ମାର୍ଚ୍ଚ ଶେଷ ସପ୍ତାହରୁ ଆଇପିଏଲ, ୧୨ ଓ ୧୩ରେ ହେବ ଖେଳାଳିଙ୍କ ଅକ୍ସନ

ନୂଆଦିଲ୍ଲୀ: ଆଇପିଏଲର ୧୫ତମ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହେବ। ଅଧିକାଂଶ ପ୍ରାଞ୍ଚାଇଜ୍‌ ଭାରତରେ ହିଁ ଆଇପିଏଲ ଆୟୋଜନ କରିବା ସପକ୍ଷରେ ରହିଛନ୍ତି। ବିସିସିଆଇ ମଧ୍ୟ ଭାରତରେ ଆଇପିଏଲ କରିବାକୁ ସବୁ ପ୍ରକାରର ଚେଷ୍ଟା କରୁଛି। ଆଜି ଏପରି ସୂଚନା ଦେଇଛନ୍ତି ବିସିସିଆଇର ସମ୍ପାଦକ ଜୟ ଶାହ। ତାଙ୍କ ସୂଚନା ଅନୁଯାୟୀ, ଆଇପିଏଲର ୧୫ତମ ସଂସ୍କରଣ ପୂର୍ବରୁ ମେଗା ଅକ୍ସନ ହେବ। ଏଥିରେ ମୋଟ ୧୦ଟି ଟିମ ଭାଗ ନେବ। ଏହି ଅକ୍ସନ […]

IPL1

IPL1

Hemant Lenka
  • Published: Saturday, 22 January 2022
  • Updated: 22 January 2022, 08:31 PM IST

ନୂଆଦିଲ୍ଲୀ: ଆଇପିଏଲର ୧୫ତମ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହେବ। ଅଧିକାଂଶ ପ୍ରାଞ୍ଚାଇଜ୍‌ ଭାରତରେ ହିଁ ଆଇପିଏଲ ଆୟୋଜନ କରିବା ସପକ୍ଷରେ ରହିଛନ୍ତି। ବିସିସିଆଇ ମଧ୍ୟ ଭାରତରେ ଆଇପିଏଲ କରିବାକୁ ସବୁ ପ୍ରକାରର ଚେଷ୍ଟା କରୁଛି।

ଆଜି ଏପରି ସୂଚନା ଦେଇଛନ୍ତି ବିସିସିଆଇର ସମ୍ପାଦକ ଜୟ ଶାହ। ତାଙ୍କ ସୂଚନା ଅନୁଯାୟୀ, ଆଇପିଏଲର ୧୫ତମ ସଂସ୍କରଣ ପୂର୍ବରୁ ମେଗା ଅକ୍ସନ ହେବ। ଏଥିରେ ମୋଟ ୧୦ଟି ଟିମ ଭାଗ ନେବ। ଏହି ଅକ୍ସନ ପ୍ରକ୍ରିୟା ଫେବୃଆରୀ ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହେବ।

ଆଜି ପ୍ରାଞ୍ଚାଇଜ ଓ ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ସଦସ୍ୟମାନଙ୍କ ସହ ଭର୍ଚୁଆଲ ବୈଠକ କରୁଥିବା ବେଳେ ଶାହ କହିଛନ୍ତି ଯେ ଚଳିତ ବର୍ଷ ମାର୍ଚ୍ଚ ଶେଷ ସପ୍ତାହରୁ ଆଇପିଏଲର ୧୫ତମ ସଂସ୍କରଣ ଆରମ୍ଭ ହେବ। ଏହା ମେ’ ଶେଷ ସପ୍ତାହ ଯାଏ ଚାଲିବ। ଆଇପିଏଲ ୨୦୨୨ରେ ୧୦ଟି ଟିମ୍ ଭାଗ ନେବେ। ଗୋଟିଏ ହେଲା ଲକ୍ଷ୍ନୌ ଓ ଆଉ ଗୋଟିଏ ହେଲା ଅହମଦାବାଦ। ଆଇପିଏଲ ପାଇଁ ଫେବୃଆରୀ ୧୨ ଓ ୧୩ରେ ମେଗା ଅକ୍ସନ ଆୟୋଜନ ହେବ। ଅକ୍ସନ ପୂର୍ବରୁ ଭେନ୍ୟୁ ସମ୍ପର୍କରେ ଚୂଡ଼ାନ୍ତ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ଏଏନଆଇକୁ ଜୟ ଶାହ କହିଛନ୍ତି, “ବୈଠକ ବେଳେ ଅଧିକାଂଶ ଟିମ୍‌ ପ୍ରାଞ୍ଚାଇଜମାନେ ଭାରତରେ ଆଇପିଏଲର ୧୫ତମ ସଂସ୍କରଣ କରିବା ସପକ୍ଷରେ ମତ ରଖିଛନ୍ତି। ବସିସିଆଇ ମଧ୍ୟ ଭାରତରେ ଆଇପିଏଲ ଆୟୋଜନ କରିବାକୁ କୌଣସି ସୁଯୋଗ ହାତ ଛଡ଼ା କରିବ ନାହିଁ। ତେବେ ବିସିସିଆଇ କେବେ ହେଲେ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନେଇ କାହା ସହ ସାଲିସ କରିନି। ଆଗକୁ ମଧ୍ୟ ଏପରି କରାଯିବନି।

ବର୍ତ୍ତମାନ କରୋନାର ନୂଆ ଭାରିଏଣ୍ଟର କୋପ ଜାରି ରହିଛି। ଏହା ସତ୍ତ୍ୱେ ବିସିସିଆଇ ସବୁ କଟକଣା ମଧ୍ୟରେ ଭାରତରେ ହିଁ ଆଇପିଏଲ ଆୟୋଜନ କରିବାକୁ ଚେଷ୍ଟା କରୁଛି। ତଥାପି ଆମେ ପ୍ଲାନ ବି ସମ୍ପର୍କରେ ଚିନ୍ତା କରିଛୁ। ସ୍ଥିତିକୁ ଦେଖି ସବୁ ବ୍ୟବସ୍ଥା କରାଯିବ।”

ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଚଳିତ ବର୍ଷ ଆଇପିଏଲ ମୁମ୍ବାଇ ଓ ପୁଣେର ବିଭିନ୍ନ ଷ୍ଟାଡିୟମରେ ଖେଳାଯିବ। ବିନା ଦର୍ଶକରେ ସବୁ ମ୍ୟାଚ୍ ଆୟୋଜନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story