ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଚୟନ କେବେ?

ନୂଆଦିଲ୍ଲୀ: ଅକ୍ଟୋବର ମାସରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପାଇଁ କିଛି ଦେଶ ଦଳ ଚୟନ କରିସାରିଲେଣି। ହେଲେ ଟିମ୍ ଇଣ୍ଡିଆ ଏଯାଏ ଦଳ ଚୟନ କରିନାହିଁ। ତେବେ ଭାରତ କେବେ ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଚୟନ କରିବ, ତା’ ଉପରୁ ସସପେନ୍ସ ଉଠିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁଥିବା ଚତୁର୍ଥ ଟେଷ୍ଟ ପରେ ଭାରତୀୟ ଟି-୨୦ ସ୍କ୍ୱାଡର ଚୟନ ହେବ ବୋଲି ଜଣାପଡ଼ିଛି। ଅକ୍ଟୋବର ୧୭ ତାରିଖରୁ ଓମାନ ଓ ୟୁଏଇରେ ଟି-୨୦ ବିଶ୍ୱକପ୍ […]

team-india

team-india

Ranjit Kumar Jena
  • Published: Wednesday, 01 September 2021
  • Updated: 01 September 2021, 05:16 PM IST

Sports

Latest News

ନୂଆଦିଲ୍ଲୀ: ଅକ୍ଟୋବର ମାସରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପାଇଁ କିଛି ଦେଶ ଦଳ ଚୟନ କରିସାରିଲେଣି। ହେଲେ ଟିମ୍ ଇଣ୍ଡିଆ ଏଯାଏ ଦଳ ଚୟନ କରିନାହିଁ। ତେବେ ଭାରତ କେବେ ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଚୟନ କରିବ, ତା’ ଉପରୁ ସସପେନ୍ସ ଉଠିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁଥିବା ଚତୁର୍ଥ ଟେଷ୍ଟ ପରେ ଭାରତୀୟ ଟି-୨୦ ସ୍କ୍ୱାଡର ଚୟନ ହେବ ବୋଲି ଜଣାପଡ଼ିଛି।

ଅକ୍ଟୋବର ୧୭ ତାରିଖରୁ ଓମାନ ଓ ୟୁଏଇରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବ। ଏଥିପାଇଁ ସେପ୍ଟେମ୍ବର ୭ ତାରିଖରେ ଭାରତୀୟ ଦଳର ଚୟନ ହେବ। ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଆଇପିଏଲ୍-୨୦୨୧ର ପ୍ରଦର୍ଶନ ଆଧାରରେ କୌଣସି ଖେଳାଳିଙ୍କୁ ଟି-୨୦ ବିଶ୍ୱକପରେ ସ୍ଥାନ ମିଳିବ ନାହିଁ। ଚୟନକର୍ତ୍ତା ଓ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ପୂର୍ବରୁ ହିଁ ଖେଳାଳି ଚୟନ କରିସାରିଛନ୍ତି। କେବଳ ଔପଚାରିକତା ବାକି ରହିଛି।

ମିଡିଆ ରିପୋର୍ଟ ମୁତାବକ, ଟି-୨୦ ବିଶ୍ୱକପ୍ ପାଇଁ ଭାରତ ୧୫ ଜଣିଆ ସ୍କ୍ୱାଡର ଚୟନ କରିବ। ଏହାବ୍ୟତୀତ ଟିମ୍ ୩ଜଣ ରିଜର୍ଭ ଖେଳାଳିଙ୍କୁ ରଖିବ। ଇଶାନ୍ କିଶନ, ପୃଥ୍ୱୀ ଶ’ ଓ ଜଣେ ସ୍ପିନର ରିଜର୍ଭ ଖେଳାଳି ଭାବେ ୟୁଏଇ ଯିବେ। ଅନ୍ୟପକ୍ଷରେ ସୂର୍ଯ୍ୟକୁମାର କୁମାର ଯାଦବ, ଶ୍ରେୟସ ଆୟର୍ ଓ ମହମ୍ମଦ ସିରାଜଙ୍କୁ ଟି-୨୦ ବିଶ୍ୱକପ୍ ଟିମରେ ସୁଯୋଗ ମିଳିପାରେ। ଆର୍ ଅଶ୍ୱିନ୍, ବରୁନ୍ ଚକ୍ରବର୍ତ୍ତୀ, ରାହୁଲ୍ ଚହର୍ ଓ ୱାଶିଂଟନ୍ ସୁନ୍ଦରଙ୍କ ମଧ୍ୟରୁ ଅତିରିକ୍ତ ସ୍ପିନର ଭାବେ ଜଣଙ୍କୁ ସାମିଲ କରାଯାଇପାରେ। ତେବେ ସ୍କ୍ୱାଡରୁ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କୁ ବାଦ୍ ଦିଆଯାଇପାରେ।

ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ତା’ର ଅଭିଯାନ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ। ଏହି ହାଇଭୋଲଟେଜ୍ ମୁକାବିଲା ଅକ୍ଟୋବର ୨୪ ତାରିଖରେ ଦୁବାଇରେ ଖେଳାଯିବ। ଉଭୟ ଭାରତ ଓ ପାକିସ୍ତାନ ଗ୍ରୁପ୍-୨ରେ ସ୍ଥାନ ପାଇଛନ୍ତି। ଅକ୍ଟୋବର ୩୧ ତାରିଖରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଦୁବାଇରେ ଭେଟିବ। ଏହା ପରେ ନଭେମ୍ବର ୩ ତାରିଖରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବ। ସେହିପରି ଭାରତ ତା’ର ଚତୁର୍ଥ ମ୍ୟାଚ୍ ନଭେମ୍ବର ୫ ତାରିଖରେ ଗ୍ରୁପ୍-ବି’ର ଶୀର୍ଷ ଟିମ୍ ଏବଂ ନଭେମ୍ବର ୮ ତାରିଖରେ ଗ୍ରୁପ୍-ଏ’ର ରନର୍ସଅପ୍ ଟିମ୍ ବିପକ୍ଷରେ ଖେଳିବ। ଭାରତ ଦୁବାଇରେ ୪ଟି ଓ ଆବୁଧାବିରେ ଗୋଟିଏ ମ୍ୟାଚ୍ ଖେଳିବ।

ଅକ୍ଟୋବର ୧୭ ତାରିଖରୁ ଓମାନରେ ପ୍ରଥମ ରାଉଣ୍ଡ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ପ୍ରଥମ ଦିବସରେ ଆୟୋଜକ ଓମାନ୍ ଓ ପାପୁଆ ନ୍ୟୁ ଗିନି ଏବଂ ବାଂଲାଦେଶ ଓ ସ୍କଟଲ୍ୟାଣ୍ଡ ମଧ୍ୟ ମ୍ୟାଚ୍ ଖେଳାଯିବ। ପ୍ରଥମ ରାଉଣ୍ଡ ଗ୍ରୁପ୍-ଏ’ରେ ଶ୍ରୀଲଙ୍କା, ଆୟର୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଓ ନାମିବିଆ ଟିମ୍ ରହିଥିବା ବେଳେ ଗ୍ରୁପ୍-ବି’ରେ ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି ଓ ଓମାନ୍ ଟିମ୍ ସ୍ଥାନ ପାଇଛନ୍ତି। ଉଭୟ ଗ୍ରୁପର ଦୁଇ ଶୀର୍ଷ ଟିମ୍ ସୁପର୍-୧୨ ଷ୍ଟେଜକୁ କ୍ୱାଲିଫାଏ କରିବେ। ସୁପର୍-୧୨ ଅକ୍ଟୋବର ୨୩ ତାରିଖରୁ ଆରମ୍ଭ ହେବ।

ସମ୍ଭାବ୍ୟ ସ୍କ୍ୱାଡ୍: ରୋହିତ୍ ଶର୍ମା, ଲୋକେଶ ରାହୁଲ, ବିରାଟ୍ କୋହଲି (କ୍ୟାପଟେନ୍), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ୍, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଦୀପକ ଚହର୍, ମହମ୍ମଦ ସିରାଜ, ଶ୍ରେୟସ ଆୟର, ରାହୁଲ୍ ଚହର୍/ବରୁନ୍ ଚକ୍ରବର୍ତ୍ତୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story