ।

ଆହତ ଯୋଗୁ ଆଜି ବିରାଟ କୋହଲି ଚୂଡ଼ାନ୍ତ ଏକାଦଶରେ ନାହାନ୍ତି। ଭାରତ ୫ ଜଣ ବ୍ୟାଟର, ୨ ଜଣ ଅଲରାଉଣ୍ଡର ଓ ୪ ଜଣ ବୋଲରଙ୍କ କମ୍ବିନେସନ ସହ ପଡ଼ିଆକୁ ଓହ୍ଲାଇଛି। ବିରାଟ ନଥିବାରୁ ୩ନଂରେ ଶ୍ରେୟସ ଆୟର ଭାରତୀୟ ବ୍ୟାଟିଂ ଲାଇନ ଅପକୁ ସମ୍ଭାଳିବେ। ସେହିପରି ରୋହିତଙ୍କ ସହ ଶିଖର ଧୱନ ଇନିଂସ ଆରମ୍ଭ କରିବେ। ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ପ୍ରସିଦ୍ଧ କ୍ରିଷ୍ଣା ଦ୍ରୁତ ବୋଲିଂର ମଙ୍ଗ ସମ୍ଭାଳିବେ। ଏମାନଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି। ସେହିପରି ୟୁଜବେନ୍ଦର ଚହଲ ଓ ରବୀନ୍ଦ୍ର ଜାଡେଜା ସ୍ପିନ ବାହିନୀର ନେତୃତ୍ୱ ନେଉଛନ୍ତି। ଦଳରେ ସୂର୍ଯ୍ୟ କୁମାର ଯାଦବ ଓ ଋଷଭ ପନ୍ତ ରହିଛନ୍ତି।

ଇଂଲଣ୍ଡ ମଧ୍ୟ ଲଣ୍ଡନର ଓଭାଲରେ ପ୍ରଥମେ ବୋଲିଂ କରିବାକୁ ଲକ୍ଷ୍ୟ ରଖିଥିବା ଟସ୍‌ ହାରିବା ପରେ ଜୋଶ ବଟଲର କହିଛନ୍ତି। ଓଭାଲରେ ଇଂଲଣ୍ଡ କ୍ରମାଗତ ୭ଟି ଦିନିକିଆ ମ୍ୟାଚ ଜିତିଛି। ତେଣୁ ଭାରତ ବିପକ୍ଷରେ ମଧ୍ୟ ଦଳ ସେହି ରେକର୍ଡକୁ ବଜାୟୀ ରଖିବାକ ମୁଡରେ ରହିଛି। ଇଂଲଣ୍ଡ ୪ ଦ୍ରୁତ ବୋଲରଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖିଛି। କ୍ରେଗ ଓଭରଟନ, ଡାଭିଡ ୱିଲ୍ଲୀ, ବ୍ରାୟଡନ କାରସେ ଓ ରିସି ଟପଲେ ଦ୍ରୁତ ବୋଲିଂ ମଙ୍ଗ ସମ୍ଭାଳିବେ। ମୋଇନ ଅଲୀ ଓ ଲିଆମ ଲିଭିଙ୍ଗଷ୍ଟୋନ ସ୍ପିନ ବୋଲିଂ ସହ ବ୍ୟାଟିଂ କରିବେ। ଜୋ ରୁଟ, ଜନ୍ନି ବେୟାରଷ୍ଟୋ ଓ ବେନ ଷ୍ଟୋକ୍ସ ଦଳକୁ ଫେରିଥିବାରୁ ଦଳ ବେଶ ଶକ୍ତିଶାଳୀ ହୋଇଛି। ଏମାନଙ୍କ ବ୍ୟତୀତ ବଟଲର ଓ ଜେସନ ରୟ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos