୧୦୨୦ ଦିନ ପରେ ଶତକ ହାସଲ କଲେ, ପଣ୍ଟିଂଙ୍କ ସମକକ୍ଷ ହେଲେ ବିରାଟ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟରେ ୭୧ତମ ଶତକ ପାଇଁ ବିରାଟ କୋହଲି ଓ କ୍ରିକେଟ ପ୍ରେମୀମାନେ ଅପେକ୍ଷା କରିଥିବା ମୁହୂର୍ତ୍ତରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କାରଣ ଆଫଗାନିସ୍ତାନ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ବିରାଟ ବିସ୍ଫୋରକ ଶତକ ହାସଲ କରିଛନ୍ତି। ଟି-୨୦ରେ ଏହା ବିରାଟଙ୍କ ପ୍ରଥମ ଶତକ। ସେହିପରି ଦୀର୍ଘ ୧୦୨୦ ଦିନ ପରେ ବିରାଟ କୌଣସ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି। ସେ ଶେଷଥର ପାଇଁ ୨୦୧୯ ମସିହା ନଭେମ୍ବର ମାସରେ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଶତକ […]

Virat1

Virat1

Hemant Lenka
  • Published: Thursday, 08 September 2022
  • Updated: 08 September 2022, 09:43 PM IST

Sports

Latest News

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟରେ ୭୧ତମ ଶତକ ପାଇଁ ବିରାଟ କୋହଲି ଓ କ୍ରିକେଟ ପ୍ରେମୀମାନେ ଅପେକ୍ଷା କରିଥିବା ମୁହୂର୍ତ୍ତରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କାରଣ ଆଫଗାନିସ୍ତାନ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ବିରାଟ ବିସ୍ଫୋରକ ଶତକ ହାସଲ କରିଛନ୍ତି। ଟି-୨୦ରେ ଏହା ବିରାଟଙ୍କ ପ୍ରଥମ ଶତକ। ସେହିପରି ଦୀର୍ଘ ୧୦୨୦ ଦିନ ପରେ ବିରାଟ କୌଣସ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି।

ସେ ଶେଷଥର ପାଇଁ ୨୦୧୯ ମସିହା ନଭେମ୍ବର ମାସରେ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରିଥିଲେ। ଏହା ପରଠାରୁ ସେ ନିଜର ଫର୍ମକୁ ନେଇ ଅନେକ ସମାଲୋଚନାର ଶିକାର ହୋଇ ଚାଲିଥିଲେ। ହେଲେ ଆଜି କିଙ୍ଗ କୋହଲି ଶତକ ହାସଲ କରି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି।

ସେ ଆଜି ମାତ୍ର ୬୧ଟି ବଲରେ ଅପରାଜିତ ୧୨୨ ରନର ଇନିଂସ ଖେଳିଛନ୍ତି। ଏହି ଶତକୀୟ ଇନିଂସ ପରେ ବିରାଟ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟର ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି। ବିରାଟଙ୍କ ଭଳି ପଣ୍ଟିଂ ମଧ୍ୟ ୭୧ଟି ଶତକ ହାସଲ କରିଛନ୍ତି।

ଏବେ ତାଙ୍କୁ ଅତିକ୍ରମ କରିବା ପାଇଁ ବିରାଟଙ୍କ ପାଖରେ ସୁଯୋଗ ରହିଛି। ସେହିପରି ସର୍ବାଧିକ ଶତକ ହାସଲ କରିବା ତାଲିକାରେ ଏବେ ବି ସଚିନ ତେନ୍ଦୁଲକର ୧ନଂ ସ୍ଥାନରେ ରହିଛନ୍ତି। ସଚିନ ୬୬୪ ମ୍ୟାଚ୍‌ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଥର ୧୦୦ରୁ ଅଧିକ ରନ କରିଛନ୍ତି। ଦ୍ୱିତୀୟ ସ୍ଥାନରେ ପଣ୍ଟିଂ ୫୬୦ ମ୍ୟାଚରେ ୭୧ଟି ଓ ବିରାଟ ୪୬୮ ମ୍ୟାଚରେ ସମାନ ୭୧ ଶତକ ହାସଲ କରିଛନ୍ତି।

ବିରାଟ ଟେଷ୍ଟ ମ୍ୟାଚ୍‌ରେ ୨୭ଟି, ଦିନିକିଆରେ ୪୩ଟି ଓ ଟି଼-୨୦ରେ ଗୋଟିଏ ଶତକ ହାସଲ କରିଛନ୍ତି। ଆଜି ଆଫାଗନିସ୍ତାନ ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ଖେଳୁ ନାହାନ୍ତି।

ଏଥିପାଇଁ ଦଳର କାମଚଳା ଅଧିନାୟକ କେଏଲ ରାହୁଲଙ୍କ ସହ ବିରାଟ ଇନିଂସ ଆରମ୍ଭ କରିଥିଲେ। ସେ ଆରମ୍ଭରୁ ଶେଷ ଯାଏ ଅପରାଜିତ ରହି ୧୨୨ ରନ କରିଛନ୍ତି। ଏଥିରେ ୧୨ଟି ଚୌକା ଓ ୬ଟି ଛକା ରହିଛି। ଏହି ଇନିଂସ ଯୋଗୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୧୨ ରନ କରିପାରିଛି।

ଅନ୍ୟପକ୍ଷରେ ବିରାଟ ବିଶ୍ୱର ଦ୍ୱିତୀୟ ବ୍ୟାଟର ଭାବେ ଟି-୨୦ରେ ୩୫ଶହ ରନ ପୂରଣ କରିଛନ୍ତି। ସେହିପରି ତୃତୀୟ ବରିଷ୍ଠ ଭାରତୀୟ ଭାବେ ଟି-୨୦ରେ ଶତକ ହାସଲ କରିଛନ୍ତି। ବିରାଟ ୩୩ ବର୍ଷ ୩୦୭ ଦିନ ବୟସରେ ନିଜର ପ୍ରଥମ ଟି-୨୦ ଶତକ ହାସଲ କରିଛନ୍ତି। ତାଙ୍କ ତଳେ ସୂର୍ଯ୍ୟ କୁମାର ଯାଦବ ୩୧ ବର୍ଷ ୨୯୯ ଦିନ ବୟସ ଓ ରୋହିତ ଶର୍ମା ୩୧ ବର୍ଷ ୧୯୦ ଦିନ ବୟସରେ ନିଜ ନିଜର ପ୍ରଥମ ଟି-୨୦ ଶତକ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story