ଭାରତୀୟ ଖେଳାଳିଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ

ଲଣ୍ଡନ: ଲର୍ଡ୍ସ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ବେଳେ ଭାରତୀୟ ଖେଳାଳି ଓ ଇଂଲିଶ କ୍ରିକେଟରଙ୍କ ମଧ୍ୟରେ ହୋଇଥିବା କଥା କଟାକଟି କେବଳ ପିଚ୍ ଭିତରେ ସୀମିତ ହୋଇ ରହିନଥିଲା। ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ମଇଦାନ ବାହାରେ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଇଂରାଜୀ ଗଣମାଧ୍ୟମରେ ସାଙ୍ଘାତିକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ବେଞ୍ଚରେ ବସିଥିବା ଭାରତୀୟ ଖେଳାଳି ଇଂଲଣ୍ଡ ପେସ୍ ବୋଲର ଓଲି ରବିନସନଙ୍କ ବାଟ ଓଗାଳିଥିଲେ। ଏହି ଘଟଣା […]

team-india

team-india

Ranjit Kumar Jena
  • Published: Thursday, 19 August 2021
  • Updated: 19 August 2021, 07:48 PM IST

Sports

Latest News

ଲଣ୍ଡନ: ଲର୍ଡ୍ସ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ବେଳେ ଭାରତୀୟ ଖେଳାଳି ଓ ଇଂଲିଶ କ୍ରିକେଟରଙ୍କ ମଧ୍ୟରେ ହୋଇଥିବା କଥା କଟାକଟି କେବଳ ପିଚ୍ ଭିତରେ ସୀମିତ ହୋଇ ରହିନଥିଲା। ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ମଇଦାନ ବାହାରେ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା।

ଏହାକୁ ନେଇ ଇଂରାଜୀ ଗଣମାଧ୍ୟମରେ ସାଙ୍ଘାତିକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ବେଞ୍ଚରେ ବସିଥିବା ଭାରତୀୟ ଖେଳାଳି ଇଂଲଣ୍ଡ ପେସ୍ ବୋଲର ଓଲି ରବିନସନଙ୍କ ବାଟ ଓଗାଳିଥିଲେ। ଏହି ଘଟଣା ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଘଟିଥିଲା। ଯେତେବେଳେ ଇଂଲଣ୍ଡର ସ୍କୋର ୭ ୱିକେଟରେ ୯୦ ରନରେ ଥିଲା।

ଗାର୍ଡିଆନ୍ ଖବର କାଗଜ ଏକ ରିପୋର୍ଟରେ ଦର୍ଶାଇଛି ଯେ ରବିନସନ୍ ବ୍ୟାଟିଂ କରିବା ଲାଗି ଯେତେବେଳେ ପ୍ୟାଭିଲିୟନ୍ ସିଡିରୁ ଓହ୍ଲାଉଥିଲେ, ସେତେବେଳେ ଟ୍ରାକସୁଟରେ ଥିବା କିଛି ଭାରତୀୟ ଖେଳାଳି ମଇଦାନରୁ ଡ୍ରିଙ୍କସ୍ ଦେଇ ଫେରୁଥିଲେ। ରବିନସନ୍ ଭାରତୀୟ ଖେଳାଳିଙ୍କ ହଟିବା ଅପେକ୍ଷାରେ ଥିଲେ। କିନ୍ତୁ ଭାରତୀୟ ଖେଳାଳି ସେଠାରୁ ହଟି ନଥିଲେ ବରଂ ସେମାନେ ରବିନସନଙ୍କ ବାଟ ଓଗାଳିଥିଲେ। ଶେଷରେ ବାଧ୍ୟ ହୋଇ ରବିନସନ୍ ଭାରତୀୟ ଖେଳାଳିଙ୍କ ସହ ଘଷି ହୋଇ ମଇଦାନକୁ ଯାଇଥିଲେ। ଏସବୁ ଘଟଣା କିଛି ସେକେଣ୍ଡ ପାଇଁ ଚାଲିଥିବା ଗାର୍ଡିଆନ୍ ରିପୋର୍ଟରେ ପ୍ରକାଶ ପାଇଛି।

ଚଳିତ ମାସ ଆରମ୍ଭରୁ ନଟ୍ଟିଂହାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର’ ରହିଥିଲା। ପରେ ଐତିହାସିକ ଲର୍ଡ୍ସ ମଇଦାନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଉଭୟ ଦଳ ମଧ୍ୟରେ ଖୁବ୍ ଉତ୍ତେଜନା ଦେଖିବାକୁ ମିଳିଥିଲା। ବିଶେଷକରି ଟିମ୍ ଇଣ୍ଡିଆ ପେସର୍ ଯଶପ୍ରୀତ ବୁମ୍ରା ଓ ଜେମ୍ସ ଆଣ୍ଡରସନଙ୍କ ମଧ୍ୟରେ ଗରମାଗରମ ଦୃଶ୍ୟ ଦେଖିବାକୁ ମିଳିଥିଲା।

ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ଆଣ୍ଡରସନଙ୍କୁ ବୁମ୍ରା ଲଗାତର ବାଉନ୍ସରରେ ଘାଇଲା କରିଥିଲେ। ପ୍ରତିବଦଳରେ ଇଂଲଣ୍ଡ ବୋଲରମାନେ ମଧ୍ୟ ଦ୍ୱିତୀୟ ଇନିଂସରେ ବୁମ୍ରାଙ୍କୁ ବାଉନ୍ସର ପରେ ବାଉନ୍ସର ପକାଇଥିଲେ। କିନ୍ତୁ ବୁମ୍ରା ଏହାର ମୁହଁତୋଡ଼ ଜବାବ ଦେଇଥିଲେ। ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ଭାରତ ୧୫୧ ରନରେ ଇଂଲଣ୍ଡକୁ ହରାଇ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଭାରତ ଦ୍ୱାରା ଧାର୍ଯ୍ୟ ୨୭୨ ରନର ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ଟିମ୍ ୧୨୦ ରନରେ ଅଲଆଉଟ୍ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story