ଗିଲ୍‌ଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଗୁଜରାଟ ୧୪୪ ରନ୍‌ରେ ଅଟକିଲା

ପୁଣେ: ନିଜର ବ୍ୟାଟିଂ ପାଇଁ ଜଣାଶୁଣା ଗୁଜରାଟ ଟାଇଟନ୍ସ ଆଜି କିନ୍ତୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିରୋଧରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ଓପନର ଶୁବମନ ଗିଲ୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ସତ୍ତ୍ୱେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୪୪ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ମ୍ୟାଚ୍‌ ବିଜୟ ସହ ପ୍ରଥମ ଟିମ୍‌ ଭାବେ ପ୍ଲେ ଅଫକୁ ଯିବା ପାଇଁ ଲକ୍ଷ୍ନୌକୁ ୧୪୫ ରନ୍‌ର ଟାର୍ଗେଟ ମିଳିଛି। ଗିଲ୍‌ ଅପରାଜିତ ୬୩ […]

IPL1

IPL1

Hemant Lenka
  • Published: Tuesday, 10 May 2022
  • Updated: 10 May 2022, 09:18 PM IST

ପୁଣେ: ନିଜର ବ୍ୟାଟିଂ ପାଇଁ ଜଣାଶୁଣା ଗୁଜରାଟ ଟାଇଟନ୍ସ ଆଜି କିନ୍ତୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିରୋଧରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ଓପନର ଶୁବମନ ଗିଲ୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ସତ୍ତ୍ୱେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୪୪ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ମ୍ୟାଚ୍‌ ବିଜୟ ସହ ପ୍ରଥମ ଟିମ୍‌ ଭାବେ ପ୍ଲେ ଅଫକୁ ଯିବା ପାଇଁ ଲକ୍ଷ୍ନୌକୁ ୧୪୫ ରନ୍‌ର ଟାର୍ଗେଟ ମିଳିଛି।
ଗିଲ୍‌ ଅପରାଜିତ ୬୩ ରନ୍‌ର ଇନିଂସ ଖେଳିଥିବା ବେଳେ ଅନ୍ୟ କୌଣସି ଗୁଜରାଟ ବ୍ୟାଟର ସେମିତି ଆଖି ଦୃଶିଆ ପ୍ରଦର୍ଶନ କରିନାହାନ୍ତି। ଅବଶ୍ୟ ଶେଷ ଓଭର୍‌ରେ ରାହୁଲ ତେୱାତିଆ କିଛି ବଡ଼ ଶଟ ଖେଳିବାରୁ ଗୁଜରାଟ ୧୪୦ ରନ୍‌ ପାର କରିବାକୁ ସକ୍ଷମ ହୋଇଛି।

ପୁଣେରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଦଳ ୮ ରନ୍‌ରେ ରଦ୍ଧିମାନ ସାହା (୫)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ଯୁବ ତାରକା ମୋହଶିନ ଖାନ ନେଇଥିଲେ। ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ମାଥ୍ୟୁ ୱେଡ କିଛି ଶଟ ଖେଳିଥିଲେ ମଧ୍ୟ କେବଳ ୧୦ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ସେ ଆଭେଶ ଖାନଙ୍କ ଶିକାର ବନିଥିଲେ।

ଦଳୀୟ ସ୍କୋର ୫୧ ଥିବା ବେଳେ ଗୁଜରାଟ ସବୁଠାରୁ ବଡ଼ ଝଟକା ଲାଗିଥିଲା । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧୧ ରନ୍‌ କରି ଆଭେଶ ଖାନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୫୧ ରନ୍‌ରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଗୁଜରାଟ ପାଇଁ ଗିଲ୍‌ ଓ ଡାଭିଡ ମିଲର କିଛି ସମୟ ପାଇଁ ସ୍ଥିତି ସମ୍ଭାଳିଥିଲେ। ଏଥିସହ ଦଳୀୟ ସ୍କୋରକୁ ୧୦୩ରେ ପହଞ୍ଚାଇଥିଲେ।

ଏତିକି ବେଳେ ବଡ଼ ଶଟ ଖେଳିବା ଲୋଭରେ ମିଲର ୨୬ ରନ୍‌ କରି ଜେସନ ହୋଲ୍ଡରଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ମିଲର ଆଉଟ ହେବା ପରେ ଗିଲ୍‌ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ କିଛି ବଡ଼ ଶଟ୍‌ ଖେଳିଥିଲେ। ହେଲେ ଲକ୍ଷ୍ନୌ ବୋଲରମାନେ ତାଙ୍କୁ ସେତେଟା ହାତ ଖୋଲା ଶଟ୍‌ ଖେଳିବାକୁ ଦେଇ ନଥିଲେ।

ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ରାହୁଲ ତେୱାତିଆ ମଧ୍ୟ ଆଜି ବିଶେଷ କିଛି କରିପାରି ନାହାନ୍ତି। ତାଙ୍କ ବଡ଼ ଶଟ୍‌ ମାରିବାକୁ ଲକ୍ଷ୍ନୌ ବୋଲରମାନେ ଆଜି ଆଦୌ ସୁଯୋଗ ଦେଇ ନାହାନ୍ତି।

୧୯ ଓଭର ଶେଷ ସୁଦ୍ଧା ଗୁଜରାଟ ୪ ୱିକେଟ ହରାଇ ୧୨୮ ରନ୍‌ କରିଥିଲା। ଶେଷ ଓଭର ଜେସନ ହୋଲ୍ଡର ବୋଲିଂ କରିବାକୁ ଆସିଥିଲେ। ପ୍ରଥମ ବଲ୍‌ରେ ଗିଲ୍‌ ୧ ରନ୍‌ ନେଇ ତେୱାତିଆଙ୍କୁ ଷ୍ଟ୍ରାଇକ ଦେଇଥିଲେ। ସେ ଦ୍ୱିତୀୟ ବଲରେ ଚୌକା ମାରିଥିଲେ। ଏହାପରେ ଗୋଟିଏ ୱାଇଡ ବଲ ପଡ଼ିଥିଲା। ତୃତୀୟ ବଲ୍‌ରେ ସେ ପୁଣି ଚୌକା ମାରିଥିଲେ।

କିନ୍ତୁ ୪ର୍ଥ ବଲ୍‌ରେ କୌଣସି ରନ୍‌ ହାସଲ କରିପାରି ନଥିଲେ। ହୋଲ୍ଡର ପୁଣି ଗୋଟିଏ ୱାଇଡ ପକାଇଥିଲେ। ୫ମ ବଲରେ ଚୌକା ହୋଇଥିବା ବେଳେ ୬ଷ୍ଠ ବଲ୍‌ରେ ୧ ରନ୍‌ ହେବାରୁ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୪୪ ରନ୍‌ କରିପାରିଥିଲା। ଗିଲ୍‌ ଶେଷ ଯାଏ ୪୯ ବଲ୍‌ରେ ଅପରାଜିତ ୬୩ ରନ୍‌ ଓ ତେୱାତିଆ ୧୬ ବଲ୍‌ରେ ୨୨ ରନ୍‌ କରି ନଟଆଉଟ ରହିଥିଲେ।

ଲକ୍ଷ୍ନୌ ପକ୍ଷରୁ ଆଭେଶ ଖାନ ୨ଟି ୱିକେଟ ନେଇଥିବା ବେଳେ ମୋହଶିନ ଖାନ ଓ ହୋଲ୍ଡର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos