ଇତିହାସ ରଚିଲେ ପନ୍ତ, ପ୍ରଥମ ଭାରତୀୟ ୱିକେଟ କିପର ଭାବେ ସୃଷ୍ଟି କଲେ ଏମିତି ରେକର୍ଡ

ଦୁବାଇ: ଟିମ୍‌ ଇଣ୍ଡିଆର ୱିକେଟ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ୱିକେଟ କିପର ଭାବେ ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ ତାଲିକାର ଟପ୍‌ ୧୦ରେ ପ୍ରବେଶ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଇସିସି ପକ୍ଷରୁ ଆଜି ଟେଷ୍ଟ ବ୍ୟାଟସମାନଙ୍କ ରାଙ୍କିଙ୍ଗ ଜାରି କରାଯାଇଛି। ଏହି ତାଲିକାର ୬ନଂ ସ୍ଥାନରେ ପନ୍ତ ରହିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟର୍‌ର ସର୍ବଶ୍ରେଷ୍ଠ ରାଙ୍କ। ସେ କେବେ ହେଲେ ଟେଷ୍ଟ ବ୍ୟାଟସମ୍ୟାନ ତାଲିକାର ଟପ୍‌ […]

Rishabh-Pant

Hemant Lenka
  • Published: Thursday, 06 May 2021
  • , Updated: 06 May 2021, 06:23 PM IST

ଦୁବାଇ: ଟିମ୍‌ ଇଣ୍ଡିଆର ୱିକେଟ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ୱିକେଟ କିପର ଭାବେ ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ ତାଲିକାର ଟପ୍‌ ୧୦ରେ ପ୍ରବେଶ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ଆଇସିସି ପକ୍ଷରୁ ଆଜି ଟେଷ୍ଟ ବ୍ୟାଟସମାନଙ୍କ ରାଙ୍କିଙ୍ଗ ଜାରି କରାଯାଇଛି। ଏହି ତାଲିକାର ୬ନଂ ସ୍ଥାନରେ ପନ୍ତ ରହିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟର୍‌ର ସର୍ବଶ୍ରେଷ୍ଠ ରାଙ୍କ। ସେ କେବେ ହେଲେ ଟେଷ୍ଟ ବ୍ୟାଟସମ୍ୟାନ ତାଲିକାର ଟପ୍‌ ୧୦ରେ ପ୍ରବେଶ କରି ନଥିଲେ।

ଭାରତ ନିକଟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳିଥିଲା। ଏଥିରେ ପନ୍ତ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପନ୍ତ ତାଙ୍କ ଟେଷ୍ଟ କ୍ୟାରିୟର୍‌ରେ ୩ୟ ଶତକ ମଧ୍ୟ ହାସଲ କରିଥିଲେ। ଘରୋଇ ମାଟିରେ ଏହା ତାଙ୍କର ପ୍ରଥମ ଶତକ ଥିଲା। ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚ୍‌ରେ ହିଁ ପନ୍ତ ଶତକ ହାସଲ କରିଥିଲେ।

ଅଷ୍ଟ୍ରେଲିଆରେ ମଧ୍ୟ ପନ୍ତଙ୍କ ଜବରଦସ୍ତ ବ୍ୟାଟିଂ ଯୋଗୁ ଭାରତ ସିରିଜ୍‌ ଜିତିଥିଲା। କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଥିବାରୁ ପନ୍ତଙ୍କୁ ଆଇସିସିର ଟପ୍‌ ଟେନ୍‌ ଟେଷ୍ଟ ବ୍ୟାଟସମ୍ୟାନଙ୍କ ମଧ୍ୟରେ ସ୍ଥାନ ମିଳିଛି। ପନ୍ତଙ୍କ ପୂର୍ବରୁ କୌଣସି ଭାରତୀୟ ୱିକେଟ କିପର କେବେ ହେଲେ ଆଇସିସି ଟେଷ୍ଟ ବ୍ୟାଟିଂ ତାଲିକାର ଟପ୍‌ ୧୦ରେ ସ୍ଥାନ ପାଇ ନଥିଲେ।

