ଗୁଜରାଟ ଟାଇଟନ୍ସ ପାଇଁ ରାସ୍ତା ପାଲଟିଲା ଜନ ସମୁଦ୍ର, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଅହମଦାବାଦ: ଡେବ୍ୟୁରେ ଆଇପିଏଲ ଚାମ୍ପିୟନ ହୋଇଥିବା ଗୁଜରାଟ ଟାଇଟନ୍ସ ପାଇଁ ଆଜି ଅହମଦାବାଦ ରାସ୍ତା ପାଲଟିଛି ଜନ ସମୁଦ୍ର। ରବିବାର ଫାଇନାଲରେ ଗୁଜରାଟ ପ୍ରତିପକ୍ଷ ରାଜସ୍ଥାନକୁ ହରାଇ ଟ୍ରଫି ଜିତିଥିଲା। ଆଜି ଅହମଦାବାଦ ରାସ୍ତାରେ ସବୁ ଖେଳାଳି ଖୋଲା ବସ୍‌ରେ ଟ୍ରଫି ସହ ଶୋଭାଯାତ୍ରା କରିଛନ୍ତି। ଘରୋଇ ପରିବେଶରେ ଗୁଜରାଟ ଟ୍ରଫି ଜିତିଥିବାରୁ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ଆରମ୍ଭ କରି […]

gujrat

gujrat

Hemant Lenka
  • Published: Monday, 30 May 2022
  • Updated: 30 May 2022, 08:33 PM IST

Sports

Latest News

ଅହମଦାବାଦ: ଡେବ୍ୟୁରେ ଆଇପିଏଲ ଚାମ୍ପିୟନ ହୋଇଥିବା ଗୁଜରାଟ ଟାଇଟନ୍ସ ପାଇଁ ଆଜି ଅହମଦାବାଦ ରାସ୍ତା ପାଲଟିଛି ଜନ ସମୁଦ୍ର। ରବିବାର ଫାଇନାଲରେ ଗୁଜରାଟ ପ୍ରତିପକ୍ଷ ରାଜସ୍ଥାନକୁ ହରାଇ ଟ୍ରଫି ଜିତିଥିଲା। ଆଜି ଅହମଦାବାଦ ରାସ୍ତାରେ ସବୁ ଖେଳାଳି ଖୋଲା ବସ୍‌ରେ ଟ୍ରଫି ସହ ଶୋଭାଯାତ୍ରା କରିଛନ୍ତି। ଘରୋଇ ପରିବେଶରେ ଗୁଜରାଟ ଟ୍ରଫି ଜିତିଥିବାରୁ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା।

ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ଆରମ୍ଭ କରି ଦଳର ସବୁ ଖେଳାଳି ଓ ସପୋର୍ଟ ଷ୍ଟାଫ ଖୋଲା ବସ୍‌ରେ ଲୋକଙ୍କ ଅଭିବାଦନ ଗ୍ରହଣ କରିଛନ୍ତି। ଗୁଜରାଟ ୱିକେଟ କିପର ରିଦ୍ଧିମାନ ସାହା ନିଜ ଇନଷ୍ଟାଗ୍ରାମରେ ଲାଇଭ ଭିଡିଓ କରି ଅହମଦାବାଦ ରାସ୍ତା କେମିତି ଜନ ସମୁଦ୍ର ପାଲଟିଥିଲା, ତା’ର ସୂଚନା ଦେଇଛନ୍ତି।

View this post on Instagram

A post shared by Wriddhiman Saha (@wriddhi)

ଏଥିସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ଭାଇ ପଟେଲ ମଧ୍ୟ ସବୁ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହ ସେ ମଧ୍ୟ ଆଇପିଏଲ ଟ୍ରଫି ଉଠାଇ ଖେଳାଳିଙ୍କ ସହ ଫଟୋ ପୋଜ ଦେଇଛନ୍ତି।

ଆଜି ଗୁଜରାଟର ଖେଳାଳିମାନଙ୍କ ଖୋଲା ବସ୍‌ରେ ଶୋଭାଯାତ୍ରା ଉସମାନପୁର ନଦୀ ରାସ୍ତାରୁ ଆରମ୍ଭ ହୋଇ ବିଶ୍ୱାକୁଞ୍ଜ ନଦୀ ବନ୍ଦ ଯାଏ ଚାଲିଥିଲା। ଏହି ସମୟରେ ଲୋକମାନେ ବ୍ରିଜ୍‌ ଠାରୁ ଆରମ୍ଭ କରି ରାସ୍ତାର ଉଭୟ ପାର୍ଶ୍ୱରେ ଘରୋଇ ଟିମ୍‌କୁ ଛିଡ଼ା ହୋଇ ଶୁଭେଚ୍ଛା ଜଣାଇଥିଲେ। ଗୁଜରାଟର ସବୁ ଖେଳାଳି ବ୍ଲୁ ଟି-ଶର୍ଟ ଓ ବ୍ଲାକ ଜିନ୍ସ ପିନ୍ଧିଥିଲେ। ସେହିପରି ଗାଡ଼ିର ଆଗରେ ଢୋଲ ଓ ଅନ୍ୟାନ୍ୟ ବାଦ୍ୟ ଯନ୍ତ୍ର ମଧ୍ୟ ବଜାଇ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା।

ପୂରା ଅହମଦାବାଦ ଆଜି ଉତ୍ସବ ମୁଖରେ ହୋଇ ଉଠିଛି। ସେହିପରି ସୁରକ୍ଷା ବ୍ୟବସ୍ଥା ମଧ୍ୟ ଆଜି କଡ଼ାକଡ଼ି କରାଯାଇଥିଲା। ଏଥିପାଇଁ ବିପୁଳ ସଂଖ୍ୟାର ପୁଲିସ୍‌ ଫୋର୍ସ ପ୍ରଶାସନ ପକ୍ଷରୁ ମୁତୟନ କରାଯାଇଥିଲା।

ସୂଚନାଯୋଗ୍ୟ, ଚେନ୍ନାଇ ସୁପର କିଙ୍ଗସ ପରେ ଗୁଜରାଟ ଦ୍ୱିତୀୟ ଆଇପିଏଲ ଟିମ୍‌ ଭାବେ ଘରୋଇ ଗ୍ରାଉଣ୍ଡରେ ଟ୍ରଫି ଜିତିବାକୁ ସକ୍ଷମ ହୋଇଛି। ମୁମ୍ବାଇ ୫ଥର ଟ୍ରଫି ଜିତିଥିଲେ ମଧ୍ୟ କେବେ ହେଲେ ଘରୋଇ ଗ୍ରାଉଣ୍ଡରେ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିପାରି ନାହିଁ।

View this post on Instagram

A post shared by Ꮪhubman Gill (@shubmangill)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story