ଲାବୁଶେନ ବିଶ୍ୱର ନଂ ୧ ଟେଷ୍ଟ ବ୍ୟାଟର, ଖସିଲେ ବିରାଟ

ଦୁବାଇ: ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କୁ ବିଦା କରି ଅଷ୍ଟ୍ରେଲିଆ ତାରକା ମାର୍ନସ ଲାବୁଶେନ ଏବେ ବିଶ୍ୱ ଟେଷ୍ଟ କ୍ରିକେଟର ୧ ନଂ ବ୍ୟାଟର ବନି ଯାଇଛନ୍ତି। ଏହା ତାଙ୍କ କ୍ରିକେଟ କ୍ୟାରିୟରର ସର୍ବଶ୍ରେଷ୍ଠ ଉପଲବ୍ଧି। ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ଆଶେସ ସିରିଜ୍‌ ଖେଳୁଥିବା ଲାବୁଶେନ ଜବରଦସ୍ତ ଫର୍ମରେ ଅଛନ୍ତି। ଫଳରେ ସେ ରୁଟଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ତେବେ ଭାରତୀୟ ଟେଷ୍ଟ ଟିମ୍‌ ଅଧିନାୟକ ବିରାଟ କୋହଲି ନିୟମିତ ଭାବେ ଆଇସିସି […]

Labushen

Labushen

Hemant Lenka
  • Published: Wednesday, 22 December 2021
  • Updated: 22 December 2021, 06:19 PM IST

Sports

Latest News

ଦୁବାଇ: ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କୁ ବିଦା କରି ଅଷ୍ଟ୍ରେଲିଆ ତାରକା ମାର୍ନସ ଲାବୁଶେନ ଏବେ ବିଶ୍ୱ ଟେଷ୍ଟ କ୍ରିକେଟର ୧ ନଂ ବ୍ୟାଟର ବନି ଯାଇଛନ୍ତି। ଏହା ତାଙ୍କ କ୍ରିକେଟ କ୍ୟାରିୟରର ସର୍ବଶ୍ରେଷ୍ଠ ଉପଲବ୍ଧି। ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ଆଶେସ ସିରିଜ୍‌ ଖେଳୁଥିବା ଲାବୁଶେନ ଜବରଦସ୍ତ ଫର୍ମରେ ଅଛନ୍ତି। ଫଳରେ ସେ ରୁଟଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି।

ତେବେ ଭାରତୀୟ ଟେଷ୍ଟ ଟିମ୍‌ ଅଧିନାୟକ ବିରାଟ କୋହଲି ନିୟମିତ ଭାବେ ଆଇସିସି ରାଙ୍କିଙ୍ଗରେ ତଳକୁ ଖସିବାରେ ଲାଗିଛନ୍ତି। ଆଜି ଆଇସିସି ଜାରି କରିଥିବା ଟେଷ୍ଟ ବ୍ୟାଟର୍ସ ରାଙ୍କିଙ୍ଗରେ ବିରାଟ ୭ମକୁ ଖସି ଯାଇଛନ୍ତି। ଟିମ ଇଣ୍ଡିଆର ସୀମିତ ଓଭର ଅଧିନାୟକ ରୋହିତ ଶର୍ମା ପୂର୍ବଭଳି ୫ମ ସ୍ଥାନରେ ରହିଛନ୍ତି। ରୋହିତ ଆହତ ସମସ୍ୟା ଯୋଗୁ ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ଖେଳିବେ ନାହିଁ। କିନ୍ତୁ ବିରାଟ ଏହି ସିରିଜ୍‌ ଖେଳିବେ। ତେଣୁ ତାଙ୍କ ପାଖରେ ନିଜ ରାଙ୍କିଙ୍ଗରେ ସୁଧାର ଆଣିବାକୁ ସୁଯୋଗ ମିଳିବ।

ଆଇସିସି ଜାରି କରିଥିବା ରାଙ୍କିଙ୍ଗ ଅନୁଯାୟୀ, ଆଶେସ ସିରିଜ୍‌ର ଦୁଇଟି ଯାକ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବାରୁ ଲାବୁଶେନ ଜବରଦସ୍ତ ଫାଇଦା ପାଇଛନ୍ତି। ସେ ସିରିଜ୍‌ ପୂର୍ବରୁ ୪ର୍ଥ ସ୍ଥାନରେ ଥିଲେ। କିନ୍ତୁ ଏବେ ସେ ଦୁଇଟି ସ୍ଥାନ ଉପରକୁ ଉଠି ମୋଟ ୯୧୨ ପଏଣ୍ଟ ସହ ବ୍ୟାଟର ତାଲିକାର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ଜୋ ରୁଟ୍‌ ୮୯୭ ପଏଣ୍ଟ ସହ ଦ୍ୱିତୀୟକୁ ଖସିଛନ୍ତି। ୩ୟ ସ୍ଥାନରେ ଷ୍ଟିଭ ସ୍ମିଥ, ୪ର୍ଥରେ କେନ୍‌ ୱିଲିୟମସନ, ୫ମରେ ରୋହିତ ଶର୍ମା, ୬ଷ୍ଠରେ ଡାଭିଡ ୱାର୍ଣ୍ଣର, ୭ମରେ ବିରାଟ କୋହଲି, ୮ମରେ ଦିମୁ କରୁଣାରତ୍ନେ, ୯ମରେ ବାବର ଆଜମ ଓ ୧୦ମରେ ଟ୍ରାଭିସ ହେଡ୍‌ ଅଛନ୍ତି।

ବୋଲିଂ କଥା ବିଚାରକୁ ନେଲେ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ୯୦୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବା ବେଳେ ଭାରତର ସ୍ପିନ ତାରକା ରବିଚନ୍ଦ୍ରନ ଅଶ୍ୱିନ ୮୮୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଟିମ ସାଉଦି ଗୋଟିଏ ସ୍ଥାନ ଉପରକୁ ଉଠି ୪ର୍ଥରେ ପହଞ୍ଚିଛନ୍ତି।

ପୂର୍ବଭଳି ପାକିସ୍ତାନର ଶାହୀନ ଆଫ୍ରିଦ ୩ୟରେ ରହିଛନ୍ତି। ଅଷ୍ଟ୍ରେଲିଆର ଜୋଶ ହେଜେଲଉଡ୍‌ ୪ର୍ଥରୁ ୫ମକୁ ଖସିଛନ୍ତି। ମିଚେଲ ଷ୍ଟାର୍କ ୯ମକୁ ଉଠିଥିବା ବେଳେ ନ୍ୟୁଜିଲ୍ୟାଣ୍ତର କାୟେଲ ଜାମିସନ ୧୦ମକୁ ଖସିଛନ୍ତି। ୬ଷ୍ଠରେ କାଗିସୋ ରାବଡା, ୭ମରେ ନେଲ ୱାଗନର ଓ ୮ମରେ ଜେମ୍ସ ଆଣ୍ଡରସନ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos