ଇତିହାସ ରଚିଲେ ଜେମ୍ସ ଆଣ୍ଡରସନ୍

ବର୍ମିଂହାମ୍: ଇଂଲଣ୍ଡର ଅଭିଜ୍ଞ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଟେଷ୍ଟ କ୍ରିକେଟରେ ଇତିହାସ ରଚିଛନ୍ତି। ସେ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିଥିବା ଖେଳାଳି ହୋଇଛନ୍ତି। ଗୁରୁବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ମଇଦାନକୁ ଓହ୍ଲାଇବା ମାତ୍ରକେ ଆଣ୍ଡରସନ୍ ଏହି ଉପଲବ୍ଧି ନିଜ ନାଁରେ କରିଛନ୍ତି। ୩୮ ବର୍ଷୀୟ ଆଣ୍ଡରସନଙ୍କର ଏହା ୧୬୨ତମ ଟେଷ୍ଟ ମ୍ୟାଚ୍। ସେ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିବା ମାମଲାରେ ପୂର୍ବତନ କ୍ୟାପଟେନ୍ ଆଲିଷ୍ଟର୍ କୁକଙ୍କ […]

anderson

Ranjit Kumar Jena
  • Published: Thursday, 10 June 2021
  • , Updated: 10 June 2021, 08:27 PM IST

ବର୍ମିଂହାମ୍: ଇଂଲଣ୍ଡର ଅଭିଜ୍ଞ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଟେଷ୍ଟ କ୍ରିକେଟରେ ଇତିହାସ ରଚିଛନ୍ତି। ସେ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିଥିବା ଖେଳାଳି ହୋଇଛନ୍ତି। ଗୁରୁବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ମଇଦାନକୁ ଓହ୍ଲାଇବା ମାତ୍ରକେ ଆଣ୍ଡରସନ୍ ଏହି ଉପଲବ୍ଧି ନିଜ ନାଁରେ କରିଛନ୍ତି।

୩୮ ବର୍ଷୀୟ ଆଣ୍ଡରସନଙ୍କର ଏହା ୧୬୨ତମ ଟେଷ୍ଟ ମ୍ୟାଚ୍। ସେ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିବା ମାମଲାରେ ପୂର୍ବତନ କ୍ୟାପଟେନ୍ ଆଲିଷ୍ଟର୍ କୁକଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। କୁକ୍ ଇଂଲଣ୍ଡ ପକ୍ଷରୁ ୧୬୧ ଟେଷ୍ଟ ମ୍ୟାଚରେ ପ୍ରତିନିଧିତ୍ବ କରିଥିଲେ। ଟେଷ୍ଟ କ୍ରିକେଟରେ ଆଣ୍ଡରସନ୍ ଏକମାତ୍ର ପେସ୍ ବୋଲର, ଯିଏ ଏହି ଲମ୍ବା ଫର୍ମାଟରେ ୬୦୦ରୁ ଅଧିକ ୱିକେଟ୍ ନେଇଛନ୍ତି। ତାଙ୍କ ନାଁରେ ୬୧୬ ଓ୍ବିକେଟ୍ ରହିଛି।

ଆଣ୍ଡରସନ୍ ମଧ୍ୟ ଇଂଲଣ୍ଡର ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର। ଆଣ୍ଡରସନଙ୍କ ପରେ ଷ୍ଟୁଆର୍ଟ ବ୍ରଡ୍ ଇଂଲଣ୍ଡ ପାଇଁ ସର୍ବାଧିକ ମ୍ୟାଚ୍ ଓ ୱିକେଟ୍ ହାସଲ କରିଛନ୍ତି। ବ୍ରଡ୍ ଇଂଲଣ୍ଡ ପକ୍ଷରୁ ୧୪୭ ଟେଷ୍ଟ ଖେଳି ୫୧୮ ୱିକେଟ୍ ନେଇଛନ୍ତି। ଇଂଲଣ୍ଡ ପକ୍ଷରୁ ସର୍ବାଧିକ ମ୍ୟାଚ୍ ଖେଳିବାରେ ତୃତୀୟ ସ୍ଥାନରେ ଅଛନ୍ତି ଆଲେକ୍ସ ଷ୍ଟିୱାର୍ଟ, ଯାହାଙ୍କ ନାଁରେ ୧୩୩ ୱିକେଟ୍ ରହିଛି।

ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ସର୍ବାଧିକ ଟେଷ୍ଟ ମ୍ୟାଚର ରେକର୍ଡ ମାଷ୍ଟର୍ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ନାଁରେ ରହିଛି। ସଚିନ୍ ରେକର୍ଡ ୨୦୦ ଟେଷ୍ଟ ଖେଳିଛନ୍ତି । ତାଙ୍କ ପରକୁ ଅଷ୍ଟ୍ରେଲିଆର ରିକି (୧୬୮), ଷ୍ଟିଭ୍ ୱ (୧୬୮), ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କାଲିସ୍ (୧୬୬), ୱେଷ୍ଟଇଣ୍ଡିଜର ଶିବନାରାୟାଣ ଚନ୍ଦରପଲ୍ (୧୬୪) ଓ ରାହୁଲ୍ ଡ୍ରାଭିଡ୍ (୧୬୪) ରହିଛନ୍ତି।

Related story