ବର୍ଷା ଧୋଇଦେଲା ନିର୍ଣ୍ଣାୟକ ଟି-୨୦, ଡ୍ରରେ ସରିଲା ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍‌

ବେଙ୍ଗାଲୁରୁ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ର ନିର୍ଣ୍ଣାୟକ ମୁକାବିଲା ବର୍ଷା ଯୋଗୁ ଧୋଇ ହୋଇଯାଇଛି। ଫଳରେ ସିରିଜ୍‌ ୨-୨ରେ ଡ୍ର ହୋଇଛି। ଉଭୟ ଦଳ ଟ୍ରଫି ଶେୟାର କରିଛନ୍ତି। ବେଙ୍ଗାଲୁରୁର ନିର୍ଣ୍ଣାୟକ ଲଢ଼େଇ ପୂର୍ବରୁ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚ୍‌ ଜିତଥିବା ବେଳେ ଭାରତ ବାକି ୨ଟି ମ୍ୟାଚ୍‌ ଜିତିଥିଲା। ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦମଦାର ଲଢ଼େଇ ହେବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ବର୍ଷା ସବୁ ଯୋଜନାରେ […]

Rain

Rain

Hemant Lenka
  • Published: Sunday, 19 June 2022
  • Updated: 19 June 2022, 10:39 PM IST

ବେଙ୍ଗାଲୁରୁ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ର ନିର୍ଣ୍ଣାୟକ ମୁକାବିଲା ବର୍ଷା ଯୋଗୁ ଧୋଇ ହୋଇଯାଇଛି। ଫଳରେ ସିରିଜ୍‌ ୨-୨ରେ ଡ୍ର ହୋଇଛି। ଉଭୟ ଦଳ ଟ୍ରଫି ଶେୟାର କରିଛନ୍ତି। ବେଙ୍ଗାଲୁରୁର ନିର୍ଣ୍ଣାୟକ ଲଢ଼େଇ ପୂର୍ବରୁ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚ୍‌ ଜିତଥିବା ବେଳେ ଭାରତ ବାକି ୨ଟି ମ୍ୟାଚ୍‌ ଜିତିଥିଲା।

ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦମଦାର ଲଢ଼େଇ ହେବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ବର୍ଷା ସବୁ ଯୋଜନାରେ ପାଣି ପକାଇ ଦେଇଛି। ବର୍ଷା ଯୋଗୁ ଆଜିର ମ୍ୟାଚ୍ ପ୍ରାୟ ୫୦ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା। ଏଥିସହ ମ୍ୟାଚକୁ ୧୯ ଓଭର ବିଶିଷ୍ଟ କରାଯାଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଦ୍ୱିତୀୟ ଥର ବର୍ଷା ଆରମ୍ଭ ହେବା ବେଳକୁ ୩.୩ ଓଭର୍‌ରେ ୨ ୱିକେଟ ହରାଇ ୨୮ ରନ୍‌ କରିଥିଲା।

ଈଶାନ କିଶନ ୭ ବଲରେ ୧୫ ଓ ଋତୁରାଜ ଗାଏକ୍ୱାଡ ୧୨ ବଲରେ ୧୦ ରନ୍‌ କରି ଆଉଟ ହୋଇଥିଲେ। ଉଭୟଙ୍କ ୱିକେଟ ଲୁଙ୍ଗି ଏନଗିଡି ନେଇଥିଲା। ଶ୍ରେୟସ ଗୋଟିଏ ବଲ ଓ ଋଷଭ ପନ୍ତ ଗୋଟିଏ ବଲ ଖେଳିଥିବା ବେଳେ ପୁଣି ବର୍ଷା ଆରମ୍ଭ ହୋଇଥିଲା। ଏଥିପାଇଁ ଅମ୍ପାୟାର ମ୍ୟାଚକୁ ସ୍ଥଗିତ କରିଥିଲେ। ଲାଗୁଥିଲା ବର୍ଷା ଛାଡ଼ିଗଲେ ମ୍ୟାଚ୍‌ ପୁଣି ଆରମ୍ଭ ହେବ। ହେଲେ ବର୍ଷା ଦୀର୍ଘ ଘଣ୍ଟା ଧରି ଲାଗି ରହିବାରୁ ଦୁଇ ଅମ୍ପାୟାର ବାଧ୍ୟ ହୋଇ ମ୍ୟାଚ୍‌କୁ ବାତିଲ କରିଛନ୍ତି। ନିର୍ଣ୍ଣାୟକ ମ୍ୟାଚ୍‌ ବାତିଲ ହୋଇଥିବାରୁ କୌଣସି ଦଳ ସିରିଜ୍‌ ଜିତିବାକୁ ସକ୍ଷମ ହୋଇ ନାହାନ୍ତି। ପୂରା ସିରିଜରେ ୬ଟି ୱିକେଟ ନେଇଥିବା ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

Keshav Maharaj and Rishabh Pant pose with the trophy after the series was squared at 2-2, India vs South Africa, 5th T20I, Bengaluru, June 19, 2022

୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଦିଲ୍ଲୀରେ ଖେଳା ଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଥିଲା। ଦ୍ୱିତୀୟ ଟି-୨୦ କଟକର ବାରବାଟୀରେ ଖେଳା ଯାଇଥିଲେ ହେଁ ଭାରତ କମବ୍ୟାକ କରି ପାରି ନଥିଲା। ଲଗାତର ୨ଟି ମ୍ୟାଚ୍‌ ହାରି ଋଷଭ ପନ୍ତଙ୍କ କ୍ୟାପ୍ଟେନ୍ସିରେ ପ୍ରଥମ ଥର ଖେଳୁଥିବା ଭାରତ ସିରିଜ୍‌ରେ ୦-୨ରେ ପଛୁଆ ହୋଇ ଯାଇଥିଲା।

କିନ୍ତୁ ଏହି ଯୁବ ବାହିନୀ ହାର ମାନିବା ମୁଡରେ ନଥିଲା। ଟିମ୍‌ ଇଣ୍ଡିଆର ଯୁବ ବ୍ରିଗେଡ ବିଶାଖାପଟନମରେ ଜବରଦସ୍ତ କମବ୍ୟାକ୍‌ କରିଥିଲେ। ଏଠାରେ ବିଜୟ ସହ ଦଳ ସିରିଜକୁ ୧-୨କୁ ଆଣିଥିଲେ। ରାଜକୋଟରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିବା ପରେ ୫ ଟିକିଆ ସିରିଜ୍‌ ୨-୨ରେ ବରାବର ହୋଇ ଯାଇଥିଲା। ଆଜି ମଧ୍ୟ ଦଳ ସେ ଧାରାକୁ ବଜାୟୀ ରଖିବା ମୁଡରେ ମୈଦାନକୁ ଓହ୍ଲାଇଥିଲା। କିନ୍ତୁ ବର୍ଷା ସବୁ କିଛି ବେକାର କରି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story