ପ୍ରଶାନ୍ତଙ୍କ ପରଲୋକରେ ସୁରେଶ ରାଇନା ମର୍ମାହତ

ନୂଆଦିଲ୍ଲୀ: କରୋନାର କହର କ୍ରିକେଟ୍ ଉପରେ ମଧ୍ୟ ପ୍ରଭାବ ପକାଇଛି । କରୋନା ଯୋଗୁଁ କେଉଁଠି ମ୍ୟାଚ୍ ଓ ଟୁର୍ଣ୍ଣାମେଣ୍ଟ ବାତିଲ୍ ହେଉଛି ତ କେଉଁଠାରେ କ୍ରିକେଟରଙ୍କ ଜୀବନ ମଧ୍ୟ ଚାଲିଯାଉଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଓଡ଼ିଶାର ପୂର୍ବତନ ରଣଜୀ କ୍ରିକେଟର୍ ପ୍ରଶାନ୍ତ ମହାପାତ୍ରଙ୍କ କ୍ଷେତ୍ରରେ । ମାତ୍ର ୪୭ ବର୍ଷରେ ଏହି ପୂର୍ବତନ କ୍ରିକେଟର୍ କରୋନାରେ ଆଖି ବୁଜିଛନ୍ତି । ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ଭୁବନେଶ୍ୱର ଏମ୍ସରେ […]

RAINA-AND-PRASANT

Ranjit Kumar Jena
  • Published: Wednesday, 19 May 2021
  • , Updated: 19 May 2021, 11:14 PM IST

ନୂଆଦିଲ୍ଲୀ: କରୋନାର କହର କ୍ରିକେଟ୍ ଉପରେ ମଧ୍ୟ ପ୍ରଭାବ ପକାଇଛି । କରୋନା ଯୋଗୁଁ କେଉଁଠି ମ୍ୟାଚ୍ ଓ ଟୁର୍ଣ୍ଣାମେଣ୍ଟ ବାତିଲ୍ ହେଉଛି ତ କେଉଁଠାରେ କ୍ରିକେଟରଙ୍କ ଜୀବନ ମଧ୍ୟ ଚାଲିଯାଉଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଓଡ଼ିଶାର ପୂର୍ବତନ ରଣଜୀ କ୍ରିକେଟର୍ ପ୍ରଶାନ୍ତ ମହାପାତ୍ରଙ୍କ କ୍ଷେତ୍ରରେ । ମାତ୍ର ୪୭ ବର୍ଷରେ ଏହି ପୂର୍ବତନ କ୍ରିକେଟର୍ କରୋନାରେ ଆଖି ବୁଜିଛନ୍ତି । ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ଭୁବନେଶ୍ୱର ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ପ୍ରଶାନ୍ତଙ୍କ ପରଲୋକରେ କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳିଛି । ଅନେକ ଓଡ଼ିଶା କ୍ରିକେଟର ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭାରତର ପୂର୍ବତନ କ୍ରିକେଟର୍ ସୁରେଶ ରାଇନା ମଧ୍ୟ ପ୍ରଶାନ୍ତଙ୍କ ପରଲୋକରେ ମର୍ମାହତ ହୋଇଛନ୍ତି । ରାଇନା ଟ୍ୱିଟ୍ କରି ପ୍ରଶାନ୍ତଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ରାଇନା ଟ୍ୱିଟ୍ କରି ଲେଖିଛନ୍ତି, ପ୍ରଶାନ୍ତ ମହାପାତ୍ର ସାରଙ୍କ ଦେହାନ୍ତ ଖବର ପାଇ ମୁଁ ବହୁତ ଦୁଃଖିତ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତି । ଶୋକସନ୍ତପ୍ତ ପରିବାରକୁ ମୋର ଗଭୀର ସମବେଦନା । ଓମ୍ ଶାନ୍ତି।

https://twitter.com/ImRaina/status/1394901217545834502?s=20

ପ୍ରଥମେ ପିତା ଓ ଏବେ ଖୋଦ୍ ପ୍ରଶାନ୍ତ ମହାପାତ୍ରଙ୍କ ଦେହାନ୍ତ ହେବା ପରେ ପୂରା ପରିବା ଉପରେ କରୋନାର କହର ଦେଖା ଦେଇଛି । ପ୍ରଶାନ୍ତଙ୍କ ଭାଇ ଯଶୋବନ୍ତ ମଧ୍ୟ କରୋନାରେ ସଂକ୍ରମିତ ଅଛନ୍ତି ଏବଂ ତାଙ୍କର ମଧ୍ୟ ଏମ୍ସରେ ଚିକିତ୍ସା ଚାଲିଛି ।

ସୂଚନାଯୋଗ୍ୟ, ନବେ ଦଶକରେ ଓଡ଼ିଶା ରଣଜୀ ଦଳର ଜଣେ ଲଢ଼ୁଆ ଓପ୍‌ନର ଥିଲେ ପ୍ରଶାନ୍ତ। ୧୯୯୦ ମସିହାରେ ବିହାର ବିପକ୍ଷରେ ରଣଜୀ ଡେବ୍ୟୁ କରିଥିଲେ ମୁନା ଭାବେ ଜଣାଶୁଣା ଏହି କ୍ରିକେଟର। ସେ ୪୫ଟି ପ୍ରଥମ ଶ୍ରେଣୀ ଓ ୧୭ଟି ଲିଷ୍ଟ-A ମ୍ୟାଚ୍ ଖେଳିଥିଲେ। ଓଡ଼ିଶା ପାଇଁ ୪୨ଟି ଓ ଇଷ୍ଟଜୋନ୍ ପାଇଁ ୩ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ। ଇଷ୍ଟଜୋନ୍ ଦଳରେ ସ୍ଥାନ ପାଇ ସେ ଦୁଲୀପ ଟ୍ରଫି ଏବଂ ଦେଓଧର ଟ୍ରଫି ଖେଳିଥିଲେ। ରଣଜୀ କ୍ୟାରିୟରୁ ଅବସର ନେବା ପରେ ୪୮ଟି ମ୍ୟାଚ୍‌ରେ ବିସିସିଆଇ ରେଫରୀ ଭାବେ ଦାୟିତ୍ୱ ତୁଲାଇଥିଲେ ପ୍ରଶାନ୍ତ।

Related story