ଶାସ୍ତ୍ରୀ କହିଲେ, କୋହଲି ଛାଡ଼ିଦେଲେ!

ନୂଆଦିଲ୍ଲୀ: ବିରାଟ୍ କୋହଲି ଭାରତୀୟ ଟି-୨୦ ଦଳର କ୍ୟାପଟେନ୍ ପଦ ଛାଡ଼ି ଦେଇଛନ୍ତି। ତେବେ କୋହଲି କାହିଁକି କ୍ୟାପଟେନ୍ ପଦ ଛାଡ଼ିଲେ, ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। କୋହଲି କହିଛନ୍ତି ଅତିରିକ୍ତ ଚାପ କାରଣରୁ ସେ ତିନୋଟି ଯାକ ଫର୍ମାଟର ନେତୃତ୍ୱ ନେଇପାରିବେ ନାହିଁ। କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଫ୍ୟାନ୍। ଏବେ ଏକ ରିପୋର୍ଟ ଅନୁଯାୟୀ କୋହଲିଙ୍କର ଟି-୨୦ କ୍ୟାପଟେନ୍ ପଦରୁ ହଟିବା ପଛରେ ହେଡ୍ କୋଚ୍ ରବି ଶାସ୍ତ୍ରୀଙ୍କର ଭୂମିକା ରହିଛି। […]

virat-kohli-and-ravi-shastr

Ranjit Kumar Jena
  • Published: Wednesday, 22 September 2021
  • , Updated: 22 September 2021, 10:12 PM IST

ନୂଆଦିଲ୍ଲୀ: ବିରାଟ୍ କୋହଲି ଭାରତୀୟ ଟି-୨୦ ଦଳର କ୍ୟାପଟେନ୍ ପଦ ଛାଡ଼ି ଦେଇଛନ୍ତି। ତେବେ କୋହଲି କାହିଁକି କ୍ୟାପଟେନ୍ ପଦ ଛାଡ଼ିଲେ, ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। କୋହଲି କହିଛନ୍ତି ଅତିରିକ୍ତ ଚାପ କାରଣରୁ ସେ ତିନୋଟି ଯାକ ଫର୍ମାଟର ନେତୃତ୍ୱ ନେଇପାରିବେ ନାହିଁ। କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଫ୍ୟାନ୍। ଏବେ ଏକ ରିପୋର୍ଟ ଅନୁଯାୟୀ କୋହଲିଙ୍କର ଟି-୨୦ କ୍ୟାପଟେନ୍ ପଦରୁ ହଟିବା ପଛରେ ହେଡ୍ କୋଚ୍ ରବି ଶାସ୍ତ୍ରୀଙ୍କର ଭୂମିକା ରହିଛି। ଅର୍ଥାତ୍ କୋହଲିଙ୍କୁ ଟି-୨୦ କ୍ୟାପଟେନ୍ ପଦ ଛାଡ଼ିବା ପାଇଁ ଶାସ୍ତ୍ରୀ ପରାମର୍ଶ ଦେଇଥିବା ରିପୋର୍ଟ କହିଛି। ଏପରିକି ଶାସ୍ତ୍ରୀ କୋହଲିଙ୍କୁ ଦିନିକିଆ କ୍ୟାପଟେନ୍ ପଦ ଛାଡ଼ିବାକୁ ମଧ୍ୟ କହିଛନ୍ତି।

ମିଡିଆ ରିପୋର୍ଟ ମୁତାବକ, କୋହଲି କିପରି ଦୁନିଆର ଅଗ୍ରଣୀ ବ୍ୟାଟ୍ସମ୍ୟାନ୍ ଭାବେ ନିଜର ମାନ୍ୟତା ବଜାୟ ରଖିବେ, ସେଥିପାଇଁ ତାଙ୍କୁ ଟି-୨୦ ଓ ଦିନିକିଆ କ୍ୟାପଟେନ୍ ପଦ ଛାଡ଼ିବାକୁ କୋଚ୍ ରବି ଶାସ୍ତ୍ରୀ ପରାମର୍ଶ ଦେଇଥିଲେ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଯେତେବେଳେ ଭାରତ ତା’ର ନିୟମିତ କ୍ୟାପଟେନ୍ (କୋହଲି)ଙ୍କ ବିନା ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ଜିତିଲା, ସେତେବେଳ ଠାରୁ କୋହଲିଙ୍କ କ୍ୟାପଟେନ୍ କଥା ଚର୍ଚ୍ଚାକୁ ଆସିଥିଲା। ଏହାଛଡ଼ା ୨୦୨୩ ବିଶ୍ୱକପ୍ ପୂର୍ବରୁ ଯଦି ସବୁକିଛି ଯୋଜନା ଅନୁସାରେ ଫଳପ୍ରଦ ନହୁଏ, ତାହେଲେ କୋହଲି କୌଣସି ମୁହୂର୍ତ୍ତରେ ଦିନିକିଆ କ୍ୟାପଟେନ୍ ପଦ ମଧ୍ୟ ଛାଡ଼ିପାରନ୍ତି।

ଅଧିକାରୀ ଜଣକ କହିଛନ୍ତି, ଶାସ୍ତ୍ରୀ ପ୍ରାୟ ୬ ମାସ ତଳେ କୋହଲିଙ୍କ ସହ କଥା ହୋଇଥିଲେ। କିନ୍ତୁ କୋହଲି ଶାସ୍ତ୍ରୀଙ୍କ କଥା ମାନିନଥିଲେ। ସେ ଏବେବି ଦିନିକିଆ ମ୍ୟାଚରେ ଭାରତର ନେତୃତ୍ୱ ନେବାକୁ ଇଚ୍ଛୁକ ଅଛନ୍ତି। ଏପରିକି ବୋର୍ଡ ଚର୍ଚ୍ଚା କରୁଛି ଯେ କୋହଲିଙ୍କୁ ଜଣେ ବ୍ୟାଟ୍ସମ୍ୟାନ୍ ଭାବେ କିପରି ଉପଯୋଗ କରିହେବ। କାରଣ ଖେଳାଳି ଭାବେ କୋହଲିଙ୍କ ପାଖରେ ଏବେବି ବହୁତ କିଛି ବାକି ରହିଛି।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ କୋହଲି ଘୋଷଣା କରିଥିଲେ ଯେ ସେ ଚଳିତ ସିଜନ୍ ପାଇଁ ଆରସିବିର କ୍ୟାପଟେନ୍ ପଦ ଛାଡ଼ିଦେବେ। ସେ କେବଳ ଖେଳାଳି ଭାବେ ଏହି ଫ୍ରାଞ୍ଚାଇଜି ସହ ରହିବେ। ସେହିପରି କୋହଲି ଆଇସିସି ଟି-୨୦ ବିଶ୍ୱକପ୍ ଯାଏ କ୍ୟାପଟେନ୍ ପଦରେ ରହିବେ। ଏହା ପରେ ସେ ଏହି ଛୋଟିଆ ଫର୍ମାଟର କ୍ୟାପଟେନ୍ ପଦ ଛାଡ଼ିଦେବେ।

Related story