ପନ୍ତ ନୂଆ ଇତିହାସ ସୃଷ୍ଟି କରିଥିବାରୁ ତାଙ୍କ ଆଇପିଏଲ ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛି। ଟେଷ୍ଟ ମ୍ୟାଚ୍‌ରେ ବିଫଳ ହେଉଥିବା ପନ୍ତଙ୍କୁ ଏକଦା ସ୍କ୍ୱାଡରୁ ବାଦ ଦିଆଯାଇଥିଲା। ତେବେ ୬ ମାସ ମଧ୍ୟରେ ସେ ଜବର ଦସ୍ତ କମବ୍ୟାକ କରିଥିଲେ। ଅଷ୍ଟ୍ରେଲିଆ ମାଟିରେ ସେ ଘରୋଇ ଦଳ ବିପକ୍ଷରେ ୨ଟି ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିଲେ।


ଗୋଟିଏ ଅର୍ଦ୍ଧଶତକ ଯୋଗୁ ଭାରତ ସିଡ୍‌ନୀ ଟେଷ୍ଟକୁ ଡ୍ର ରଖିବାରେ ସକ୍ଷମ ହୋଇଥିଲା। ସେହିପରି ଶେଷ ମ୍ୟାଚ୍‌ରେ ପନ୍ତ ଟିମ୍‌ ଇଣ୍ଡିଆକୁ ଅଷ୍ଟ୍ରେଲିଆ ମାଟିରେ ଅର୍ଦ୍ଧଶତକ ହାସଲ କରି ସିରିଜ୍‌ ଜିତାଇଥିଲେ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ୯୨ ରନ୍ କରିଥିବା ପନ୍ତ ଦ୍ୱିତୀୟ ଟେଷ୍ଟରେ ଅପରାଜିତ ୫୮ ରନ୍ କରିଥିଲେ। ତୃତୀୟ ମ୍ୟାଚରେ ତାଙ୍କ ବ୍ୟାଟ୍ ଆଦୌ ଚାଲି ନଥିଲା। କିନ୍ତୁ ଶେଷ ମ୍ୟାଚରେ ସେ ମ୍ୟାଚ୍ ୱିନିଂ ଶତକ ହାସଲ କରି ଭାରତକୁ ୩-୧ରେ ସିରିଜ୍ ବିଜୟୀ କରାଇଥିଲେ।

ଅନ୍ୟପକ୍ଷରେ ଆଇସିସି ରାଙ୍କ ଅନୁସାରେ, କେନ୍‌ ୱିଲିୟମସନ ପୂର୍ବଭଳି ୧ନଂ ସ୍ଥାନରେ ଥିବା ବେଳେ ଦ୍ୱିତୀୟରେ ଷ୍ଟିଭ ସ୍ମିଥ ଓ ତୃତୀୟରେ ମାର୍ନସ ଲାବୁଶେନ ରହିଛନ୍ତି।

ଟପ୍ ୧୦ ଭିତରେ ଭାରତର ରୋହିତ ଶର୍ମା ଓ ବିରାଟ କୋହଲି ରହିଛନ୍ତି। ବିରାଟ ପୂର୍ବଭଳି ୫ନଂ ସ୍ଥାନରେ ଥିବା ବେଳେ ରୋହିତ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ପନ୍ତ, ରୋହିତ ଓ ନ୍ୟୁଜିଲ୍ୟାଣ୍ଡର ହେନରୀ ନିକୋଲ୍ସଙ୍କ ପଏଣ୍ଟ ସମାନ ରହିଛି। ସମସ୍ତେ ୪୪୭ ଲେଖାଏ ପଏଣ୍ଟ ପାଇଛନ୍ତି। ହେଲେ ପନ୍ତ ୬ନଂରେ ଥିବା ବେଳେ ହେନରୀ ୭ନଂ ଓ ରୋହିତଙ୍କ ନାଁ ୮ନଂରେ ରହିଛି।

ପୂର୍ବରୁ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଥିବା ଚେତେଶ୍ୱର ପୂଜାରା ୧୪ନଂ ସ୍ଥାନକୁ ଖସି ଯାଇଛନ୍ତି। ୧୫ତମ ସ୍ଥାନରେ ଅଜିଙ୍କ୍ୟ ରାହଣେ ରହିଛନ୍ତି।

ଦିନିକିଆର ୧ନଂ ବ୍ୟାଟସମ୍ୟାନ ବାବର ଆଜମ ଗୋଟିଏ ସ୍ଥାନ ତଳକୁ ଖସି ୯ନଂରେ ଥିବା ବେଳେ ୪ନଂରେ ଜୋ ରୁଟ ଓ ୧୦ନଂରେ ଡାଭିଡ ୱାର୍ଣ୍ଣର ରହିଛନ୍ତି।

Related story