ଲିଜେଣ୍ଡ କ୍ରିକେଟ ଲିଗ୍: ବାରବାଟୀ ଷ୍ଟାଡିୟମରେ ଖେଳାଯିବ ୩ ମ୍ୟାଚ୍

କଟକ(ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିଅମରେ ଖେଳାଯିବ LLC ବା ଲିଜେଣ୍ଡ କ୍ରିକେଟ ଲିଗ୍। ସେପ୍ଟେମ୍ବେର ୨୭, ୨୯ ଓ ୩୦ ତାରିଖରେ ଖେଳାଯିବ ଏହି ମ୍ୟାଚ୍। ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର ଅନ୍ତର୍ଜାତୀୟ ଖେଳାଳି ଏଥିରେ ଭାଗ ନେବେ। ଏନେଇ ସୂଚନା ଦେଲେ OCA ସମ୍ପାଦକ ସଞ୍ଜୟ ବେହେରା। ସୂଚନା ମୁତାବକ, ଟି୨୦ ଫର୍ମାଟରେ ଏହି ମ୍ୟାଚ୍‌ଗୁଡ଼ିକ ଖେଳାଯିବ। କ୍ରିକେଟରୁ ଅବସର ନେଇଥିବା ୫୦ରୁ ଅଧିକ ଜଣାଶୁଣା ଆନ୍ତର୍ଜାତିକ କ୍ରିକେଟ ଖେଳାଳି ଏହି ଲିଗରେ ଅଂଶ […]

cricket

  • Published: Wednesday, 24 August 2022
  • , Updated: 24 August 2022, 06:24 PM IST

କଟକ(ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିଅମରେ ଖେଳାଯିବ LLC ବା ଲିଜେଣ୍ଡ କ୍ରିକେଟ ଲିଗ୍। ସେପ୍ଟେମ୍ବେର ୨୭, ୨୯ ଓ ୩୦ ତାରିଖରେ ଖେଳାଯିବ ଏହି ମ୍ୟାଚ୍। ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର ଅନ୍ତର୍ଜାତୀୟ ଖେଳାଳି ଏଥିରେ ଭାଗ ନେବେ। ଏନେଇ ସୂଚନା ଦେଲେ OCA ସମ୍ପାଦକ ସଞ୍ଜୟ ବେହେରା।

ସୂଚନା ମୁତାବକ, ଟି୨୦ ଫର୍ମାଟରେ ଏହି ମ୍ୟାଚ୍‌ଗୁଡ଼ିକ ଖେଳାଯିବ। କ୍ରିକେଟରୁ ଅବସର ନେଇଥିବା ୫୦ରୁ ଅଧିକ ଜଣାଶୁଣା ଆନ୍ତର୍ଜାତିକ କ୍ରିକେଟ ଖେଳାଳି ଏହି ଲିଗରେ ଅଂଶ ଗ୍ରହଣ କରୁଛନ୍ତି।

ଦେଶର ୬ଟି ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଯାହା ମଧ୍ୟରେ କଟକ ସମେତ କୋଲକାତା, ଦିଲ୍ଲୀ, ରାଜକୋଟ, ଯୋଧପୁର, ଲକ୍ଷ୍ନୌ ରହିଛି। ୧୬ ସେପ୍ଟେମ୍ବରରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଏହି ମ୍ୟାଚ୍‌ଗୁଡ଼ିକ ଖେଳାଯିବ।

ଏହି ଟୁର୍ନାମେଣ୍ଟରେ ମୋଟ ୪ଟି ଟିମ୍ ଅଂଶ ଗ୍ରହଣ କରୁଛନ୍ତି। ଆଇପିଏଲ ଢାଞ୍ଚାରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ। ଷ୍ଟାଡିୟମରେ ଖେଳ ଦେଖିବା ନିମନ୍ତେ ଟିକେଟ ଦର ଆୟୋଜକ ନିର୍ଦ୍ଧାରଣ କରିବେ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

Related story