କାଲିଠୁ ଭାରତର ଶ୍ରୀଲଙ୍କା ପରୀକ୍ଷା, ଟିମ୍‌ କମ୍ବିନେସନ ଉପରେ ନଜର

କଲମ୍ବୋ: ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ଆସନ୍ତାକାଲି ଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ପ୍ରଥମେ ଏହି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍ ୧୩ ଜୁଲାଇରୁ ଆରମ୍ଭ ହେବାର ଥିଲା। କିନ୍ତୁ ଶ୍ରୀଲଙ୍କା କ୍ୟାମ୍ପରେ କରୋନା ପଶିବାରୁ ୫ ଦିନ ବିଳମ୍ବରେ ଅର୍ଥାତ ଜୁଲାଇ ୧୮ରୁ ଏହା ଆରମ୍ଭ ହେବ। ଶ୍ରୀଲଙ୍କାର ଆର ପ୍ରେମାଦାସା ଷ୍ଟାଡିୟମରେ ଭାରତୀୟ ସମୟ ଦିନ ୩ଟାରେ ମ୍ୟାଚ୍ ଖେଳାଯିବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତ ଶେଷ […]

India

India

Hemant Lenka
  • Published: Saturday, 17 July 2021
  • Updated: 17 July 2021, 08:22 PM IST

Sports

Latest News

କଲମ୍ବୋ: ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ଆସନ୍ତାକାଲି ଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ପ୍ରଥମେ ଏହି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍ ୧୩ ଜୁଲାଇରୁ ଆରମ୍ଭ ହେବାର ଥିଲା। କିନ୍ତୁ ଶ୍ରୀଲଙ୍କା କ୍ୟାମ୍ପରେ କରୋନା ପଶିବାରୁ ୫ ଦିନ ବିଳମ୍ବରେ ଅର୍ଥାତ ଜୁଲାଇ ୧୮ରୁ ଏହା ଆରମ୍ଭ ହେବ।

ଶ୍ରୀଲଙ୍କାର ଆର ପ୍ରେମାଦାସା ଷ୍ଟାଡିୟମରେ ଭାରତୀୟ ସମୟ ଦିନ ୩ଟାରେ ମ୍ୟାଚ୍ ଖେଳାଯିବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତ ଶେଷ ହୋଇଛି। ଭାରତ ଏହି ଗସ୍ତରେ ଶ୍ରୀଲଙ୍କା ସହ ପ୍ରଥମେ ୩ଟି ଦିନିକିଆ ଓ ପରେ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍‌ ଖେଳିବ।

କରୋନା ପାଇଁ ଭାରତର ସିନିୟର ଟିମ୍‌ ଏବେ ଇଂଲଣ୍ଡ ଗସ୍ତରେ ଅଛି। ଏଥିପାଇଁ ଶିଖର ଧୱନଙ୍କ ନେତୃତ୍ୱରେ ଆଉ ଗୋଟିଏ ଟିମ୍‌ ଶ୍ରୀଲଙ୍କା ଗସ୍ତ କରିଛି। ତେଣୁ ଧୱନ ଆଣ୍ଡ କୋ ପ୍ରଥମ ସିରିଜ୍‌ ବିଜୟ ଲକ୍ଷ୍ୟ ନେଇ ଆସନ୍ତାକାଲି ପଡ଼ିଆକୁ ଓହ୍ଲାଇବେ। ଟିମ୍‌ର ଧୱନଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ତ୍ୟା ଓ ଭୁବନେଶ୍ୱର କୁମାରଙ୍କ ଭଳି ବରିଷ୍ଠ ଖେଳାଳି ଅଛନ୍ତି।

ଏହାବାଦ ସିନିୟର ଟିମ୍‌ ସହ ଖେଳି ଅଭିଜ୍ଞତା ହାସଲ କରିଥିବା କୁଲଦୀପ ଯାଦବ ଓ ୟୁଜବେନ୍ଦର ଚହଲ ବି ଅଛନ୍ତି। ତେବେ ଅନ୍ୟ ସମସ୍ତେ ଯୁବ ଖେଳାଳି। ଏମାନେ କେମିତି ଶ୍ରୀଲଙ୍କାକୁ ତା’ର ଘରୋଇ ମାଟିରେ ପରାସ୍ତ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର।ସେହିପରି ଟିମ୍‌ କମ୍ବିନେସନ ଉପରେ ସମସ୍ତଙ୍କ ନଜର ରହିବ।

ଆସନ୍ତାକାଲି ପ୍ରଥମ ଦିନିକିଆରେ ଶିଖର ଧୱନଙ୍କ ସହ ପୃଥ୍ୱୀ ଶ’ ଇନିଂସ ଆରମ୍ଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ବରିଷ୍ଠତା ଦୃଷ୍ଟିରୁ ହାର୍ଦ୍ଦିକ ଓ ଭୁବନେଶ୍ୱର କୁମାର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ। ବାକି ସ୍ଲଟ ପାଇଁ ଏକାଧିକ ଦାବିଦାର ରହିଛି। ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ ନଂ ୩ ସ୍ଲଟରେ ଦେବଦତ୍ତ ପାଡିକ୍କଲ ନା ଋତୁତରାଜ ଗାଏକ୍ୱାଡଙ୍କୁ ସ୍ଥାନ ଦେବ? ସୂର୍ଯ୍ୟ କୁମାର ଯାଦବ ଓ ମନୀଷ ପାଣ୍ଡେ ମଧ୍ୟ ସ୍କ୍ୱାଡରେ ଅଛନ୍ତି। ତେଣୁ ଏହି ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ହିଁ କାଲିର ମ୍ୟାଚ୍‌ରେ ସୁଯୋଗ ମିଳିବ।

ୱିକେଟ କିପିଂ ଦାୟିତ୍ୱ କାହାକୁ ମିଳିବ? ଦଳ ପାଖରେ ଈଶାନ କିଷନ ଓ ସଞ୍ଜୁ ସାମସନ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ କାଲିର ମ୍ୟାଚ୍‌ ଖେଳିବେ। ୬ନଂରେ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିବେ। ସେହିପରି ୭ନଂରେ କୃନାଲ ପାଣ୍ଡ୍ୟା କିମ୍ବା  କ୍ରିଷ୍ଣାପ୍ପା ଗୌତମଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ।

୮ନଂରେ ଦୀପକ ଚହର, ୯ନଂରେ ଭୁବନେଶ୍ୱର କୁମାର, ୧୦ ନଂରେ କୁଲଦୀପ ଯାଦବ ଓ ୧୧ନଂରେ ୟୁଜବେନ୍ଦର ଚହଲଙ୍କୁ ସୁଯୋଗ ମିଳିପାରେ। ଯଦି ଦଳ କୁଲଦୀପ କିମ୍ବା ଚହଲଙ୍କ ମଧ୍ୟରୁ ଜଣଙ୍କୁ ଖେଳାଇବ, ତା’ହେଲେ ଚୂଡ଼ାନ୍ତ ଏକାଦଶରେ ଉଭୟ କୃନାଲ ଓ ଗୌତମଙ୍କୁ ଖେଳାଇବାକୁ ପଡ଼ିବ। କାରଣ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବେ କି ନାହିଁ, ସେକଥା ଏଯାଏ ଜଣାପଡ଼ିନି। ତେଣୁ ଦଳ ୫ ବୋଲର, ୫ ବ୍ୟାଟସମ୍ୟାନ ଓ ଜଣେ ୱିକେଟ କିପରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତ ୨୦୧୨ରୁ କେବେ ହେଲେ ଶ୍ରୀଲଙ୍କାରେ ଦଳ ସିରିଜ ହାରିନି। ତେଣୁ ଏହି ରେକର୍ଡକୁ କାଏମ ରଖିବା ପାଇଁ ଧୱନ ଆଣ୍ଡ କୋ ଲକ୍ଷ୍ୟ ରଖିବେ।

ଅନ୍ୟପକ୍ଷରେ ଆହତ ଓ ବିଶୃଙ୍ଖଳା ଆଚରଣ ପାଇଁ ଶ୍ରୀଲଙ୍କା ବରିଷ୍ଠ ଖେଳାଳିଙ୍କୁ ହରାଇଛି। ୪ ବର୍ଷ ମଧ୍ୟରେ ୧୦ମ କ୍ୟାପ୍ଟେନ ଭାବେ ଦାସୁନ ଶନକା ଦଳର କମାଣ ସମ୍ଭାଳିବେ। ଆହତ କାରଣରୁ କୁଶଲ ପରେରା ବାଦ୍ ପଡ଼ିଥିବାରୁ ଅଲରାଉଣ୍ଡର ଶନକାଙ୍କୁ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତି ଦିଆଯାଇଛି। ଧନଞ୍ଜୟ ଡି’ସିଲଭାଙ୍କୁ ଟିମର ଭାଇସ୍ କ୍ୟାପଟେନ୍ କରାଯାଇଛି।

ୱିକେଟକିପର ବ୍ୟାଟ୍ସମ୍ୟାନ୍ ନିରୋଶାନ୍ ଡିକୱେଲା ଓ କୁଶଲ ମେଣ୍ଡିସ ମଧ୍ୟ ଭାରତ ବିପକ୍ଷ ସିରିଜରେ ଖେଳିବେ ନାହିଁ। ଉଭୟ ଇଂଲଣ୍ଡରେ ବାୟୋ ବବଲ୍ସ ପ୍ରୋଟେକଲ ଭାଙ୍ଗିଥିବାରୁ ବର୍ତ୍ତମାନ ସସପେଣ୍ଡ ହୋଇଛନ୍ତି। ଏମାନଙ୍କ ବଦଳରେ ମିନୋଦ ଭାନୁକା ଓ ଲାହିରୁ ଉଦାରା ସ୍କ୍ୱାଡରେ ସ୍ଥାନ ପାଇଛନ୍ତି।

ବାମହାତୀ ପେସ୍ ବୋଲର୍ ବିନୁରା ଫର୍ଣ୍ଣାଣ୍ଡୋ ଆହତ କାରଣରୁ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି। ତେବେ ଶ୍ରୀଲଙ୍କା ପାଖରେ ଅଭିସ୍କା ଫର୍ଣ୍ଣାଣ୍ଡୋ ଓ ଦୁଶ୍ମନ୍ତ ଚମୀରା ଭଳି ଖେଳାଳି ରହିଛନ୍ତି। ତଥାପି ଭାରତର ବି’ ଟିମ୍‌ ତୁଳନାରେ ମଧ୍ୟ ଶ୍ରୀଲଙ୍କା ଅତ୍ୟନ୍ତ ଦୁର୍ବଳ। ତେଣୁ ଉଭୟ ଦିନିକିଆ ଓ ଟି-୨୦ ସିରିଜ୍‌ରେ ଶ୍ରୀଲଙ୍କା ଗୋଟିଏ ମ୍ୟାଚ୍‌ ବି ଯଦି ଜିତି ନେବ, ତା’ହେଲେ ଏହା ଶନକା ଆଣ୍ଡ କୋଙ୍କ ପାଇଁ ବଡ଼ ସଫଳତା ହେବ।

ଶ୍ରୀଲଙ୍କା ସ୍କ୍ୱାଡ୍: ଦାସୁନ୍ ଶନକା (କ୍ୟାପଟେନ୍), ଧନଞ୍ଜୟ ଡି’ସିଲଭା, ଅଭିସ୍କା ଫର୍ଣ୍ଣାଣ୍ଡୋ, ଭାନୁକା ରାଜପାକସା, ପାଥୁମ ନିଶଙ୍କା, ଚରିଥ ଆଶଲଙ୍କା, ୱାନିନ୍ଦୁ ହସରଙ୍ଗା, ଆଶେନ୍ ବନ୍ଦରା, ମିନୋଦ ଭାନୁକା, ଲାହିରୁ ଉଦାରା, ରମେଶ ମେଣ୍ଡିସ୍, ଚାମିକା କରୁଣାରତ୍ନେ, ବିନୁରା ଫର୍ଣ୍ଣାଣ୍ଡୋ (କେବଳ ଟି-୨୦), ଦୁଶ୍ମନ୍ତ ଚମୀରା, ଲକସନ୍ ସାଣ୍ଡାକାନ୍, ଅକିଲା ଧନଞ୍ଜୟ, ଶିରାନ୍ ଫର୍ଣ୍ଣାଣ୍ଡୋ, ଧନଞ୍ଜୟ ଲକସନ୍, ଈଶାନ୍ ଜୟରତ୍ନେ, ପ୍ରବୀଣ ଜୟବିକ୍ରେମା, ଅସିଥ ଫର୍ଣ୍ଣାଣ୍ଡୋ, କାସୁନ୍ ରଜିତା, ଲାହିରୁ କୁମାରା, ଇସୁରୁ ଉଦାନା।

ଭାରତୀୟ ସ୍କ୍ୱାଡ: ଶିଖର ଧୱନ, ପୃଥ୍ୱୀ ଶ’, ଦେବଦତ୍ତ ପାଡିକ୍କଲ, ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟ କୁମାର ଯାଦବ, ମନୀଷ ପାଣ୍ତେ, ନୀତୀଶ ରାଣା, ଈଶାନ କିଷନ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, କ୍ରିଷ୍ଣାପ୍ପା ଗୌତମ, ୟୁଜବେନ୍ଦର ଚହଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ରାହୁଲ ଚହର, ଦୀପକ ଚହର, ଭୁବନେଶ୍ୱର କୁମାର, ଚେତନ ସାକାରିୟା ଓ ନବଦୀପ ସୈନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story