ରୋହିତଙ୍କ ସହ ଦ୍ୱିତୀୟ ଟେଷ୍ଟରୁ ନବଦୀପ ସୈନି ବି ଆଉଟ୍‌

ନୂଆଦିଲ୍ଲୀ: ଦିନିକିଆ ମ୍ୟାଚ୍ ବେଳେ ଆହତ ହୋଇଥିବା ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏଯାଏ ଫିଟ ହୋଇ ନାହାନ୍ତି। ଏଥିପାଇଁ ତାଙ୍କୁ ପ୍ରଥମ ଟେଷ୍ଟ ଭଳି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ବାହାରେ ବସିବାକୁ ପଡ଼ିବ। ତାଙ୍କ ସହ ଦ୍ରୁତ ବୋଲର ନବଦୀପ ସୈନି ମଧ୍ୟ ଆହତ ସମସ୍ୟା ଯୋଗୁ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। ଏ ସମ୍ପର୍କରେ ଆଜି ବିସିସିଆଇ ବିଧିବଦ୍ଧ ଘୋଷଣା କରିଛି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ବେଳେ ଆହତ […]

Rohit-sharma

Rohit-sharma

Hemant Lenka
  • Published: Tuesday, 20 December 2022
  • Updated: 20 December 2022, 03:34 PM IST

Sports

Latest News

ନୂଆଦିଲ୍ଲୀ: ଦିନିକିଆ ମ୍ୟାଚ୍ ବେଳେ ଆହତ ହୋଇଥିବା ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏଯାଏ ଫିଟ ହୋଇ ନାହାନ୍ତି। ଏଥିପାଇଁ ତାଙ୍କୁ ପ୍ରଥମ ଟେଷ୍ଟ ଭଳି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ବାହାରେ ବସିବାକୁ ପଡ଼ିବ। ତାଙ୍କ ସହ ଦ୍ରୁତ ବୋଲର ନବଦୀପ ସୈନି ମଧ୍ୟ ଆହତ ସମସ୍ୟା ଯୋଗୁ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। ଏ ସମ୍ପର୍କରେ ଆଜି ବିସିସିଆଇ ବିଧିବଦ୍ଧ ଘୋଷଣା କରିଛି।

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ବେଳେ ଆହତ ହୋଇଥିବା ରୋହିତ ଏଯାଏ ଫିଟ ହୋଇନାହାନ୍ତି। ସେ ଏବେ ବିସିସିଆଇ ମେଡିକାଲ ଟିମ୍‌ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଛନ୍ତି। ମେଡିକାଲ ଟିମର କହିବା କଥା ଯେ ରୋହିତ ଶର୍ମାଙ୍କୁ ଠିକ ଭାବେ ବ୍ୟାଟିଂ ଓ ଫିଲ୍ଡିଂ ପାଇଁ ଆଉ କିଛି ସମୟ ଦରକାର। ସେ ରିହାବ ପ୍ରକ୍ରିୟାରେ ରହିଛନ୍ତି। ତେଣୁ ସେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମଧ୍ୟ ଖେଳିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଆସନ୍ତା ମାସରେ ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ସୀମିତ ଓଭର ସିରିଜ ଖେଳିବ। ସେହିପରି ଅଷ୍ଟ୍ରେଲିଆ ମଧ୍ୟ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ ଖେଳିବାକୁ ଭାରତ ଆସିବ। ଏହି ସିରିଜ୍‌ଗୁଡ଼ିକ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଆହତ ରୋହିତଙ୍କୁ ଟିମ ମ୍ୟାନେଜମେଣ୍ଟ ବିଶ୍ରାମ ଦେବାକୁ ଚାହୁଁଛି। ତେଣୁ ତାଙ୍କ ଆହତ ସମସ୍ୟା ସଂପୂର୍ଣ୍ଣ ଭଲ ହେବା ଯାଏ ବିସିସିଆଇ ଅପେକ୍ଷା କରିବାକୁ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ସୈନି ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଥିବାରୁ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। ସେ ଏବେ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ରିପୋର୍ଟ କରିବେ। ସେଠାରେ ତାଙ୍କର ରିହାବ ପ୍ରକ୍ରିୟା ଆରମ୍ଭ ହେବ। ସୈନିଙ୍କ ଆହତ ଏବେ ତାଙ୍କ ଫିଟନେସକୁ ନେଇ ଅନେକ ପ୍ରଶ୍ନ ଉଠାଇଛି।

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ସେ ଇଣ୍ଡିଆ ଏ’ ପକ୍ଷରୁ ଦୁଇଟି ମ୍ୟାଚ୍‌ ଖେଳିଥିଲେ। ସେ ଫିଟ ମଧ୍ୟ ଥିଲେ। ଏପରି କି ସେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମଧ୍ୟ ଖେଳି ନଥିଲେ। ତଥାପି ସେ ଆହତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ଭାରତୀୟ ସ୍କ୍ୱାଡ: କେଏଲ ରାହୁଲ(ଅଧିନାୟକ), ଶୁବମନ ଗିଲ୍‌, ଚେତେଶ୍ୱର ପୂଜାରା(ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଉମେଶ ଯାଦବ, ଅଭିମନ୍ୟୁ ଈଶ୍ୱରନ, ସୌରଭ କୁମାର ଓ ଜୟଦେବ ଉନାଦକତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story