ଶକ୍ତିଶାଳୀ ଦିଲ୍ଲୀକୁ ୧୫୪ରେ ରୋକିଲା ରାଜସ୍ଥାନ

ଅବୁଧାବି: ଚଳିତ ଆଇପିଏଲ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫୪ ରନ୍‌ରେ ରୋକିବାକୁ ସଫଳ ହୋଇଛି ରାଜସ୍ଥାନ ରୟାଲ୍ସ। ଅବୁଧାବିରେ ଖେଳା ଯାଉଥିବା ଆଇପିଏଲ ୨୦୨୧ର ୩୬ତମ ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୫୪ ରନ୍‌ କରିଛି। ଏବେ ରାଜସ୍ଥାନକୁ ମ୍ୟାଚ୍‌ ଜିତିବା ପାଇଁ ୧୫୫ ରନ୍‌ କରିବାକୁ ପଡ଼ିବ। ଦିଲ୍ଲୀ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୪୩ ରନ୍‌ […]

RR1

RR1

Hemant Lenka
  • Published: Saturday, 25 September 2021
  • Updated: 25 September 2021, 05:27 PM IST

Sports

Latest News

ଅବୁଧାବି: ଚଳିତ ଆଇପିଏଲ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫୪ ରନ୍‌ରେ ରୋକିବାକୁ ସଫଳ ହୋଇଛି ରାଜସ୍ଥାନ ରୟାଲ୍ସ। ଅବୁଧାବିରେ ଖେଳା ଯାଉଥିବା ଆଇପିଏଲ ୨୦୨୧ର ୩୬ତମ ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୫୪ ରନ୍‌ କରିଛି।

ଏବେ ରାଜସ୍ଥାନକୁ ମ୍ୟାଚ୍‌ ଜିତିବା ପାଇଁ ୧୫୫ ରନ୍‌ କରିବାକୁ ପଡ଼ିବ। ଦିଲ୍ଲୀ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୪୩ ରନ୍‌ କରିଥିବା ବେଳେ ଶିମରନ ହେଟମେୟର ୧୬ ବଲ୍‌ରେ ୨୮ ରନ୍‌ର ଇନିଂସ ଖେଳିଛନ୍ତି।

ଆଜିର ମ୍ୟାଚ୍‌ରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ପ୍ରଥମେ ଋଷଭ ପନ୍ତଙ୍କ ଦିଲ୍ଲୀକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ତେବେ ଦଳୀୟ ସ୍କୋର ୧୮ ଥିବା ବେଳେ ଚମତ୍କାର ଫର୍ମରେ ଥିବା ଶିଖର ଧୱନ ୮ ରନ୍‌ କରି ଗତ ମ୍ୟାଚ୍‌ର ହିରୋ କାର୍ତ୍ତିକ ତ୍ୟାଗୀଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ।

ଏହାପରେ ପୃଥ୍ୱୀ ଶ’(୧୦) ଚେତନ ସକାରିୟାଙ୍କ ଶିକାର ବନିଥିଲେ। ୨୧ ରନ୍‌ରେ ଦୁଇ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଦିଲ୍ଲୀକୁ ଶ୍ରେୟସ ଆୟର ଓ ଅଧିନାୟକ ପନ୍ତ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ୩ୟ ୱିକେଟ ପାଇଁ ୬୨ ରନ୍‌ ଯୋଡ଼ିଥିଲେ। ଏହି ସମୟରେ ବ୍ୟକ୍ତିଗତ ୨୪ ରନ୍‌ କରିଥିବା ପନ୍ତଙ୍କୁ ମୁସ୍ତାଫିଜୁର ରହମାନ ବୋଲ୍ଡ କରି ରାଜସ୍ଥାନକୁ ତୃତୀୟ ସଫଳତା ଦେଇଥିଲେ।

ହେଟମେୟର ୫ ଚୌକା ବଳରେ ବିସ୍ଫୋରକ ୨୮ ରନ୍‌ କରିଥିଲେ ହେଁ ବେଶୀ ସମୟ କ୍ରିଜରେ ରହି ପାରି ନଥିଲେ। ପନ୍ତ ଆଉଟ ହେବା ପରେ ଶ୍ରେୟସ ବଡ଼ ଶଟ ଖେଳିବା ଲୋଭରେ ରାହୁଲ ତେୱାତିଙ୍କ ବଲରେ ଷ୍ଟମ୍ପିଂ ହୋଇ ଯାଇଥିଲେ। ଆଉଟ ହେବା ପୂର୍ବରୁ ସେ ଗୋଟିଏ ଚୌକା ଓ ୨ଟି ଛକା ବଳରେ ୪୩ ରନ୍‌ର ଇନିଂସ୍‌ ଖେଳିଥିଲେ।

ସେହିପରି  ହେଟମେୟରଙ୍କୁ ମୁସ୍ତାଫିଜୁର ଆଉଟ କରିଥିଲେ। ଦଳ ୧୬.୩ ଓଭର୍‌ରେ ୫ ୱିକେଟ ବିନିମୟରେ ୧୨୧ ରନ୍‌ କରି ସଂଘର୍ଷ କରିଥିଲା। ଶେଷ ଭାଗରେ ଅକ୍ସର ପଟେଲ ୭ ବଲ୍‌ରେ ୧୨ ଓ ଲଳିତ ଯାଦବ ୧୪ ରନ୍‌ କରିବାରୁ ଦଳ ୧୫୦ ଅତିକ୍ରମ କରିଥିଲା। ଅକ୍ସରଙ୍କୁ ଚେତନ ସକାରିୟା ଆଉଟ କରିଥିଲେ। ଓଭର ଶେଷ ହେବା ବେଳକୁ ଲଳିତଙ୍କ ସହ ରବିଚନ୍ଦ୍ର ଅଶ୍ୱିନ ୬ ରନ୍‌ କରି ଅପରାଜିତ ରହିଥିଲେ।

ରାଜସ୍ଥାନ ପକ୍ଷରୁ ମୁସ୍ତାଫିଜୁର ଓ ସକାରିୟା ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ତ୍ୟାଗୀ ଏବଂ ରାହୁଲଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos