ଲକ୍ଷ୍ନୌକୁ ୧୭୯ ରନ୍‌ର ଟାର୍ଗେଟ ଦେଲା ରାଜସ୍ଥାନ

ମୁମ୍ବାଇ: ଚଳିତ ଆଇପିଏଲ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ମ୍ୟାଚ୍‌ ଜିତିବା ପାଇଁ ୧୭୯ ରନ୍‌ର ଟାର୍ଗେଟ ଦେଇ ରାଜସ୍ଥାନ ରୟାଲ୍ସ। ରାଜସ୍ଥାନ ଏବେ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି। ଦଳ ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ୍‌ରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୭୮ ରନ୍‌ କରିଛି। ଦଳ ପକ୍ଷରୁ ଯଶ୍ୱସୀ ଜୈସୱାଲ ସର୍ବାଧିକ ୪୧ ରନ୍‌ […]

IPL

IPL

Hemant Lenka
  • Published: Sunday, 15 May 2022
  • Updated: 15 May 2022, 09:28 PM IST

Sports

Latest News

ମୁମ୍ବାଇ: ଚଳିତ ଆଇପିଏଲ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ମ୍ୟାଚ୍‌ ଜିତିବା ପାଇଁ ୧୭୯ ରନ୍‌ର ଟାର୍ଗେଟ ଦେଇ ରାଜସ୍ଥାନ ରୟାଲ୍ସ। ରାଜସ୍ଥାନ ଏବେ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି। ଦଳ ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ୍‌ରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୭୮ ରନ୍‌ କରିଛି। ଦଳ ପକ୍ଷରୁ ଯଶ୍ୱସୀ ଜୈସୱାଲ ସର୍ବାଧିକ ୪୧ ରନ୍‌ କରିଥିବା ବେଳେ ଦେବଦତ୍ତ ପାଡିକ୍କଲ ୩୯ ଓ ଅଧିନାୟକ ସଞ୍ଜୁ ସାମସନ ୩୨ ରନ୍‌ର ଇନିଂସ ଖେଳିଛନ୍ତି।

ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ଦଳୀୟ ସ୍କୋର ୧୧ ଥିବା ବେଳେ ଇନଫର୍ମ ଜୋଶ ବଟଲର ମାତ୍ର ୨ ରନ୍‌ କରି ଆଭେଶ ଖାନଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଏହାପରେ ସାମସନ ଓ ଜୈସୱାଲ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ଦଳୀୟ ସ୍କୋରକୁ ୭୫ ରନ୍‌ରେ ପହଞ୍ଚାଇଥିଲେ।

ଏତିକି ବେଳେ ୨୪ ବଲରେ ୩୨ ରନ୍‌ କରିଥିବା ସାମସନଙ୍କୁ ଜେସନ ହୋଲ୍ଡର ଆଉଟ କରି ରାଜସ୍ଥାନକୁ ବଡ଼ ଝଟକା ଦେଇଥିଲେ। ୪୧ ରନ୍‌ କରିଥିବା ଜୈସୱାଲଙ୍କୁ ଆଉଟ କରି ଆୟୁଶ ବଦୋନି ଲକ୍ଷ୍ନୌ ପାଇଁ ତୃତୀୟ ସଫଳତା ହାସଲ କରିଥିଲେ। ମଧ୍ୟକ୍ରମରେ ପାଡିକ୍କଲ(୩୯) ଓ ରିୟାନ ପରାଗ(୧୯) ରନ୍‌ କରି ଦଳୀୟ ସ୍କୋରକୁ ୧୨୨ରେ ପହଞ୍ଚାଇଥିଲେ। ରବି ବିଷ୍ଣୋଇ ପ୍ରଥମ ପାଡିକ୍କଲ ଓ ପରେ ପରାଗଙ୍କୁ ଆଉଟ କରି ରାଜସ୍ଥାନକୁ ଡବଲ ଝଟକା ଦେଇଥିଲେ।

ଜିମ୍ମି ନୀଶମଙ(୧୪)ଙ୍କୁ ଦଳ ରନ ଆଉଟ ରୂପେ ହରାଇଥିଲା। ଶେଷ ଭାଗରେ ରବି ଅଶ୍ୱିନ ୭ ବଲରେ ୧୦ ଓ ଟ୍ରେଣ୍ଟ ବୋଲ୍ଟ ୯ ବଲରେ ୧୭ ରନ୍‌ କରିବାରୁ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୧୭୮ ରନ କରିବାକୁ ସକ୍ଷମ ହୋଇଛି।

ଲକ୍ଷ୍ନୌ ପକ୍ଷରୁ ବିଷ୍ଣୋଇ ୨ଟି ୱିକେଟ ନେଇଥିବା ବେଳେ ବଦୋନି, ଆଭେଶ ଖାନ ଓ ହୋଲ୍ଡର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story