୧୧ କୋଟି ଟଙ୍କା ଜମା କଲେ ବିରାଟ୍‌-ଅନୁଷ୍କା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଭାରତରେ କରୋନା ବିରୋଧୀ ଚାଲିଥିବା ଲଢ଼େଇରେ ରିଲିଫ୍ କାର୍ଯ୍ୟ ଅର୍ଥରାଶି ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନରେ ବିରାଟ୍ ଓ ଅନୁଷ୍କା ୧୧ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ଖୋଦ୍ କୋହଲି ଓ ଅନୁଷ୍କା ୨ କୋଟି ଟଙ୍କା ଦାନ କରିଛନ୍ତି । ଅନୁଷ୍କା ଓ ବିରାଟ ୭ କୋଟି ଟଙ୍କା ଜମା କରିବାକୁ ଲକ୍ଷ୍ୟ […]

Virat-Kohli-and-Anushka-Sha

Ranjit Kumar Jena
  • Published: Wednesday, 12 May 2021
  • , Updated: 12 May 2021, 11:46 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଭାରତରେ କରୋନା ବିରୋଧୀ ଚାଲିଥିବା ଲଢ଼େଇରେ ରିଲିଫ୍ କାର୍ଯ୍ୟ ଅର୍ଥରାଶି ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନରେ ବିରାଟ୍ ଓ ଅନୁଷ୍କା ୧୧ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ଖୋଦ୍ କୋହଲି ଓ ଅନୁଷ୍କା ୨ କୋଟି ଟଙ୍କା ଦାନ କରିଛନ୍ତି ।

ଅନୁଷ୍କା ଓ ବିରାଟ ୭ କୋଟି ଟଙ୍କା ଜମା କରିବାକୁ ଲକ୍ଷ୍ୟ ରଖିଥିଲେ, କିନ୍ତୁ ଦୁହେଁ ମିଶିକି ଏହାଠାରୁ ଅଧିକ ଟଙ୍କା ଏକାଠି କରିଛନ୍ତି । ଏହି ଅଭିଯାନରେ ସଂଗ୍ରହ ହୋଇଥିବା ଅର୍ଥରାଶି ଏକ ଗ୍ରାଣ୍ଟସକୁ କରୋନା ରିଲିଫ୍ କାର୍ଯ୍ୟ ପାଇଁ ଦିଆଯିବ । ବିରାଟ୍ ଓ ଅନୁଷ୍କା ଶର୍ମାଙ୍କ ଏହି ଅଭିଯାନରେ ଏମପିଏଲ୍ ସ୍ପୋର୍ଟ୍ସ ଫାଉଣ୍ଡେସନ୍ ୫ କୋଟି ଟଙ୍କା ଦାନ କରିଛି । ଯାହା ପରେ ବିରାଟ୍ ଟ୍ୱିଟ୍ କରି ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି ।

ବିରାଟ୍ ଓ ଅନୁଷ୍କା ଏହି ଅଭିଯାନକୁ ୭ ଦିନ ଧରି ଚଳାଇବେ । ସଂଗ୍ରହ ହୋଇଥିବା ଅର୍ଥରାଶିକୁ ଏମାନେ ଏସିଟି ଗ୍ରାଣ୍ଟସ୍ ସଂସ୍ଥାକୁ ଦେବେ, ଯାହା ଅକ୍ସିଜେନ୍ ଓ ଚିକିତ୍ସା ସହ ଜଡ଼ିତ ଅନ୍ୟ ସୁବିଧା ଉପଲବ୍ଧ କରାଇବା କ୍ଷେତ୍ରରେ କାମ କରିଥାଏ ।

କରୋନା ଭାଇରସ୍ ମାମଲା ସାମ୍ନାକୁ ଆସିବା ପରେ ଆଇପିଏଲର ୧୪ଶ ସଂସ୍କରଣକଚୁ ୨୯ ମ୍ୟାଚ୍ ପରେ ସ୍ଥଗିତ କରିଦିଆଯାଇଛି । ଏହି କାରଣରୁ ଲିଗରେ ସାମିଲ୍ ଖେଳାଳିମାନେ ଏବେ ନିଜ ନିଜର ଘରକୁ ଫେରିଯାଇଛନ୍ତି । ଅଧିକାଂଶ ଭାରତୀୟ ଖେଳାଳି ନିଜ ନିଜର ଘରେ ପହଞ୍ଚି ଯାଇଛନ୍ତି । ବିରାଟ୍ କୋହଲି ମଧ୍ୟ ମୁମ୍ବାଇ ଫେରି ଆସିଛନ୍ତି।

Related story