ରାଉଡ଼ିି ଲୁକ୍‌ରେ ମାହିି

ନୂଆଦିଲ୍ଲୀ: ଭିନ୍ନ ଭିନ୍ନ ଲୁକ୍ ପାଇଁ ପରିଚିତ ମାହି ଏବେ ପୁଣିଥରେ ନିଜର ନୂଆ ଲୁକ୍‌କୁ ନେଇ ଚର୍ଚ୍ଚାରେ। ପୁରାପୁରି ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ଭାରତୀୟ କ୍ରିକେଟ ଖେଳାଳି ମହେନ୍ଦ୍ର ସିଂହ ଧୋନି। କୁଲ୍‌ରୁ ଏବେ ରାଉଡି ପାଲଟିଛନ୍ତି ମାହି। ମୁହଁରେ ବଡ଼ ନିଶ ରଖି ପୂରା ରାଉଡି ଲୁକ୍‌ରେ ନଜର ଆସିଛନ୍ତି ଧୋନି। ତାଙ୍କର ଏହି ଲୁକ୍ ଏବେ ଭାଇରାଲ ହେବାରେ ଲାଗିଛି।

ଧୋନି ଏବେ ହିମାଚଳ ପ୍ରଦେଶରେ ଛୁଟି ବିତାଉଛନ୍ତି। ହେଲେ ଏହି ଛୁଟି ସମୟରେ ତାଙ୍କୁ ଭିନ୍ନ ଲୁକରେ ଦେଖିବାକୁ ମିଳୁଛି। ଧୋନିଙ୍କ ପତ୍ନୀ ସାକ୍ଷୀ ତାଙ୍କର ଏକ ଫଟୋକୁ ସୋଶାଲ ମିଡିଆରେ ସେଆର କରିଛନ୍ତି। ଏହି ଫଟୋରେ ବଡ଼ ନିଶ ଓ ହିମାଚଳୀ ଟୋପି ତାଙ୍କର ଲୁକକୁ ଦେଇଛି ସ୍ୱତନ୍ତ୍ର ପରିଚୟ। ଧୋନିଙ୍କ ଏହି ନୂଆ ଲୁକ୍ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି। ଫଟୋରେ କମେଣ୍ଟ କରି ପ୍ରଶଂସକମାନେ କହିଛନ୍ତି ଯେ, ‘ନିଶ ହେବ ତ ଧୋନିଙ୍କ ଭଳି’।

ବଡ଼ ନିଶ ଓ ହିମାଚଳୀ ଟୋପି ଧୋନିଙ୍କ ଲୁକକୁ ଦେଇଛି ସ୍ୱତନ୍ତ୍ର ପରିଚୟ।

ଅନ୍ୟପଟେ ମାହିଙ୍କ ପ୍ରଶଂସକଙ୍କୁ ଯେମିତି ସୂଚନା ମିଳିଥିଲା ଯେ, ତାଙ୍କର ପ୍ରିୟ କ୍ରିକେଟର ଶିମଲାରେ ବୁଲୁଛନ୍ତି, ତାଙ୍କର ଟିକିଏ ଝଲକ ପାଇବାକୁ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ମାହି ମଧ୍ୟ ନିଜର ପ୍ରଶଂସକଙ୍କୁ ନିରାଶ କରିନଥିଲେ । ତାଙ୍କୁ ଭେଟିବାକୁ ଆସିଥିବା ଜଣେ ପ୍ରଶଂସକ ତାଙ୍କୁ ୪ଟି କ୍ରିକେଟ ବ୍ୟାଟ ଉପହାର ଦେଇଥିଲା।

ହିଲ୍ସର ରାଣୀ ଶିମଲାରେ ପହଞ୍ଚିବା ପରେ ଧୋନି ଶିମଲାର ବାଇପାସ୍ ରୋଡ୍ର କାନଲୋଗରେ ରହିଛନ୍ତି। ସେଠାରେ ତାଙ୍କ ସଂଗରେ ପତ୍ନୀ ସାକ୍ଷୀ ଏବଂ ଝିଅ ଜିଭା ମଧ୍ୟ ତାଙ୍କ ସହିତ ଅଛନ୍ତି।

ସୂଚନା ମୁତାବକ ଗତବର୍ଷ ହିଁ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ । ତାଙ୍କର ଏହି ନିଷ୍ପତ୍ତି ଅନେକ ଫ୍ୟାନମାନଙ୍କ ହୃଦୟ ଭାଙ୍ଗି ଦେଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।