କ୍ଲାସେନ ଓ ମିଲରଙ୍କ ଅର୍ଦ୍ଧଶତକ, ଭାରତକୁ ୨୫୦ ରନର ଟାର୍ଗେଟ

ଲକ୍ଷ୍ନୌ: ବର୍ଷା ଭିଜା ୪୦ ଓଭର ବିଶିଷ୍ଟ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୨୫୦ ରନର ଟାର୍ଗେଟ ଦେଇଛି ଦକ୍ଷିଣ ଆଫ୍ରିକା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ଇନଫର୍ମ ଡାଭିଡ ମିଲର ଓ ମଧ୍ୟକ୍ରମ ବ୍ୟାଟର ହେନରିଚ କ୍ଲାସେନଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଚ୍ୟାଲେଞ୍ଜ ସ୍କୋର କରିଛି। ଦଳ ନିର୍ଦ୍ଧାରିତ ୪୦ ଓଭରରେ ୪ ୱିକେଟ ହରାଇ ୨୪୯ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ […]

miller

miller

Hemant Lenka
  • Published: Thursday, 06 October 2022
  • Updated: 06 October 2022, 07:05 PM IST

Sports

Latest News

ଲକ୍ଷ୍ନୌ: ବର୍ଷା ଭିଜା ୪୦ ଓଭର ବିଶିଷ୍ଟ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୨୫୦ ରନର ଟାର୍ଗେଟ ଦେଇଛି ଦକ୍ଷିଣ ଆଫ୍ରିକା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ଇନଫର୍ମ ଡାଭିଡ ମିଲର ଓ ମଧ୍ୟକ୍ରମ ବ୍ୟାଟର ହେନରିଚ କ୍ଲାସେନଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଚ୍ୟାଲେଞ୍ଜ ସ୍କୋର କରିଛି। ଦଳ ନିର୍ଦ୍ଧାରିତ ୪୦ ଓଭରରେ ୪ ୱିକେଟ ହରାଇ ୨୪୯ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଅଗ୍ରଣୀ ହାସଲ କରିବା ପାଇଁ ଶିଖର ଧୱନଙ୍କ ଟିମ୍‌ ଇଣ୍ଡିଆକୁ ୨୫୦ ରନର ଟାର୍ଗେଟ ମିଳିଛି।

ଲକ୍ଷ୍ନୌରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଧୱନ ଟସ୍‌ ଜିତି ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଦଳର ଦୁଇ ଓପନର ଜାନେମନ ମଲାନ ଓ କ୍ୱିଣ୍ଟନ ଡି’କକ ବେଶ ସତର୍କତାର ସହ ବ୍ୟାଟିଂ କରି ୧୨ ଓଭର ଶେଷ ଯାଏ ଭାରତୀୟ ବୋଲରଙ୍କୁ କୌଣସି ୱିକେଟ ଦଖଲ କରିବାର ସୁଯୋଗ ଦେଇ ନଥିଲେ।

ତେବେ ୧୩ତମ ଓଭରରେ ଶାର୍ଦ୍ଦୁଲ ଠାକୁର ୨୨ ରନ କରିଥିବା ମଲାନଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଅଧିନାୟକ ତେମ୍ବା ବଭୂମା ମଧ୍ୟ କେବଳ ୮ ରନ କରି ଠାକୁରଙ୍କ ଦ୍ୱିତୀୟ ଶିକାର ବନିଥିଲେ। ବିସ୍ଫୋରକ ଏଡେନ ମାକର୍ମ ଖାତା ଖୋଲିବା ପୂର୍ବରୁ କୁଲଦୀପ ଯାଦବଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

୪୯ ରନରେ କୌଣସି ୱିକେଟ ହରାଇ ନଥିବା ଦକ୍ଷିଣ ଆଫ୍ରିକା ୭୧ ରନରେ ୩ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ଡି’କକ ଓ କ୍ଲାସେନ ସ୍ଥିତି ସମ୍ଭାଳିବା ସହ ୪ର୍ଥ ୱିକେଟ ପାଇଁ ୩୯ ରନ ଯୋଡ଼ିଥିଲେ। ଦଳୀୟ ସ୍କୋର ୧୧୦ ଥିବା ବେଳେ ଡି’କକ ୪୮ ରନ କରି ଡେବ୍ୟୁଟାଣ୍ଟ ରବି ବିଷ୍ଣୋଇଙ୍କ ବଲରେ ଆଉଟ ହୋଇଯାଇଥିଲେ।

ଏହାପରେ କ୍ରିଜ୍‌କୁ ଆସିଥିଲେ ଇନଫର୍ମ ମିଲର। ସେ କ୍ଲାସେନଙ୍କ ସହ ମିଶି କେବଳ ସ୍ଥିତି ସମ୍ଭାଳି ନଥିଲେ, ବରଂ ଦ୍ରୁତ ଗତିରେ ରନ ମଧ୍ୟ ସଂଗ୍ରହ କରିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ ପରେ ମିଲର ଓ କ୍ଲାସେନ କାଉଣ୍ଟର ଆଟାକ କରି ଭାରତୀୟ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ବିଶେଷ କରି ରବି ବିଷ୍ଣୋଇ ଆଜି ଡେବ୍ୟୁରେ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।

କ୍ଲାସେନ ଓ ମିଲର ଶେଷ ଓଭର ଗୁଡ଼ିକରେ ବଡ଼ବଡ଼ ଶଟ ଖେଳିଥିଲେ। ଉଭୟ ଇନଂସ ଶେଷ ଯାଏ ଅପରାଜିତ ରହିବା ସହ ୫ମ ୱିକେଟ ପାଇଁ ଅବିଭାଜିତ ୧୩୯ ରନ ଯୋଡ଼ିଛନ୍ତି। ମିଲର  ୬୩ ବଲରେ ୭୫ ଓ କ୍ଲାସେନ ୬୫ ବଲରେ ୭୪ ରନ କରି ନଟଆଉଟ ରହିଛନ୍ତି। ମିଲର ତାଙ୍କ ଇନିଂସରେ ୩ଟି ଛକା ଓ ୫ଟି ଚୌକା ମାରିଥିବା ବେଳେ କ୍ଲାସେନ ୨ଟି ଛକା ଓ ୬ଟି ଚୌକା ମାରିଛନ୍ତି।

ଭାରତ ପକ୍ଷରୁ ମହମ୍ମଦ ସିରାଜ ୮ ଓଭରରେ ୪୯ ରନ ଦେଇଥିବା ବେଳେ ଆବେଶ ଖାନ ୫୧, ଶାର୍ଦ୍ଦୁଲ ଠାକୁ ୨ ୱିକେଟ ବଳରେ ୩୫, କୁଲଦୀପ ଯାଦବ ଗୋଟିଏ ୱିକେଟ ସହ ୩୯ ଓ ରବି ବିଷ୍ଣୋଇ ଗୋଟିଏ ଦଖଲ କରି ୬୯ ରନ ଦେଇଛନ୍ତି। ଆଜି ଭାରତ କେବଳ ୫ ଜଣ ବୋଲରଙ୍କ ବ୍ୟବହାର କରିଛି। ମ୍ୟାଚ୍‌ ୪୦ ଓଭର ବିଶିଷ୍ଟ ହୋଇଥିବାରୁ ସମସ୍ତେ ୮ ଓଭର ଲେଖାଏ ବୋଲିଂ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story