ଛୁଟି ମନାଇବା ପାଇଁ ଗୋଆ ଯାଉଥିଲେ ପୃଥ୍ୱୀ ଶ’, ଧରିଲା ପୁଲିସ୍‌

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି । ଆଇପିଏଲର ୧୪ଶ ସଂସ୍କରଣ ସ୍ଥଗିତ ହେବା ପରେ ପୃଥ୍ୱୀ ଗୋଆକୁ ଛୁଟି ମନାଇବାକୁ ଯାଉଥିଲେ। କିନ୍ତୁ ଅଧା ବାଟରେ ତାଙ୍କୁ ମହାରାଷ୍ଟ୍ରର ଅମ୍ବାଲା ପୁଲିସ୍ ଅଟକାଇ ଥିଲା। ପୃଥ୍ୱୀ ବିନା ଇ-ପାସରେ ଗୋଆ ଯାଉଥିଲେ । ତାଙ୍କ ପାଖରେ ଇ-ପାସ୍ ନଥିବାରୁ ପୁଲିସ୍ ତାଙ୍କୁ ଆଗକୁ ଯିବାକୁ ଦେଇନଥିଲା। ଭାରତରେ କରୋନାର ଦ୍ୱିତୀୟ ଲହର ମଧ୍ୟରେ ମହାରାଷ୍ଟ୍ରରେ ବର୍ତ୍ତମାନ ଲକଡାଉନ୍ ଜାରି ରହିଛି […]

prithvi-shaw

Ranjit Kumar Jena
  • Published: Friday, 14 May 2021
  • , Updated: 14 May 2021, 09:00 PM IST

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି । ଆଇପିଏଲର ୧୪ଶ ସଂସ୍କରଣ ସ୍ଥଗିତ ହେବା ପରେ ପୃଥ୍ୱୀ ଗୋଆକୁ ଛୁଟି ମନାଇବାକୁ ଯାଉଥିଲେ। କିନ୍ତୁ ଅଧା ବାଟରେ ତାଙ୍କୁ ମହାରାଷ୍ଟ୍ରର ଅମ୍ବାଲା ପୁଲିସ୍ ଅଟକାଇ ଥିଲା। ପୃଥ୍ୱୀ ବିନା ଇ-ପାସରେ ଗୋଆ ଯାଉଥିଲେ । ତାଙ୍କ ପାଖରେ ଇ-ପାସ୍ ନଥିବାରୁ ପୁଲିସ୍ ତାଙ୍କୁ ଆଗକୁ ଯିବାକୁ ଦେଇନଥିଲା। ଭାରତରେ କରୋନାର ଦ୍ୱିତୀୟ ଲହର ମଧ୍ୟରେ ମହାରାଷ୍ଟ୍ରରେ ବର୍ତ୍ତମାନ ଲକଡାଉନ୍ ଜାରି ରହିଛି ଏବଂ କିଛି କଟକଣା ମଧ୍ୟ ଲଗାଯାଇଛି ।

ପୃଥ୍ୱୀ ଶ’ ନିଜ କାର୍ ଯୋଗେ କୋହ୍ଲାପୁର ଦେଇ ଗୋଆ ଯିବାକୁ ଯୋଜନା କରିଥିଲେ । ମହାରାଷ୍ଟ୍ରରେ ଯାତ୍ରା କରିବା ସମୟରେ ଇ-ପାସର ବ୍ୟବସ୍ଥା ରହିଛି । ଇ-ପାସ୍ ନହେବା କାରଣରୁ ପୃଥ୍ୱୀଙ୍କୁ ପୁଲିସ୍ ଘଣ୍ଟାଏ ଧରି ରୋକିଥିଲା । ଶ’ ଇ-ପାସ୍ ପାଇଁ ପୂର୍ବରୁ ଆବେଦନ କରିଥିଲେ । କିନ୍ତୁ ସେ ଇ-ପାସ୍ ଉପଲବ୍ଧ ହେବା ପୂର୍ବରୁ ହିଁ ଗୋଆ ପାଇଁ ବାହାରି ପଡ଼ିଥିଲେ । ତାଙ୍କ ପାଖରେ ଆବେଦନ ବଦଳରେ ଏକ ଟୋକନ ଥିଲା । ତେବେ ପୁଲିସ୍ ଅଟକାଇବା ପରେ ପୃଥ୍ୱୀ ପୁଣିଥରେ ଅନଲାଇନ୍ ପାସ୍ ପାଇଁ ଆବେଦନ କରିଥିଲେ, ଯାହା ଘଣ୍ଟାଏ ଭିତରେ ମିଳିଯାଇଥିଲା । ଏହା ପରେ ପୃଥ୍ୱୀଙ୍କୁ ଯିବା ପାଇଁ ପୁଲିସ୍ ଅନୁମତି ଦେଇଥିଲା ।

ସୂଚନାଯୋଗ୍ୟ, ପୃଥ୍ୱୀ ଶ’ଙ୍କ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳରେ ସାମିଲ୍ କରାଯାଇନାହିଁ । ତାଙ୍କଚ ଗତବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜରେ ଖରାପ ବ୍ୟାଟିଂ ପ୍ରଦର୍ଶନ ଯୋଗୁ ଟିମରୁ ବାଦ୍ ଦିଆଯାଇଥିଲା । ତେବେ ୨୧ ବର୍ଷୀୟ ପୃଥ୍ୱୀ ଭାରତ ଫେରିବା ପରେ ବିଜୟ ହଜାରେ ଟ୍ରଫିରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।

ଏହାବ୍ୟତୀତ ଚଳିତ ବର୍ଷର ଆଇପିଏଲରେ ତାଙ୍କର ପ୍ରଦର୍ଶନ ଦମଦାର ଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପୃଥ୍ୱୀ ଆଇପିଏଲ୍‌-୨୦୨୧ରେ ୮ ମ୍ୟାଚ୍ ଖେଳି ୩୦୮ ରନ୍ କରିଥିଲେ ।

Related story