ବୁମ୍ରାଙ୍କ ଘାତକ ବୋଲିଂ, ଇଂଲଣ୍ଡ ୧୧୦ ରନରେ ସଫା

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଚମକିଛନ୍ତି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା। ଲଣ୍ଡନର ଓଭାଲରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବୁମ୍ରାଙ୍କ ଘାତକ ବୋଲିଂ ଆଗରେ ପୂରା ୫୦ ଓଭର ବ୍ୟାଟିଂ କରିବାକୁ ଅକ୍ଷମ ହୋଇଛି ଘରୋଇ ଟିମ। ବୁମ୍ରା ୬ ୱିକେଟ ଦଖଲ କରିବାରୁ ଇଂଲଣ୍ଡ ୧୧୦ରେ ରନ ଅଲ ଆଉଟ ହୋଇଯାଇଛି। ଫଳରେ ଭାରତକୁ ମ୍ୟାଚ୍‌ ସହ ସିରିଜରେ ୧-୦ ଅଗ୍ରଣୀ ହାସଲ କରିବାକୁ ୧୧୧ ରନର ଟାର୍ଗେଟ ମିଳିଛି। ଦିନିକିଆରେ ଏହା […]

ICC

ICC

Hemant Lenka
  • Published: Tuesday, 12 July 2022
  • Updated: 12 July 2022, 07:52 PM IST

Sports

Latest News

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଚମକିଛନ୍ତି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା। ଲଣ୍ଡନର ଓଭାଲରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବୁମ୍ରାଙ୍କ ଘାତକ ବୋଲିଂ ଆଗରେ ପୂରା ୫୦ ଓଭର ବ୍ୟାଟିଂ କରିବାକୁ ଅକ୍ଷମ ହୋଇଛି ଘରୋଇ ଟିମ। ବୁମ୍ରା ୬ ୱିକେଟ ଦଖଲ କରିବାରୁ ଇଂଲଣ୍ଡ ୧୧୦ରେ ରନ ଅଲ ଆଉଟ ହୋଇଯାଇଛି। ଫଳରେ ଭାରତକୁ ମ୍ୟାଚ୍‌ ସହ ସିରିଜରେ ୧-୦ ଅଗ୍ରଣୀ ହାସଲ କରିବାକୁ ୧୧୧ ରନର ଟାର୍ଗେଟ ମିଳିଛି। ଦିନିକିଆରେ ଏହା ଇଂଲଣ୍ଡର ସର୍ବନିମ୍ନ ସ୍କୋର। ଏହାପୂର୍ବରୁ ଇଂଲଣ୍ଡ କେବେ ହେଲେ ଏତେ କମ ରନରେ ଅଲଆଉଟ ହୋଇ ନଥିଲା।

ଓଭାଲ ଗ୍ରାଉଣ୍ଡରେ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ବୁମ୍ରା ଓ ମହମ୍ମଦ ଶାମି ସଠିକ ସାବ୍ୟସ୍ତ କରି ଜଣଙ୍କ ପରେ ଜଣେ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇବା ଆରମ୍ଭ କରିଥିଲେ। ନିଜର ପ୍ରଥମ ତଥା ଇନିଂସର ଦ୍ୱିତୀୟ ଓଭର୍‌ରେ ହିଁ ବୁମ୍ରା ୱିକେଟ ଝଡ଼ାଇବା ଆରମ୍ଭ କରିଥିଲେ।

ସେ ଦ୍ୱିତୀୟ ଓଭର୍‌ର ୪ର୍ଥ ବଲରେ ଜେସନ ରୟ(୦)ଙ୍କୁ ଆଉଟ କରିଥିଲେ। ସେହି ଓଭର୍‌ର ଶେଷ ବଲରେ ଜୋ ରୁଟ(୦) ବୁମ୍ରାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ବେନ ଷ୍ଟୋକ୍ସ ଖାତା ଖୋଲିବା ପୂର୍ବରୁ ମହମ୍ମଦ ଶାମିଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଜନ୍ନି ବେୟାରଷ୍ଟୋ(୭)ଙ୍କୁ ଆଉଟ କରି ବୁମ୍ରା ଇଂଲଣ୍ଡକୁ ୪ର୍ଥ ଝଟକା ଦେଇଥିଲେ।

୧୭ ରନରେ ଦଳ ୪ ଜଣ ଟପ ଅର୍ଡର ବ୍ୟାଟରଙ୍କୁ ହରାଇଥିଲା। ଲିଆମ ଲିଭିଙ୍ଗଷ୍ଟୋନ ମଧ୍ୟ ଖାତା ଖୋଲିବାକୁ ଅକ୍ଷମ ହୋଇଛନ୍ତି। ତାଙ୍କ ୱିକେଟ ବୁମ୍ରା ନେଇଛନ୍ତି। ୨୬ ରନରେ ଇଂଲଣ୍ଡର ୫ ଜଣ ବ୍ୟାଟର ପ୍ୟାଭିଲିୟନ ଫେରିଥିବା ବେଳେ ଅଧିନାୟକ ଜୋଶ ବଟଲର କିଛି ସମୟ ଲଢ଼େଇ କରିଥିଲେ। କିନ୍ତୁ ସେ କେବଳ ୩୦ ରନ କରିବାକୁ ସକ୍ଷମ ହୋଇଥିଲେ।

ତାଙ୍କୁ ଶାମି ଆଉଟ କରି ଇଂଲଣ୍ଡର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ବଟଲରଙ୍କ ପୂର୍ବରୁ ମୋଇନ ଅଲୀ(୧୪) ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲରେ ଆଉଟ ହୋଇଥିଲେ। କ୍ରେଗ ଓଭରଟନ(୮) ଶାମିଙ୍କ ତୃତୀୟ ଶିକାର ବନିଥିଲେ। ଇଂଲଣ୍ଡ ୬୮ ରନରେ ୮ମ ୱିକେଟ ହରାଇବାରୁ ଲାଗୁଥିବା ଦଳ ୧୦୦ ରନ ମଧ୍ୟ ପାର କରିପାରିବ ନାହିଁ।

ହେଲେ ଡାଭିଡ ୱିଲ୍ଲୀ ଓ ବ୍ରାୟଡନ କାର୍ସେ କିଛି ସମୟ ଲଢ଼େଇ କରି ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ। ହେଲେ ବୁମ୍ରା ଆସିବା ମାତ୍ରେ ଉଭୟ ଆଉ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଥିଲେ। ସେ ପ୍ରଥମେ ୧୫ ରନ କରିଥିବା କାର୍ସେଙ୍କୁ ବୋଲ୍ଡ କରିଥିଲେ। ଏହାପରେ ୱିଲ୍ଲୀ(୨୧)ଙ୍କୁ ବୋଲ୍ଡ କରି ଇଂଲଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ବୁମ୍ରା ଦ୍ୱିତୀୟ ଥର ପାଇଁ ଦିନିକିଆ କ୍ରିକେଟରେ ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେବାର ରେକର୍ଡ କରିଛନ୍ତି।

ଭାରତ ପକ୍ଷରୁ ବୁମ୍ରା ୭.୨ ଓଭରରେ ୧୯ ରନ ଦେଇ ୬ ୱିକେଟ ନେଇଥିବା ବେଳେ ଶାମି ୩୧ ରନ ଦେଇ ୩ଟି ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos