ଦିଲ୍ଲୀ ବିପକ୍ଷରେ ଟସ୍‌ ଜିତିଲା ହାଇଦ୍ରାବାଦ, ଉଭୟ ଟିମ୍‌ରେ ଏକାଧିକ ପରିବର୍ତ୍ତନ

ମୁମ୍ବାଇ: ଚଳିତ ଆଇପିଏଲର ୫୦ତମ ମ୍ୟାଚ୍‌ରେ ମୁହାଁମୁହୀଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ। ଏହି ମ୍ୟାଚ୍‌ଟି ପ୍ଲେ ଅଫ ଦୃଷ୍ଟିରୁ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମୁକାବିଲାରେ ହାଇଦ୍ରାବାଦ ଅଧିନାୟକ କେନ୍‌ ୱିଲିୟମସନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଋଷଭ ପନ୍ତଙ୍କ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବ। ଦିଲ୍ଲୀ ତା’ର ପୂର୍ବ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ […]

SRH

SRH

Hemant Lenka
  • Published: Thursday, 05 May 2022
  • Updated: 05 May 2022, 07:11 PM IST

Sports

Latest News

ମୁମ୍ବାଇ: ଚଳିତ ଆଇପିଏଲର ୫୦ତମ ମ୍ୟାଚ୍‌ରେ ମୁହାଁମୁହୀଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ। ଏହି ମ୍ୟାଚ୍‌ଟି ପ୍ଲେ ଅଫ ଦୃଷ୍ଟିରୁ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମୁକାବିଲାରେ ହାଇଦ୍ରାବାଦ ଅଧିନାୟକ କେନ୍‌ ୱିଲିୟମସନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଋଷଭ ପନ୍ତଙ୍କ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବ।

ଦିଲ୍ଲୀ ତା’ର ପୂର୍ବ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଠାରୁ ୬ ରନ୍‌ରେ ହାରିଥିଲା। ସେହିପରି ହାଇଦ୍ରାବାଦ ପ୍ରତିପକ୍ଷ ଚେନ୍ନାଇଠାରୁ ହାରିଛି। ତେଣୁ ଉଭୟ ଦଳ ୱିନିଂ ଟ୍ରାକ୍‌କୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି। ଚଳିତ ଆଇପିଏଲରେ ଦିଲ୍ଲୀ ଏଯାଏ ୯ଟି ମ୍ୟାଚ୍‌ ଖେଳିଥିବା ବେଳେ ୪ଟିରେ ଜିତି ପଏଣ୍ଟ ଟେବୁଲର ୭ମରେ ରହିଛି।

ଅନ୍ୟପକ୍ଷରେ ହାଇଦ୍ରାବାଦ ସମାନ ୯ଟି ମ୍ୟାଚ୍‌ରୁ ୫ଟିରେ ଜିତି ଟେବୁଲର ୫ମ ସ୍ଥାନରେ ରହିଛି। ହାଇଦ୍ରାବାଦ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ୨ଟି ମ୍ୟାଚ୍‌ ହାରିଥିଲା। ହେଲେ ଏହାପରେ କ୍ରମାଗତ ୫ଟି ମ୍ୟାଚ୍‌ ଜିତିଥିଲା। ଏବେ ଦଳ ଲଗାତର ଦୁଇଟି ମ୍ୟାଚ୍‌ ହାରିଛି।

ତେଣୁ ହାଇଦ୍ରାବାଦ ଆଜିର ମ୍ୟାଚ୍‌ରେ ୩ଟି ପରିବର୍ତ୍ତନ କରିଛି। ଦଳ ପାଇଁ ସେନ ଆବଟ୍ଟ, ଶ୍ରେୟସ ଗୋପାଲ ଓ କାର୍ତ୍ତିକ ତ୍ୟାଗୀ ଡେବ୍ୟୁ କରୁଛନ୍ତି। ମାର୍କୋ ଜାନେସନ, ୱାଶିଂଟନ ସୁନ୍ଦର ଓ ଟି ନଟରାଜନ ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି।

ସେହିପରି ଦିଲ୍ଲୀ ତା’ର ଚୂଡ଼ାନ୍ତ ଏକାଦଶରେ ୪ଟି ପରିବର୍ତ୍ତନ କରିଛି। ପୃଥ୍ୱୀ ଶ’, ଅକ୍ଷର ପଟେଲ, ଚେତନ ସକାରିୟା ଓ ମୁସ୍ତାଫିଜୁର ରହମାନ ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି। ଏମାନଙ୍କ ବଦଳରେ ମନଦୀପ ସିଂହ, ଖଲୀଲ ଅହମଦ, ରିପାଲ ପଟେଲ ଓ ଅନରିଚ ନୋର୍ଖିୟା ସ୍ଥାନ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos