କରୋନା ପ୍ରଭାବିତ ଭାରତୀୟ ଟିମକୁ ୧୩୨ ରନ୍‌ରେ ରୋକିଲା ଶ୍ରୀଲଙ୍କା

କଲମ୍ବୋ: ମହାମାରୀ କରୋନା ଦ୍ୱାରା ପ୍ରଭାବିତ ହୋଇ ୮ ଜଣ ପ୍ରମୁଖ ଖେଳାଳିଙ୍କୁ ହରାଇଥିବା ଟିମ୍‌ ଇଣ୍ଡିଆକୁ ଦ୍ୱିତୀୟ ଟି-୨୦ରେ ମାତ୍ର ୧୩୨ ରନ୍‌ରେ ଅଟକାଇ ଦେଇଛି ଶ୍ରୀଲଙ୍କା। ଫଳରେ ଶ୍ରୀଲଙ୍କାକୁ ମ୍ୟାଚ୍‌ ଜିତି ସିରିଜ୍‌ ବାରବର କରିବାକୁ ୧୩୩ ରନ୍‌ର ଟାର୍ଗେଟ ମିଳିଛି। କୃନାଲ ପାଣ୍ତ୍ୟା କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଦଳର ପ୍ରମୁଖ ୭ ଖେଳାଳି ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରୁ ବାଦ ପଡ଼ିଛନ୍ତ। ଏହି କାରଣରୁ ଆଜି ୬ ଜଣ […]

BCCI

BCCI

Hemant Lenka
  • Published: Wednesday, 28 July 2021
  • Updated: 28 July 2021, 09:35 PM IST

Sports

Latest News

କଲମ୍ବୋ: ମହାମାରୀ କରୋନା ଦ୍ୱାରା ପ୍ରଭାବିତ ହୋଇ ୮ ଜଣ ପ୍ରମୁଖ ଖେଳାଳିଙ୍କୁ ହରାଇଥିବା ଟିମ୍‌ ଇଣ୍ଡିଆକୁ ଦ୍ୱିତୀୟ ଟି-୨୦ରେ ମାତ୍ର ୧୩୨ ରନ୍‌ରେ ଅଟକାଇ ଦେଇଛି ଶ୍ରୀଲଙ୍କା। ଫଳରେ ଶ୍ରୀଲଙ୍କାକୁ ମ୍ୟାଚ୍‌ ଜିତି ସିରିଜ୍‌ ବାରବର କରିବାକୁ ୧୩୩ ରନ୍‌ର ଟାର୍ଗେଟ ମିଳିଛି।

କୃନାଲ ପାଣ୍ତ୍ୟା କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଦଳର ପ୍ରମୁଖ ୭ ଖେଳାଳି ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରୁ ବାଦ ପଡ଼ିଛନ୍ତ। ଏହି କାରଣରୁ ଆଜି ୬ ଜଣ ବୋଲର ଓ ୫ ଜଣ ବ୍ୟାଟସମ୍ୟାନଙ୍କୁ ନେଇ ଭାରତ ମୈଦାନକୁ ଓହ୍ଲାଇଛି। ଏହି ୧୧ ଖେଳାଳିଙ୍କୁ ମଧ୍ୟରୁ ୪ ଜଣ ଡେବ୍ୟୁ କରିଛନ୍ତି।

ଶ୍ରୀଲଙ୍କା ଅଧିନାୟକ ଦସୁନ ଶନାକା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଭାରତର ଅଧିନାୟକ ଶିଖର ଧୱନଙ୍କ ସହ ଡେବ୍ୟୁଟାଣ୍ଟ ଋତୁରାଜ ଗାଏକ୍ୱାଡ୍ ଇନିଂସ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୪୯ ରନ୍‌ ଯୋଡ଼ିବା ପରେ ଗାଏକ୍ୱାଡ ୨୧ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ୱିକେଟ ଶନାକା ନେଇଥିଲେ। ଏହାପରେ ଆଉ ଜଣେ ଡେବ୍ୟୁଟାଣ୍ଟ ଦେବଦତ୍ତ ପାଡିକଲଙ୍କ ସହ ଧୱନ ସ୍ଥିତି ସମ୍ଭାଳିବା ସହ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ।

ବିଶେଷ କରି ଧୱନ ବଡ଼ବଡ଼ ଶଟ୍‌ ଖେଳିଥିଲେ। କିନ୍ତୁ ଦଳୀୟ ସ୍କୋର ୮୧ ଥିବା ବେଳେ ବ୍ୟକ୍ତିଗତ ୪୦ ରନ୍‌ କରି ଧୱନ କ୍ଲିନ ବୋଲ୍ଡ ହୋଇଯାଇଥିଲେ। ଅକିଲା ଧନଞ୍ଜୟ ତାଙ୍କୁ ଆଉଟ କରିଥିଲେ। ପାଡିକଲ ମଧ୍ୟ ୨୯ ରନ୍‌ କରି ୱାନିନ୍ଦୁ ହସରଙ୍ଗାଙ୍କ ଶିକାର ବନିଥିଲେ। ସଞ୍ଜୁ ସାମସନ୍ (୭) ମଧ୍ୟ ବେଶୀ କିଛି କରିପାରି ନଥିଲେ। ତାଙ୍କୁ ଅକିଲା ଆଉଟ କରିଥିଲେ।

ଡେବ୍ୟୁଟାଣ୍ଟ ନୀତୀଶ ରାଣା ଶେଷ ଭାଗରେ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ ହେଁ କେବଳ ୯ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତେବେ ଭୁବନେଶ୍ୱର କୁମାର ୧୩ ରନ୍‌ କରିବାରୁ ଭାରତ କଷ୍ଟମଷ୍ଟେ ୧୩୦ ରନ୍‌ ପାର୍‌ କରିବାକୁ ସକ୍ଷମ ହୋଇଥିଲା। ଶେଷରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୩୨ ରନ କରିପାରିଥିଲା। ଏବେ ଶ୍ରୀଲଙ୍କା ଏହି ଟାର୍ଗେଟକୁ କେମିତି ହାସଲ କରୁଛି, ତା’ ଉପରେ ସମସ୍ତଙ୍କ ନଜର।

ଶ୍ରୀଲଙ୍କା ପକ୍ଷରୁ ଅକିଲା ଦୁଇଟି ୱିକେଟ ନେଇଥିବା ବେଳେ ହସରଙ୍ଗା, ଶନାକା ଓ ଚାମୀରା ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story