୮ ଓଭର ବିଶିଷ୍ଟ ମ୍ୟାଚ୍‌ରେ ଟସ୍‌ ଜିତିଲା ଭାରତ, ଫେରିଲେ ବୁମ୍ରା ଓ ପନ୍ତ

ନାଗପୁର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ରେ ଓଦା ଆଉଟ ଫିଲ୍ଡ ବାଧକ ସାଜିବାରୁ ଡେରିରେ ଆରମ୍ଭ ହୋଇଛି ମ୍ୟାଚ୍‌। ପଡ଼ିଆ ଶୁଖି ନଥିବାରୁ ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଛି। ଏଥିପାଇଁ ୨୦ ଓଭର ବିଶିଷ୍ଟ ମ୍ୟାଚ୍‌କୁ ୮ ଓଭର ଲେଖାଏ କରି ଦିଆଯାଇଛି। ଏହି ବର୍ଷା ବାଧକ ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଅଷ୍ଟ୍ରେଲିଆ ପ୍ରଥମେ […]

toss

toss

Hemant Lenka
  • Published: Friday, 23 September 2022
  • Updated: 23 September 2022, 09:23 PM IST

Sports

Latest News

ନାଗପୁର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ରେ ଓଦା ଆଉଟ ଫିଲ୍ଡ ବାଧକ ସାଜିବାରୁ ଡେରିରେ ଆରମ୍ଭ ହୋଇଛି ମ୍ୟାଚ୍‌। ପଡ଼ିଆ ଶୁଖି ନଥିବାରୁ ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଛି। ଏଥିପାଇଁ ୨୦ ଓଭର ବିଶିଷ୍ଟ ମ୍ୟାଚ୍‌କୁ ୮ ଓଭର ଲେଖାଏ କରି ଦିଆଯାଇଛି।

ଏହି ବର୍ଷା ବାଧକ ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବ। ଭାରତ ୩ଟିକିଆ ସିରିଜ୍‌ରେ ୦-୧ରେ ପଛରେ ରହିଛି। ତେଣୁ ଆଜି ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି। ଏପରି ସ୍ଥିତିରେ ବର୍ଷା ଯୋଗୁ ମ୍ୟାଚ୍‌କୁ ୮ଓଭର ବିଶିଷ୍ଟ କରାଯିବା ଆହୁରି ଚିନ୍ତା ବଢ଼ାଇଛି।

ଏହି ମ୍ୟାଚ୍‌ରେ ଭାରତ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଦୀର୍ଘ ମାସ ପରେ ଟିମ ଇଣ୍ଡିଆକୁ ଯଶପ୍ରୀତ ବୁମ୍ରା କମବ୍ୟାକ କରିଛନ୍ତି। ସେହିପରି ମହଙ୍ଗା ସାବ୍ୟସ୍ତ ହେଉଥିବା ଭୁବନେଶ୍ୱର କୁମାର ମଧ୍ୟ ଚୂଡ଼ାନ୍ତ ଏକାଦଶରେ ନାହାନ୍ତି। ତାଙ୍କ ବଦଳରେ ଋଷଭ ପନ୍ତ ସୁଯୋଗ ପାଇଛନ୍ତି। ବୁମ୍ରାଙ୍କୁ ଉମେଶ ଯାଦବଙ୍କ ବଦଳରେ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିଛି।

ସେହିପରି ପ୍ରଥମ ଟି-୨୦ ଜିତିବା ସତ୍ତ୍ୱେ ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ନାଥନ ଇଲିସ ଓ ଇଙ୍ଗଲିସଙ୍କ ବଦଳରେ ସେନ ଆବୋଟ୍ଟ ଏବଂ ଡାନିଏଲ ସାମ୍ସ ଆଜିର ମ୍ୟାଚ୍‌ ଖେଳୁଛନ୍ତି।

ମ୍ୟାଚ୍‌କୁ ୮ ଓଭର କରାଯାଇଥିବା ବେଳେ ସେହି ଅନୁସାରେ ନିୟମ ମଧ୍ୟ ପରିବର୍ତ୍ତନ କରାଯାଇଛି। ଜଣେ ବୋଲର ସର୍ବାଧିକ ୨ ଓଭର ବୋଲିଂ କରିପାରିବେ। ସେହିପରି ପାୱାର ପ୍ଲେ ଅବଧି ୨ ଓଭର ରହିବ। ନାଗପୁରରେ ଖେଳା ଯାଉଥିବା ଏହି ମ୍ୟାଚ୍‌ ପାଇଁ ଟସ୍‌ ସନ୍ଧ୍ୟା ୬.୩୦ରେ ପଡ଼ିବାର ଥିଲା। କିନ୍ତୁ ଓଦା ଆଉଟ ଫିଲ୍ଡ ଯୋଗୁ ଏହା ସମ୍ଭବ ହୋଇ ପାରି ନଥିଲା।

ଶେଷରେ ଭଲ ଖବର ୯ଟା ବେଳେ ମିଳିଥିଲା। ୯.୧୫ରେ ଟସ୍‌ ପଡ଼ିଛି। ୯.୩୦ରେ ମ୍ୟାଚ୍‌ର ପ୍ରଥମ ବଲ୍‌ ପଡ଼ିବ। ପ୍ରଥମ ଇନିଂସ ୯.୩୦ରୁ ୧୦.୪ ଯାଏ ଚାଲିବ। ଏହାପରେ ଦ୍ୱିତୀୟ ଇନିଂସ ୧୦.୧୪ରୁ ଆରମ୍ଭ ହୋଇ ୧୦.୪୮ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଧିମା ଓଭର ରେଟ୍‌ ପାଇଁ କୌଣସି ପେନାଲ୍ଟି ରହିବ ନାହିଁ। ସେହିପରି ଆଜିର ମ୍ୟାଚ୍‌ରେ ଡ୍ରିଙ୍କ୍ସ ବ୍ରେକ ମିଳିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story