କୋହଲିଙ୍କ ‘ବିରାଟ’ ରେକର୍ଡର ସମକକ୍ଷ ହେଲେ ବଟଲର

ଅହମଦାବାଦ: ଚଳିତ ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ କରୁଥିବା ରାଜସ୍ଥାନ ରୟାଲ୍ସର ଜୋଶ ବଟଲର ପୁଣି ଗୋଟିଏ ଶତକ ହାସଲ କରିଛନ୍ତି। ଶୁକ୍ରବାର ଆରସିବି ବିପକ୍ଷ ଦ୍ୱିତୀୟ କ୍ୱାଲିଫାୟରରେ ସେ ଅପରାଜିତ ୧୦୬ ରନ୍‌ ଇନିଂସ ଖେଳିଛନ୍ତି। ଏହି ଇନିଂସ ବଳରେ ରାଜସ୍ଥାନ ଦୀର୍ଘ ୧୪ ବର୍ଷ ପରେ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି। ଚଳିତ ଆଇପିଏଲରେ ବଟଲରଙ୍କ ଏହା ୪ର୍ଥ ଶତକ। ବର୍ତ୍ତମାନ ସୁଦ୍ଧା ୮୨୪ ରନ୍‌ କରି କମଳା ଟୋପି ହାସଲ କରିଥିବା ବଟଲର ଗତକାଲିର […]

Buttler

Buttler

Hemant Lenka
  • Published: Saturday, 28 May 2022
  • Updated: 28 May 2022, 09:59 AM IST

Sports

Latest News

ଅହମଦାବାଦ: ଚଳିତ ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ କରୁଥିବା ରାଜସ୍ଥାନ ରୟାଲ୍ସର ଜୋଶ ବଟଲର ପୁଣି ଗୋଟିଏ ଶତକ ହାସଲ କରିଛନ୍ତି। ଶୁକ୍ରବାର ଆରସିବି ବିପକ୍ଷ ଦ୍ୱିତୀୟ କ୍ୱାଲିଫାୟରରେ ସେ ଅପରାଜିତ ୧୦୬ ରନ୍‌ ଇନିଂସ ଖେଳିଛନ୍ତି। ଏହି ଇନିଂସ ବଳରେ ରାଜସ୍ଥାନ ଦୀର୍ଘ ୧୪ ବର୍ଷ ପରେ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି।

ଚଳିତ ଆଇପିଏଲରେ ବଟଲରଙ୍କ ଏହା ୪ର୍ଥ ଶତକ। ବର୍ତ୍ତମାନ ସୁଦ୍ଧା ୮୨୪ ରନ୍‌ କରି କମଳା ଟୋପି ହାସଲ କରିଥିବା ବଟଲର ଗତକାଲିର ଶତକ ପରେ ରେକର୍ଡ ବୁକରେ ନିଜକୁ ସାମିଲ କରିଛନ୍ତି। ବର୍ତ୍ତମାନ ସେ ଆରସିବିର ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଯାଇଛନ୍ତି। ଗୋଟିଏ ସିଜିନରେ ୪ଟି ଶତକ ହାସଲ କରିବାରେ ବିରାଟଙ୍କ ପରେ ବଟଲର ଦ୍ୱିତୀୟ କ୍ରିକେଟର। ବିରାଟ ୨୦୧୬ରେ ଆରସିବି ପାଇଁ ୪ଟି ଶତକ ହାସଲ କରିଥିଲେ। ଏବେ ବଟଲର ୨୦୨୨ରେ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି।

ବଟଲର ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ ରାଇଡର୍ସ ଓ ଆରସିବି ବିପକ୍ଷରେ ଶତକ ହାସଲ କରିଛନ୍ତି। ୨୦୧୬ ବିରାଟ ୪ଟି ଶତକ ସହ ପୂରା ଟୁର୍ଣ୍ଣାମେଣ୍ଟରେ ୯୭୩ ରନ୍‌ କରିଥିଲେ। ଆଜି ଯାଏ ତାଙ୍କ ରେକର୍ଡ କେହି ବି ଭାଙ୍ଗି ନାହାନ୍ତି। ବିରାଟଙ୍କ ଦମଦାର ବ୍ୟାଟିଂ ଯୋଗୁ ୨୦୧୬ରେ ଆରସିବି ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଫାଇନାଲରେ ଦଳ ସନରାଇଜର୍ସ ହାଇଦ୍ରାବାଦ ଠାରୁ ହାରି ଯାଇଥିଲା। ଏବେ ବଟଲରଙ୍କ ଦମଦାର ବ୍ୟାଟିଂ ଯୋଗୁ ରାଜସ୍ଥାନ ଫାଇନାଲରେ ପ୍ରବେଶ କରିଛି। ଆସନ୍ତାକାଲି ଦଳ ଟ୍ରଫି ପାଇଁ ଗୁଜରାଟ ଟାଇଟନ୍ସ ସହ ଲଢ଼େଇ କରିବ।

ବଟଲର ବର୍ତ୍ତମାନ ସୁଦ୍ଧା ଚଳିତ ଆଇପିଏଲରେ ୮୨୪ ରନ୍‌ କରିଛନ୍ତି। ତାଙ୍କ ପାଖରେ ଡାଭିଡ ୱାର୍ଣ୍ଣର ୨୦୧୬ରେ କରିଥିବା ୮୪୮ ରନକୁ ଅତିକ୍ରମ କରିବାର ସୁଯୋଗ ରହିଛି। ବିରାଟ ୨୦୧୬ରେ ସର୍ବାଧିକ ୯୭୩ ରନ କରିଥିବା ବେଳେ ତାଙ୍କ ପଛକୁ ଡାଭିଡ ୱାର୍ଣ୍ଣର ୮୪୮ ରନ୍ କରିଥିଲେ। ଏଯାଏ ଏମାନଙ୍କ ଠାରୁ ଅଧିକ ରନ୍‌ କୌଣସି ଖେଳାଳି ଗୋଟିଏ ସିଜିନରେ କରିପାରି ନାହାନ୍ତି। ହେଲେ ବଟଲରଙ୍କ ପାଖରେ ୱାର୍ଣ୍ଣରଙ୍କୁ ପଛରେ ପକାଇବାର ସୁଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos