ଇଂଲଣ୍ଡ ସିରିଜ ଖେଳିବେନି ରାହୁଲ, ଆୟର୍ଲ୍ୟାଣ୍ଡ ବିପକ୍ଷରେ ହାର୍ଦ୍ଦିକ ହେବେ କ୍ୟାପ୍ଟେନ!

ନୂଆଦିଲ୍ଲୀ: ସ୍ଥଗିତ ଥିବା ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟରେ ଖେଳି ନ ପାରନ୍ତି ଟିମ୍‌ ଇଣ୍ଡିଆର ଓପନର କେଏଲ ରାହୁଲ। ଆସନ୍ତା ମାସରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ବର୍ହିଂହାମରେ ୫ମ ଟେଷ୍ଟ ଖେଳାଯିବ। କରୋନା ଯୋଗୁ ଏହି ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ ସ୍ଥଗିତ ରହିଥିଲା। ଏବେ ଟିମ ଇଣ୍ଡିଆ ସୀମିତ ଓଭର ସିରିଜ୍‌ ଖେଳିବାକୁ ଇଂଲଣ୍ଡ ଗସ୍ତରେ ଯାଉଥିବାରୁ ପ୍ରଥମେ ସ୍ଥଗିତ ଥିବା ଏକମାତ୍ର ଟେଷ୍ଟ ଖେଳିବ। କିନ୍ତୁ ରାହୁଲଙ୍କୁ ଏହି ସିରିଜରେ ଦେଖିବାକୁ […]

Hardik

Hardik

Hemant Lenka
  • Published: Wednesday, 15 June 2022
  • Updated: 15 June 2022, 08:08 PM IST

Sports

Latest News

ନୂଆଦିଲ୍ଲୀ: ସ୍ଥଗିତ ଥିବା ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟରେ ଖେଳି ନ ପାରନ୍ତି ଟିମ୍‌ ଇଣ୍ଡିଆର ଓପନର କେଏଲ ରାହୁଲ। ଆସନ୍ତା ମାସରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ବର୍ହିଂହାମରେ ୫ମ ଟେଷ୍ଟ ଖେଳାଯିବ। କରୋନା ଯୋଗୁ ଏହି ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ ସ୍ଥଗିତ ରହିଥିଲା। ଏବେ ଟିମ ଇଣ୍ଡିଆ ସୀମିତ ଓଭର ସିରିଜ୍‌ ଖେଳିବାକୁ ଇଂଲଣ୍ଡ ଗସ୍ତରେ ଯାଉଥିବାରୁ ପ୍ରଥମେ ସ୍ଥଗିତ ଥିବା ଏକମାତ୍ର ଟେଷ୍ଟ ଖେଳିବ। କିନ୍ତୁ ରାହୁଲଙ୍କୁ ଏହି ସିରିଜରେ ଦେଖିବାକୁ ନ ମିଳିପାରେ। ଆହତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ଟି-୨୦ରୁ ବାଦ ପଡ଼ିଥିବା ରାହୁଲ ଏଯାଏ ସୁସ୍ଥ ହୋଇ ନାହାନ୍ତି। ତେଣୁ ସେ ଟିମ୍‌ ଇଣ୍ଡିଆ ସହ ଇଂଲଣ୍ଡ ଗସ୍ତରେ ଯିବେ ନାହିଁ ବୋଲି ଜଣାପଡ଼ିଛି।

ସେହିପରି ଇଂଲଣ୍ଡ ଟେଷ୍ଟ ସମୟରେ ଭାରତ ପ୍ରତିପକ୍ଷ ଆୟର୍ଲ୍ୟାଣ୍ଡ ବିପକ୍ଷରେ ୨ଟି ଟି-୨୦ ସିରିଜ ଖେଳିବ। ତେଣୁ ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହେବ। କାରଣ ବର୍ତ୍ତମାନ ଭାରତର କାମଚଳା ଟି-୨୦ ଅଧିନାୟକ ଋଷଭ ପନ୍ତ ଇଂଲଣ୍ଡ ଟିମ୍‌ ସହ ଟେଷ୍ଟ ଖେଳିବା ପାଇଁ ଦଳର ଅନ୍ୟ ଖେଳାଳିଙ୍କ ସହ ଯିବେ। ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରେ ପନ୍ତଙ୍କ ଡେପୁଟି ଭାବେ କାମ କରୁଥିବା ପାଣ୍ତ୍ୟା ଅଧିନାୟକ ପଦ ସମ୍ଭାବଳିବେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଏହାବାଦ ଆୟର୍ଲ୍ୟାଣ୍ଡ ଯିବାକୁ ଥିବା ଭାରତୀୟ ଟିମ୍‌ର କୋଚ୍‌ ଭାବେ ଭିଭିଏସ୍‌ ଲକ୍ଷ୍ମଣ କାମ କରିବେ।

ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, “ଜଙ୍ଘ ଜନିତ ଆହତ ସମସ୍ୟାରୁ ରାହୁଲ ଏଯାଏ ମୁକୁଳି ନାହାନ୍ତି। ଆଜି ଟେଷ୍ଟ ଟିମ୍‌ର ଖେଳାଳିମାନେ ମୁମ୍ବାଇରେ ଏକାଠି ହୋଇଛନ୍ତି। ମଧ୍ୟରାତ୍ର ପରେ ସେମାନେ ଇଂଲଣ୍ଡ ଅଭିମୁଖେ ଉଡ଼ାଣ ଭରିବେ। ରାହୁଲ ଟିମ୍‌ ସହ ଯିବେ ନାହିଁ। ତାଙ୍କୁ ସୁସ୍ଥ ହେବା ପାଇଁ ଆଉ କିଛି ସମୟ ଲାଗିବ। ଚଳିତ ସପ୍ତାହ କିମ୍ବା ଆସନ୍ତା ସପ୍ତାହରେ ତାଙ୍କର ଫିଟନେଶ ଟେଷ୍ଟ ହେବ। ଫିଟନେଶ ଟେଷ୍ଟରେ ପାସ ହେବା ପରେ ତାଙ୍କର ଗସ୍ତ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ।”

ପନ୍ତଙ୍କ ବ୍ୟତୀତ ଟେଷ୍ଟ ଟିମ୍‌ରେ ଥିବା ସମସ୍ତ ଖେଳାଳି ଆଜି ମଧ୍ୟରାତ୍ର ପରେ ଇଂଲଣ୍ତ ଗସ୍ତରେ ଉଡ଼ାଣ ଭରିବେ। ଇଂଲଣ୍ଡ ବିପକ୍ଷରେ ଦଳ ୧ରୁ ୫ ତାରିଖ ଯାଏ ଟେଷ୍ଟ ମ୍ୟାଚ୍ ଖେଳିବ। ପନ୍ତ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ବ୍ୟସ୍ତ ଅଛନ୍ତି। ୧୯ ତାରିଖରେ ସିରିଜ ସରିବା ପରେ ସେ ଇଂଲଣ୍ଡ ଗସ୍ତରେ ଯିବେ। ରାହୁଲଙ୍କ ଅନୁପସ୍ଥିତିରେ ଶୁବମନ ଗିଲଙ୍କ ସହ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଓପନ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story