କଳା ଫିତା ବାନ୍ଧି ଖେଳିଲେ ଭାରତୀୟ ଖେଳାଳି, ଜାଣନ୍ତୁ କାରଣ

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଭାରତୀୟ ଖେଳାଳିମାନେ କାନ୍ଧରେ କଳା ଫିତା ବାନ୍ଧି ମଇଦାନକୁ ଓହ୍ଲାଇଛନ୍ତି। ଭାରତୀୟ ଟିମ୍ ବାସୁଦେବ ପରାଞ୍ଜପେଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ହାତରେ ଏହି କଳା ଫିତା ବାନ୍ଧି ଖେଳୁଛନ୍ତି। ସୋମବାର ବାସୁଦେବ ପରାଞ୍ଜପେଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଥିଲା। ବାସୁଦେବ ପରାଞ୍ଜପେ ୧୯୫୬/୫୭ ଏବଂ ୧୯୬୯/୭୦ରେ ମୁମ୍ବାଇ ଓ ବରୋଦା ପକ୍ଷରୁ ପ୍ରଥମଶ୍ରେଣୀ କ୍ରିକେଟ୍ ଖେଳିଥିଲେ। ସେ ତାଙ୍କ କ୍ୟାରିୟରରେ […]

indian-team

indian-team

Ranjit Kumar Jena
  • Published: Thursday, 02 September 2021
  • Updated: 02 September 2021, 05:11 PM IST

Sports

Latest News

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଭାରତୀୟ ଖେଳାଳିମାନେ କାନ୍ଧରେ କଳା ଫିତା ବାନ୍ଧି ମଇଦାନକୁ ଓହ୍ଲାଇଛନ୍ତି। ଭାରତୀୟ ଟିମ୍ ବାସୁଦେବ ପରାଞ୍ଜପେଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ହାତରେ ଏହି କଳା ଫିତା ବାନ୍ଧି ଖେଳୁଛନ୍ତି।

ସୋମବାର ବାସୁଦେବ ପରାଞ୍ଜପେଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଥିଲା। ବାସୁଦେବ ପରାଞ୍ଜପେ ୧୯୫୬/୫୭ ଏବଂ ୧୯୬୯/୭୦ରେ ମୁମ୍ବାଇ ଓ ବରୋଦା ପକ୍ଷରୁ ପ୍ରଥମଶ୍ରେଣୀ କ୍ରିକେଟ୍ ଖେଳିଥିଲେ। ସେ ତାଙ୍କ କ୍ୟାରିୟରରେ ୨୯ ମ୍ୟାଚ୍ ଖେଳି ୨୩.୭୮ ହାରରେ ୭୮୫ ରନ୍ କରିଛନ୍ତି। ଏହାବ୍ୟତୀତ ତାଙ୍କ ନାଁରେ ଦୁଇଟି ଶତକ ଓ ଦୁଇଟି ଅର୍ଦ୍ଧଶତକ ରହିଛି। ବ୍ୟାଟିଂ ବ୍ୟତୀତ ସେ ବୋଲିଂରେ ମୋଟ ୯ ୱିକେଟ୍ ହାସଲ କରିଥିଲେ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଘରୋଇ ଦଳର କ୍ୟାପଟେନ୍ ଜୋ ରୁଟ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଉକ୍ତ ଟେଷ୍ଟରେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ପେସ୍ ବୋଲର ଈଶାନ୍ତ ଶର୍ମା ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିଛି। ସେହିପରି ମହମ୍ମଦ ଶାମିଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସାମିଲ୍ କରାଯାଇଛି।

ସୂଚନାଯୋଗ୍ୟ, ଲିଡ୍ସରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତ ଇନିଂସ୍ ଓ ୭୬ ରନରେ ପରାସ୍ତ ହୋଇଥିଲା। ଉକ୍ତ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ମାତ୍ର ୭୮ ରନ୍ କରି ଅଲଆଉଟ୍ ହୋଇଥିଲା, ଯାହା ଟିମ୍ ପରାଜୟର ମୁଖ୍ୟ କାରଣ ଥିଲା। ପ୍ରଥମ ଟେଷ୍ଟ ବର୍ଷା ଯୋଗୁ ଡ୍ର’ ରହିଥିବା ବେଳେ ଲର୍ଡ୍ସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ୧୫୨ ରନରେ ବିଜୟୀ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos