ଦକ୍ଷିଣ ଆଫ୍ରିକାର ରନ ବର୍ଷା: ରୁସୋଙ୍କ ବିସ୍ଫୋରକ ଶତକ, ଭାରତକୁ ୨୨୮ ରନର ଟାର୍ଗେଟ

ଇନ୍ଦୋର: ଭାରତ ବିପକ୍ଷ ଟି-୨୦ ସିରିଜ୍‌ ହାରି ସାରିଥିବା ଦକ୍ଷିଣ ଆଫ୍ରିକାର ବ୍ୟାଟରମାନେ ଆଜି ଶେଷ ମ୍ୟାଚ୍‌ରେ ଧୂଆଁଧାର ବ୍ୟାଟିଂ କରିଛନ୍ତି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ରିଲି ରୁସୋଙ୍କ ବିସ୍ଫୋରକ ଶତକ ପୂରା ଇନିଂସର ମୁଖ୍ୟ ଆକର୍ଷଣ ପାଲଟିଛି। ତାଙ୍କ ସହ ଅଭିଜ୍ଞ କ୍ୱିଣ୍ଟନ ଡି’କକଙ୍କ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ରୁସୋ ଓ କ୍ୱିଣ୍ଟିନ ଡି’କକଙ୍କ ଦମଦାର ବ୍ୟାଟିଂ ଯୋଗୁ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୩ […]

Rilee-Rossouw

Rilee-Rossouw

Hemant Lenka
  • Published: Tuesday, 04 October 2022
  • Updated: 04 October 2022, 08:51 PM IST

Sports

Latest News

ଇନ୍ଦୋର: ଭାରତ ବିପକ୍ଷ ଟି-୨୦ ସିରିଜ୍‌ ହାରି ସାରିଥିବା ଦକ୍ଷିଣ ଆଫ୍ରିକାର ବ୍ୟାଟରମାନେ ଆଜି ଶେଷ ମ୍ୟାଚ୍‌ରେ ଧୂଆଁଧାର ବ୍ୟାଟିଂ କରିଛନ୍ତି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ରିଲି ରୁସୋଙ୍କ ବିସ୍ଫୋରକ ଶତକ ପୂରା ଇନିଂସର ମୁଖ୍ୟ ଆକର୍ଷଣ ପାଲଟିଛି।

ତାଙ୍କ ସହ ଅଭିଜ୍ଞ କ୍ୱିଣ୍ଟନ ଡି’କକଙ୍କ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ରୁସୋ ଓ କ୍ୱିଣ୍ଟିନ ଡି’କକଙ୍କ ଦମଦାର ବ୍ୟାଟିଂ ଯୋଗୁ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୨୭ ରନ କରିଛି। ଫଳରେ ଭାରତକୁ ୩ଟିକିଆ ଟି-୨୦ ସିରିଜ୍‌କୁ କ୍ଲିନସୁଇପ କରିବାକୁ ୨୨୮ ରନର ଟାର୍ଗେଟ ମିଳିଛି। ଡି’କକ ୪୩ ବଲରେ ୬୮ ରନ କରିଥିବା ବେଳେ ରୁସୋ ଅପରାଜିତ ୧୦୬ ରନ କରିଛନ୍ତି।

ଇନ୍ଦିରୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ ଆରମ୍ଭରୁ ଡି’କକ ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ୪ ଓଭର ସୁଦ୍ଧା ୩୦ ରନରେ ପହଞ୍ଚାଇ ଦେଇଥିଲେ। ଏହି ସମୟରେ ସିରିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଉମେଶ ଯାଦବ ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବଭୂମା(୩)ଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

କିନ୍ତୁ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଫେଲ ମାରିଥିବା ରୁସୋ ଆଜି ଅଲଗା ମୁଡରେ କ୍ରିଜ୍‌କୁ ଆସିଥିଲେ। ସେ ଆରମ୍ଭରୁ ହିଁ ଆଟାକିଂ ଶଟ ଖେଳିଥିଲେ। ଡି’କକ ମଧ୍ୟ ନିଜର ଚିରାଚରିତ ଷ୍ଟାଇଲରେ ବ୍ୟାଟିଂ କରିଥିଲେ। ଉଭୟ ଦ୍ୱିତୀୟ ୱକେଟ ପାଇଁ ମାତ୍ର ୮ ଓଭର୍‌ରେ ୯୦ ରନ ଯୋଡ଼ି ଦକ୍ଷିଣ ଆଫ୍ରିକାର ସ୍କୋରକୁ ୧୨୦ରେ ପହଞ୍ଚାଇ ଦେଇଥିଲେ।

ଡି’କକ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୨୦ ଥିବା ବେଳେ ଡି’କକ ଦୁଇ ରନ ନେବା ଲୋଭରେ ରନ ଆଉଟ ହୋଇଯାଇଥିଲେ। ୪୩ ବଲରେ ୬୮ ରନ କରିଥିବା ଡି’କକ ୪ଟି ଛକା ଓ ୬ଟି ଚୌକା ମାରିଛନ୍ତି।

୧୨୦ ରନରେ ଦ୍ୱିତୀୟ ୱିକେଟ ହରାଇଥିବା ଦକ୍ଷିଣ ଆଫ୍ରିକାକୁ ରୁସୋଙ୍କ ସହ ତ୍ରିସ୍ତାନ ଷ୍ଟବ୍ସ ସମ୍ଭାଳିଥିଲେ। ରୁସୋ ମଧ୍ୟ ଅକ୍ଷର ପଟେଲଙ୍କୁ ଛକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ସେ ଆହୁରି ବିସ୍ଫୋରକ ରୂପ ଧାରଣ କରିଥିଲେ। ଉଭୟ ସ୍ପିନ ଓ ଦ୍ରୁତ ବୋଲରକୁ କଡ଼ା ପ୍ରହାର କରି ସେ ଦଳୀୟ ସ୍କୋରକୁ ୧୮ ଓଭର ଶେଷ ସୁଦ୍ଧା ୧୯୨ ରନରେ ପହଞ୍ଚାଇ ଦେଇଥିଲେ।

୧୯ତମ ଓଭର ବୋଲିଂ କରୁଥିବା ମହମ୍ମଦ ସିରାଜଙ୍କ ପ୍ରଥମ ବଲରେ ରୁସୋ ଚୌକା ମାରିଥିଲେ। କିନ୍ତୁ ଦ୍ୱିତୀୟ ବଲରେ କୌଣସି ରନ ସଂଗ୍ରହ କରି ପାରି ନଥିଲେ। ତୃତୀୟ ବଲରେ ଏକ ରନ ହେବାରୁ ଷ୍ଟବ୍ସ ଷ୍ଟ୍ରାଇକୁ ଆସିଥିଲେ। ୪ର୍ଥ ବଲରେ ସେ ଚୌକା ମାରି ଦକ୍ଷିଣ ଆଫ୍ରିକାର ସ୍କୋରକୁ ୨୦୦ ପାର କରାଇଥିଲେ। ୫ମ ବଲରେ ୧ ରନ ହୋଇଥିଲା। ୬ଷ୍ଠ ବଲରେ ରୁସୋ ୧ ରନ ନେଇ ବ୍ୟକ୍ତିଗତ ୯୯ ରନରେ ପହଞ୍ଚିଥିଲେ। ୧୯ତମ ଓଭରରେ ସିରାଜ ୧୧ ରନ ଖର୍ଚ୍ଚ କରିଥିଲେ।

ଶେଷ ଓଭର ଦୀପକ ଚହର ୱାଇଡ ସହ ୨ ରନ ଦେଇଥିଲେ। ଏହାପରେ ରୁସୋ ଏକ ରନ ନେଇ ମାତ୍ର ୪୮ ବଲରେ ନିଜର ଶତକ ହାସଲ କରିଥିଲେ। ଏହା ତାଙ୍କ ଟି-୨୦ କ୍ୟାରିୟରର ପ୍ରଥମ ଶତକ। ଷ୍ଟବ୍ସ ଦ୍ୱିତୀୟ ବଲର ସମ୍ମୁଖୀନ ହୋଇଥିଲେ ମଧ୍ୟ ତାଙ୍କୁ ଚହର ଆଉଟ କରିଦେଇଥିଲେ।

ସେ ୧୮ ବଲରେ ୨୩ ରନ କରିଛନ୍ତି। ତୃତୀୟ ବଲରେ ଡାଭିଡ ମିଲର କୌଣସି ରନ କରିପାରି ନଥିଲେ। ୪ର୍ଥ ବଲ ନୋ ହୋଇଥିବା ବେଳେ ମିଲର ଏହାକୁ ଷ୍ଟାଡିୟମ ବାହାରକୁ ପଠାଇ ଦେଇଥିଲେ। ‍ଫ୍ରି ହିଟରେ ମଧ୍ୟ ମିଲର ଛକା ମାରିଥିଲେ। ୫ମ ବଲରେ ମିଲରଙ୍କ ବ୍ୟାଟରୁ ହ୍ୟାଟ୍ରିକ ଛକା ଦେଖିବାକୁ ମିଳିଥିଲା। ଶେଷ ବଲରେ ୧ ରନ ହେବାରୁ ଦକ୍ଷିଣ ଆଫ୍ରିକା ୩ ୱିକେଟ ହରାଇ ୨୨୭ ରନ କରିବାକୁ ସକ୍ଷମ ହୋଇଥିଲା। ମିଲର ୫ ବଲରେ ୧୯ ରନ କରିଥିବା ବେଳେ ରୁସୋ ଅପରାଜିତ ୧୦୦ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୮ଟି ଛକା ଓ ୭ଟି ଚୌକା ମାରିଛନ୍ତି। ଶେଷ ଓଭରରେ ଦୀପକ ଚହର ୨୪ ରନ ଦେବା ସହ ଗୋଟିଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story