ଶ୍ରୀଲଙ୍କାରେ ୩ଟି ଦିନିକିଆ ଓ ୩ଟି ଟି-୨୦ ଖେଳିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଟିମ୍ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ନେଇ ଘୋଷଣା କରିଛନ୍ତି । ଯାହା ପରେ ଏହି ସିରିଜକୁ ନେଇ ଉତ୍ସାହ ବଢ଼ି ଯାଇଛି । ଏହି ସିରିଜ ଜୁଲାଇର ଦ୍ୱିତୀୟ ଭାଗରେ ଖେଳାଯାଇପାରେ । ଏହି ଗସ୍ତରେ ଉଭୟ ଟିମ୍ ମଧ୍ୟରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚର ଆୟୋଜନ ହେବ । ଏହି ଗସ୍ତ ପାଇଁ ଜୁଲାଇ ପ୍ରଥମ ସପ୍ତାହରେ ଭାରତୀୟ ଟିମ୍ ଶ୍ରୀଲଙ୍କାରେ ପହଞ୍ଚିବ । ଗାଙ୍ଗୁଲି […]

Team-India

Ranjit Kumar Jena
  • Published: Monday, 10 May 2021
  • , Updated: 10 May 2021, 11:59 PM IST

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଟିମ୍ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ନେଇ ଘୋଷଣା କରିଛନ୍ତି । ଯାହା ପରେ ଏହି ସିରିଜକୁ ନେଇ ଉତ୍ସାହ ବଢ଼ି ଯାଇଛି । ଏହି ସିରିଜ ଜୁଲାଇର ଦ୍ୱିତୀୟ ଭାଗରେ ଖେଳାଯାଇପାରେ । ଏହି ଗସ୍ତରେ ଉଭୟ ଟିମ୍ ମଧ୍ୟରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚର ଆୟୋଜନ ହେବ ।

ଏହି ଗସ୍ତ ପାଇଁ ଜୁଲାଇ ପ୍ରଥମ ସପ୍ତାହରେ ଭାରତୀୟ ଟିମ୍ ଶ୍ରୀଲଙ୍କାରେ ପହଞ୍ଚିବ । ଗାଙ୍ଗୁଲି ଆଗରୁ ହିଁ ସ୍ପଷ୍ଟ କରିସାରିଛନ୍ତି ଯେ ଏହି ଗସ୍ତରେ କେବଳ ସୀମିତ ଓଭର ବିଶେଷଜ୍ଞ ଖେଳାଳିଙ୍କ ଟିମ୍ ହିଁ ଯିବ ଏବଂ ଇଂଲଣ୍ଡ ଗସ୍ତ କରିଥିବା ଟିମର କୌଣସି ସଦସ୍ୟ ଏଥିରେ ସାମିଲ୍ ହେବେ ନାହିଁ । ଅର୍ଥାତ୍ ବିରାଟ୍ କୋହଲି, ରୋହିତ୍ ଶର୍ମା, ଋଷଭ ପନ୍ତ ଓ ଲୋକେଶ ରାହୁଲଙ୍କ ଭଳି ଆଗଧାଡ଼ିର ଖେଳାଳି ଶ୍ରୀଲଙ୍କା ଗସ୍ତରେ ଯିବେ ନାହିଁ ।

ଭାରତୀୟ ଟିମ୍ ଜୁନ୍ ୨ ତାରିଖରେ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଏବଂ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ପହଞ୍ଚିବ । ଟିମ୍ ଇଣ୍ଡିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଜୁନ୍ ୧୮ ତାରିଖରୁ ସାଉଥାମ୍ପଟନରେ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଏହା ପରେ ପୂରା ଜୁଲାଇ ମାସରେ ଭାରତ ଇଂଲଣ୍ଡରେ ରହି ପ୍ରାକ୍ଟିସ୍ କରିବ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବ । ଏଭଳି ସ୍ଥିତିରେ ଜୁଲାଇ ମାସରେ ଭାରତର ଅନ୍ୟଏକ ଟିମ୍ ଶ୍ରୀଲଙ୍କା ଗସ୍ତରେ ଯିବ । ଶ୍ରୀଲଙ୍କା ବିପକ୍ଷ ସିରିଜ୍ ଜୁଲାଇ ୧୩ରୁ ଜୁଲାଇ ୨୭ ଭିତରେ ହେବ । ଏଥିପାଇଁ ଜୁଲାଇ ୫ରେ ଭାରତୀୟ ଦଳ ଶ୍ରୀଲଙ୍କାରେ ପହଞ୍ଚିବ । ଶ୍ରୀଲଙ୍କାରେ ପହଞ୍ଚିବା ପରେ ଟିମ୍ ୭ ଦିନିଆ କ୍ୱାରେଣ୍ଟାଇନରେ ରହିବ । ସିରିଜ୍ ଶେଷ ହେବା ପରେ ଜୁଲାଇ ୨୮ରେ ଭାରତ ସ୍ୱଦେଶ ଫେରିଆସିବ ।

ଯେହେତୁ ଟିମ୍ ଇଣ୍ଡିଆର ସିନିୟର ଖେଳାଳି ଇଂଲଣ୍ଡ ଗସ୍ତରେ ରହିବେ, ଏଥିପାଇଁ ଶ୍ରୀଲଙ୍କା ଗସ୍ତରେ ଭାରତ ବେଞ୍ଚ ଷ୍ଟ୍ରେନ୍ଥକୁ ସୁଯୋଗ ଦେବ । ଏହି ଟିମରେ ୟୁଜବେନ୍ଦ୍ର ଚହଲ୍‌, ସଞ୍ଜୁ ସାମସନ୍‌, ପୃଥ୍ୱୀ ଶ’, ଦୀପକ ଚହର୍‌, ରାହୁଲ୍ ଚହର୍‌, ଜୟଦେବ ଉନାଦକଟ୍‌, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଓ ରାହୁଲ ତେୱାତିଆଙ୍କ ଭଳି ଖେଳାଳି ଯାଇପାରନ୍ତି।

Related story