ତିନି ବର୍ଷ ପରେ ମିତାଲୀ ରାଜ ନମ୍ବର-୧

ଦୁବାଇ: ଭାରତୀୟ ମହିଳା ଟେଷ୍ଟ ଓ ଦିନିକିଆ ଟିମର କ୍ୟାପଟେନ୍ ମିତାଲୀ ରାଜ ଇଂଲଣ୍ଡ ବିପକ୍ଷ ଦମଦାର ପ୍ରଦର୍ଶନ ବଳରେ ତିନି ବର୍ଷରୁ ଅଧିକ ସମୟ ପରେ ଆଇସିସି ମହିଳା ଦିନିକିଆ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଭାରତ ଇଂଲଣ୍ଡ ନିକଟରୁ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୨ରେ ପରାସ୍ତ ହୋଇଥିଲା। କିନ୍ତୁ ୩୮ ବର୍ଷୀୟ ମିତାଲୀ ତିନୋଟି ଯାକ ମୁକାବିଲାରେ ଅର୍ଦ୍ଧଶତକ ମାରି ସିରିଜର ଟପ୍ ସ୍କୋରର ହୋଇଛନ୍ତି। ମିତାଲୀ ପ୍ରଥମ ଦୁଇଟି ଦିନିକିଆରେ ଯଥାକ୍ରମେ […]

mithali-raj

mithali-raj

Ranjit Kumar Jena
  • Published: Tuesday, 06 July 2021
  • Updated: 06 July 2021, 06:09 PM IST

Sports

Latest News

ଦୁବାଇ: ଭାରତୀୟ ମହିଳା ଟେଷ୍ଟ ଓ ଦିନିକିଆ ଟିମର କ୍ୟାପଟେନ୍ ମିତାଲୀ ରାଜ ଇଂଲଣ୍ଡ ବିପକ୍ଷ ଦମଦାର ପ୍ରଦର୍ଶନ ବଳରେ ତିନି ବର୍ଷରୁ ଅଧିକ ସମୟ ପରେ ଆଇସିସି ମହିଳା ଦିନିକିଆ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଭାରତ ଇଂଲଣ୍ଡ ନିକଟରୁ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୨ରେ ପରାସ୍ତ ହୋଇଥିଲା। କିନ୍ତୁ ୩୮ ବର୍ଷୀୟ ମିତାଲୀ ତିନୋଟି ଯାକ ମୁକାବିଲାରେ ଅର୍ଦ୍ଧଶତକ ମାରି ସିରିଜର ଟପ୍ ସ୍କୋରର ହୋଇଛନ୍ତି।

ମିତାଲୀ ପ୍ରଥମ ଦୁଇଟି ଦିନିକିଆରେ ଯଥାକ୍ରମେ ୭୨ ଓ ୫୯ ରନର ଇନିଂସ୍ ଖେଳିଥିବା ବେଳେ ତୃତୀୟ ତଥା ଅନ୍ତିମ ମୁକାବିଲାରେ ତାଙ୍କର ଅପରାଜିତ ୭୫ ରନର ଇନିଂସ୍ ବଳରେ ଭାରତ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା। ମିତାଲୀ ଶେଷଥର ଲାଗି ୨୦୧୮ରେ ଆଇସିସି ଦିନିକିଆ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଥିଲେ।

ମିତାଲୀ ପ୍ରଥମଥର ୨୦୦୫ରେ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ। ସେତେବେଳେ ସେ ପୋଚେଫଷ୍ଟ୍ରୁମରେ ଖେଳାଯାଇଥିବା ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଅପରାଜିତ ୯୧ ରନ୍ କରିଥିଲେ। ପ୍ରଥମଥର ଏବଂ ଶେଷଥର ରାଙ୍କିଙ୍ଗରେ ଶେଷଥର ରାଙ୍କିଙ୍ଗରେ ଶୀର୍ଷରେ ରହିବା ମଧ୍ୟରେ ୧୬ ବର୍ଷର ବ୍ୟବଧାନ କୌଣସି ମହିଳା ବ୍ୟାଟ୍ସମ୍ୟାନଙ୍କ ପାଇଁ ସବୁଠାରୁ ଅଧିକ।

ଇଂଲଣ୍ଡର ଜେନେଟ୍ ବ୍ରିଟନ୍ ୧୯୮୪ରେ ପ୍ରଥମଥର ଏବଂ ୧୯୯୫ରେ ଶେଷଥର ନମ୍ବର-୧ ହୋଇଥିଲେ। ସେହିପରି ନ୍ୟୁଜିଲ୍ୟାଣ୍ଡର ଡେବି ହକଲେ ମଧ୍ୟ ୧୦ ବର୍ଷର ବ୍ୟବଧାନରେ ଶୀର୍ଷ ସ୍ଥାନ ହାସଲ କରିଥିଲେ। ହକଲରେ ୧୯୮୭ରେ ପ୍ରଥମଥର ଓ ୧୯୯୭ରେ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ଦଖଲ କରିଥିଲେ।

ଭାରତୀୟ ମହିଳା ଟିମର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ଶେଫାଳି ବର୍ମା ଶେଷ ଦୁଇଟି ଦିନିକିଆରେ ଯଥାକ୍ରମେ ୪୪ ଓ ୧୯ ରନର ଇନିଂସ୍ ଖେଳିଥିଲେ, ଯାହା ଦମରେ ସେ ୪୯ଟି ସ୍ଥାନ ଉପରକୁ ଉଠି ୭୧ତମ ସ୍ଥାନରେ ପହଞ୍ଚିଛନ୍ତି। ଅଭିଜ୍ଞ ପେସ୍ ବୋଲର ଝୁଲନ୍ ଗୋସ୍ୱାମୀ ବ୍ୟାଟିଂରେ ଚାରୋଟି ସ୍ଥାନ ଉଠି ୫୩ତମ ସ୍ଥାନରେ ପହଞ୍ଚିଛନ୍ତି। ବୋଲରଙ୍କ ତାଲିକାରେ ଅଲରାଉଣ୍ଡର ଦୀପ୍ତି ଶର୍ମା ଗୋଟିଏ ସ୍ଥାନ ଉଠି ଦ୍ୱାଦଶରେ ପହଞ୍ଚିଛନ୍ତି। ବୋଲରଙ୍କ ରାଙ୍କିଙ୍ଗରେ ଟପ୍-୧୦ରେ ଭାରତର ଦୁଇ ବୋଲର ସ୍ଥାନ ପାଇଛନ୍ତି। ଝୁଲଣ ପଞ୍ଚମ ଓ ପୁନମ ଯାଦବ ନବମ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos