ସନ୍ଧ୍ୟାରେ କଡ଼ା ଟକ୍କର, ଶ୍ରେୟସଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିରୋଧରେ ଆଜି ତୃତୀୟ ଟି-୨୦ ମ୍ୟାଚ୍‌  ଖେଳିବ ଭାରତୀୟ ଟିମ୍। ଏହି ମ୍ୟାଚ୍‌କୁ ଜିତି ସିରିଜକୁ କ୍ଲିନ୍ ସୁଇପ୍‌ କରିବା ଲକ୍ଷ୍ୟ ରଖିଛି ଭାରତୀୟ ଟିମ୍। ହେଲେ ଅଷ୍ଟ୍ରେଲିଆ ଯିବା ପୂର୍ବରୁ ଶେଷ ମ୍ୟାଚ୍ ଜିତି ସମ୍ମାନ ରକ୍ଷା କରିବାକୁ ସମ୍ପୂର୍ଣ୍ଣ ବଳ ଲଗାଇବ ଭ୍ରମଣକାରୀ ଟିମ୍। ଯଦି ପାଗ ଠିକ୍ ରୁହେ ତେବେ ଆଜି ସନ୍ଧ୍ୟା ୭ଟାରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଗତ ମ୍ୟାଚ୍‌ ଭଳି ଆଜିର […]

ind

ind

Niranjan Mishra
  • Published: Tuesday, 04 October 2022
  • Updated: 04 October 2022, 12:03 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିରୋଧରେ ଆଜି ତୃତୀୟ ଟି-୨୦ ମ୍ୟାଚ୍‌  ଖେଳିବ ଭାରତୀୟ ଟିମ୍। ଏହି ମ୍ୟାଚ୍‌କୁ ଜିତି ସିରିଜକୁ କ୍ଲିନ୍ ସୁଇପ୍‌ କରିବା ଲକ୍ଷ୍ୟ ରଖିଛି ଭାରତୀୟ ଟିମ୍। ହେଲେ ଅଷ୍ଟ୍ରେଲିଆ ଯିବା ପୂର୍ବରୁ ଶେଷ ମ୍ୟାଚ୍ ଜିତି ସମ୍ମାନ ରକ୍ଷା କରିବାକୁ ସମ୍ପୂର୍ଣ୍ଣ ବଳ ଲଗାଇବ ଭ୍ରମଣକାରୀ ଟିମ୍। ଯଦି ପାଗ ଠିକ୍ ରୁହେ ତେବେ ଆଜି ସନ୍ଧ୍ୟା ୭ଟାରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଗତ ମ୍ୟାଚ୍‌ ଭଳି ଆଜିର ମ୍ୟାଚ୍‌ ମଧ୍ୟ ଖୁବ୍ ରୋମାଞ୍ଚକର ହେବ ବୋଲି ଆଶା ରହିଛି।

ସୂଚନା ଥାଉକି, ୨-୦ରେ ସିରିଜ୍ ଜିତିସାରିଛ ଭାରତୀୟ ଦଳ। ତଥାପି ଦୁଇ ଦଳର ବ୍ୟାଟ୍ସମ୍ୟାନମାନେ ଫର୍ମରେ ଥିବାରୁ ଲଢ଼େଇ ଜୋରଦାର ହେବା ସମ୍ଭାବନା ରହିଛି।

ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇ ଆଜିର ମ୍ୟାଚରେ ଷ୍ଟାଣ୍ଡବାୟ ଖେଳାଳି ଶ୍ରେୟସ ଆୟରଙ୍କୁ ସୁଯୋଗ ଦିଆଯାଇପାରେ। ଆୟର ଶେଷଥର ପାଇଁ ଚଳିତ ବର୍ଷ ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍ ବିରୋଧରେ ମ୍ୟାଚ୍ ଖେଳିଥିଲେ। ସେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ମଧ୍ୟ ଷ୍ଟାଣ୍ଡବାୟ ଖେଳାଳି ଭାବେ ଚୟନ ହୋଇଛନ୍ତି। ତେଣୁ ଯଦି ସୁଯୋଗ ମିଳେ ଆଜି ମ୍ୟାଚ୍‌ରେ ତାଙ୍କର ପ୍ରଦର୍ଶନ ଖୁବ୍ ଗୁରୁତ୍ୱବହନ କରିବ। ଯାହା ତାଙ୍କୁ ଟିମ୍‌ରେ ପ୍ରମୁଖତା ଦେବ।

ସେହିପରି ଯଶପ୍ରୀତି ବୁମରାଙ୍କ ଆହତ ଜନିତ ସମସ୍ୟାରେ ତାଙ୍କ ଅନୁପସ୍ଥିତିର ଭାର ମହମ୍ମଦ ସିରାଜଙ୍କ ଉପରେ ପଡ଼ିଛି। ତେଣୁ ସିରାଜଙ୍କ ଭଲ ବୋଲିଂ ପ୍ରଦର୍ଶନ ମଧ୍ୟ ଗୁରୁତ୍ୱ ରଖୁଛି। କାରଣ ବୁମରାଙ୍କ ଅନୁପସ୍ଥିତି ଓ ଭାରତୀୟ ଦୁର୍ବଳ ବୋଲିଂକୁ ନେଇ ଭାରତୀୟ କ୍ରିକେଟ ଚୟନ କର୍ତ୍ତା ଚିନ୍ତାରେ ରହିଛନ୍ତି। ସେ ଭଲ ବୋଲିଂ ଦେଖାଇଲେ ଆସନ୍ତା ଟି-୨୦ ବିଶ୍ୱକପ୍‌ରେ ସାମିଲ ନେଇ ଆଶା ସଞ୍ଚାର ହୋଇପାରେ।

ସେପଟେ ଟି-୨୦ ବିଶ୍ୱକପ୍‌ରେ ବୁମରାଙ୍କ ସ୍ଥାନ କିଏ ନେବ ଆଜି ସନ୍ଧ୍ୟାରେ ତାହାର ସୂଚନା ମିଳିପାରେ ବୋଲି ବସିସିଆ ପକ୍ଷରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos