‘ଜୀବନରେ କେବେବି ଏତେ ଅସହାୟ ଅନୁଭବ କରିନାହିଁ’

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ଦ୍ୱିତୀୟ ଲହର ନାହିଁ ନଥିବା ଭୟ ସୃଷ୍ଟି କରିଛି । କିିଛି ରାଜ୍ୟରେ ଅକ୍ସିଜେନ୍‌, ହସ୍ପିଟାଲ ଓ ଔଷଧ ଭଳି ସଙ୍କଟ ଦେଖା ଦେଇଛି । କରୋନା ମାମଲା ଲଗାତର ବଢ଼ୁଥିବାର ଦେଖି ବିସିସିଆଇ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ବିସିସିଆଇର ଏହି ନିଷ୍ପତ୍ତିକୁ ଅନେକ କ୍ରିକେଟର ସମର୍ଥନ କରିଛନ୍ତି । ଚେନ୍ନାଇ ସୁପର୍ କିଙ୍ଗସର ଷ୍ଟାର୍ ଖେଳାଳି ସୁରେଶ ରାଇନା […]

suresh-raina

Ranjit Kumar Jena
  • Published: Wednesday, 05 May 2021
  • , Updated: 05 May 2021, 11:23 AM IST

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ଦ୍ୱିତୀୟ ଲହର ନାହିଁ ନଥିବା ଭୟ ସୃଷ୍ଟି କରିଛି । କିିଛି ରାଜ୍ୟରେ ଅକ୍ସିଜେନ୍‌, ହସ୍ପିଟାଲ ଓ ଔଷଧ ଭଳି ସଙ୍କଟ ଦେଖା ଦେଇଛି । କରୋନା ମାମଲା ଲଗାତର ବଢ଼ୁଥିବାର ଦେଖି ବିସିସିଆଇ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ବିସିସିଆଇର ଏହି ନିଷ୍ପତ୍ତିକୁ ଅନେକ କ୍ରିକେଟର ସମର୍ଥନ କରିଛନ୍ତି । ଚେନ୍ନାଇ ସୁପର୍ କିଙ୍ଗସର ଷ୍ଟାର୍ ଖେଳାଳି ସୁରେଶ ରାଇନା ମଧ୍ୟ ବିସିସିଆଇ ଦ୍ୱାରା ଆଇପିଏଲକୁ ସ୍ଥଗିତ କରିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଏବଂ କହିଛନ୍ତି ଯେ କରୋନା ଏବେ ଆଉ ମଜାକ ହୋଇ ରହିନାହିଁ ।

ରାଇନା ଟ୍ୱିଟ୍ କରି କହିଛନ୍ତି, ଏହା ଆଉ ମଜାକ ହୋଇ ରହିନାହିଁ । ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ବାଜିରେ ଲାଗିଛି ଏବଂ ଜୀବନରେ କେବେବି ଏତେ ଅସହାୟ ଅନୁଭୂତ କରିନାହିଁ । ଆମେ ତେଣିକି ଯେତେ ବି ସହାୟତା କରିବାକୁ ଚାହିଁଲେ ବି ଆମ ପାଖରେ ସବୁ ଉତ୍ସ ଶେଷ ହୋଇ ସାରିଛି । ଦେଶର ପ୍ରତିଟି ବ୍ୟକ୍ତିର ଜୀବନ ବଞ୍ଚାଇବା ପାଇଁ ପରସ୍ପର ସହ ଛିଡ଼ା ହୋଇଥିବାରୁ ସମସ୍ତଙ୍କୁ ସଲାମ୍ ।

https://twitter.com/ImRaina/status/1389599960518246406?s=20

ସୂଚନାଯୋଗ୍ୟ, କୋଲକାତା ନାଇଟ୍ ରାଇଡର୍ସର ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର ସୋମବାର କରୋନାରେ ଆକ୍ରାନ୍ତ ହୋଇଥିଲେ । କିଛି ସମୟ ପରେ ଚେନ୍ନାଇ ସୁପର୍ କିଙ୍ଗସର ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜୀ ଓ ସପୋର୍ଟ ଷ୍ଟାପ୍ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା । କିନ୍ତୁ ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବାଦର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହା ଓ ଦିଲ୍ଲୀ କ୍ୟାପିଟାଲ୍ସର ଅମିତ୍ ମିଶ୍ର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିସିସିଆଇ ଆଇପିଏଲକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଲା । ସେହିପରି ଚେନ୍ନାଇର ମାଇକେଲ ହସି ମଧ୍ୟ କରୋନାରେ ଆକ୍ରାନ୍ତ ଥିଲା ଜଣାପଡ଼ିଛି ।

ଆଇପିଏଲର ୧୪ଶ ସଂସ୍କରଣ ଏପ୍ରିଲ୍ ୯ ତାରିଖରୁ ଆରମ୍ଭ ହୋଇଥିଲା । ଏପର୍ଯ୍ୟନ୍ତ ମୋଟ ୨୯ଟି ମ୍ୟାଚ୍ ଶେଷ ହୋସାରିଥିବା ବେଳେ ଆଉ ୩୧ଟି ମ୍ୟାଚ୍ ଖେଳାଯିବାକୁ ଅଛି । ଗୋଟିଏ ପଟେ ଦେଶରେ କରୋନା ମାମଲା ଲଗାତର ବଢ଼ୁଥିବା ବେଳେ ଆଇପିଏଲକୁ ଜାରି ରଖିବାକୁ ନେଇ ଅନେକ ସମାଲୋଚନା କରାଯାଇଥିଲା । ଏବେ ଆଇପିଏଲକୁ ସାମୟିତ ବନ୍ଦ କରାଯାଇଥିବାରୁ ଏହାକୁ ଅନେକ ପୂର୍ବତନ ଖେଳାଳି ସମର୍ଥନ କରିଛନ୍ତି।

Related story