ପାକ୍ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ, ମାରିଲେ ୨୮ ବଲରେ ଶତକ

ନୂଆଦିଲ୍ଲୀ: ପାକିସ୍ତାନର ଜଣେ ବ୍ୟାଟ୍ସମ୍ୟାନ୍ ଟି-୧୦ କ୍ରିକେଟରେ ଚୌକା ଓ ଛକାର ବର୍ଷା କରିଛନ୍ତି। ଅହମ୍ମଦ ମୁସାଦିକ ନାମକ ଏହି ବ୍ୟାଟ୍ସମ୍ୟାନ୍ ମାତ୍ର ୨୮ ବଲରେ ଶତକ ମାରିଛନ୍ତି। ନିଜର ଏହି ବିସ୍ଫୋରକ ଇନିଂସରେ ସେ ୭ ଚୌକା ଓ ୧୩ ଛକା ସହାୟତାରେ ୧୧୫ ରନ୍ କରିଛନ୍ତି। ମୁସାଦିକ୍ ୟୁରୋପିଅନ୍ କ୍ରିକେଟ୍ ସିରିଜ୍ ଟି-୧୦ ଲିଗରେ ଏହି କାରନାମା କରିଛନ୍ତି। ଓପନିଂ କରିବାକୁ ଆସିଥିବା ମୁସାଦିକ୍ ପ୍ରଥମ ଓଭରରେ ୨୬ ରନ୍ ସଂଗ୍ରହ କରିଥିଲେ। ଏହା […]

ahmed

Ranjit Kumar Jena
  • Published: Wednesday, 09 June 2021
  • , Updated: 09 June 2021, 05:40 PM IST

ନୂଆଦିଲ୍ଲୀ: ପାକିସ୍ତାନର ଜଣେ ବ୍ୟାଟ୍ସମ୍ୟାନ୍ ଟି-୧୦ କ୍ରିକେଟରେ ଚୌକା ଓ ଛକାର ବର୍ଷା କରିଛନ୍ତି। ଅହମ୍ମଦ ମୁସାଦିକ ନାମକ ଏହି ବ୍ୟାଟ୍ସମ୍ୟାନ୍ ମାତ୍ର ୨୮ ବଲରେ ଶତକ ମାରିଛନ୍ତି। ନିଜର ଏହି ବିସ୍ଫୋରକ ଇନିଂସରେ ସେ ୭ ଚୌକା ଓ ୧୩ ଛକା ସହାୟତାରେ ୧୧୫ ରନ୍ କରିଛନ୍ତି।

ମୁସାଦିକ୍ ୟୁରୋପିଅନ୍ କ୍ରିକେଟ୍ ସିରିଜ୍ ଟି-୧୦ ଲିଗରେ ଏହି କାରନାମା କରିଛନ୍ତି। ଓପନିଂ କରିବାକୁ ଆସିଥିବା ମୁସାଦିକ୍ ପ୍ରଥମ ଓଭରରେ ୨୬ ରନ୍ ସଂଗ୍ରହ କରିଥିଲେ। ଏହା ପରେ ମଧ୍ୟ ତାଙ୍କର ଦ୍ରୁତ ରନ୍ କରିବା ଜାରି ରହିଥିଲା।

ସେ ସବୁ ବୋଲରଙ୍କୁ ଜବରଦସ୍ତ ଧୁଲେଇ କରିଛନ୍ତି। ମୁସାଦିକ୍ ପଞ୍ଚମ ଓଭରରେ ବେରହମ୍ ଅଲୀଙ୍କ ବୋଲିଂରେ ଲଗାତର ୪ଟି ଛକା ସହ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ମୁସାଦିକଙ୍କ ଏହି ଇନିଂସ୍ ବଳରେ କମରଫେଲ୍ଡର ସ୍ପୋର୍ଟଭେରିନ୍ ଟିମ୍ ଟିଏଚସିସି ହାମବର୍ଗକୁ ପରାସ୍ତ କରିଛି ।

https://twitter.com/dharma1724/status/1401840860052955142?s=20

କମରଫେଲ୍ଡର ସ୍ପୋର୍ଟଭେରିନ୍ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୧୯୮ ରନ୍ କରିଥିଲା । ଜବାବରେ ଟିଏଚସିସି ମାତ୍ର ୫୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏଥିସହ କମରଫେଲ୍ଡର ସ୍ପୋର୍ଟଭେରିନ୍ ଟିମ୍ ୧୪୫ ରନରେ ବିଜୟୀ ହୋଇଥିଲା।

ମୁସାଦିକ୍ ଅହମ୍ମଦ ୟୁରୋପିଅନ୍ କ୍ରିକେଟ୍ ସିରିଜ୍ ଟି-୧୦ କ୍ରିକେଟରେ ଦ୍ରୁତ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ଇଣ୍ଡିଆନ୍ କ୍ରିକେଟ୍ କ୍ଲବର ବ୍ୟାଟ୍ସମ୍ୟାନ୍ ଗୋହାର ମନନଙ୍କ ନାମରେ ଥିଲା । ମନନ୍ ୨୯ ବଲରେ ଶତକ ମାରିଥିଲେ।

ମୁସାଦିକ୍ ଏପର୍ଯ୍ୟନ୍ତ ୩୧ ପ୍ରଥମଶ୍ରେଣୀ ମ୍ୟାଚ୍ ଏବଂ ୪୧ଟି ଲିଷ୍ଟ-ଏ ମ୍ୟାଚ୍ ଖେଳିଛନ୍ତି । ସେ ୨୫ ଟି-୨୦ ମ୍ୟାଚରେ ୧୫୭ ଷ୍ଟ୍ରାଇକରେଟରେ ମୋଟ ୨୯୦ ରନ୍ କରିଛନ୍ତି ।

Related story