ଆଇପିଏଲରେ ରେକର୍ଡ: ୧୮.୫୦ କୋଟିରେ କିଣା ହେଲେ ସାମ କୁରାନ

କୋଚି: ଯାହା ଆଶା କରାଯାଉଥିଲା ସେଇଆ ହେଲା। ଟି-୨୦ ବିଶ୍ୱକପର ମ୍ୟାନ ଅଫ ଦି ସିରିଜ୍‌ ତଥା ଷ୍ଟାର ଇଂଲିଶ ଅଲରାଉଣ୍ଡର ସାମ କୁରାନ ଆଇପିଏଲ ଅକ୍ସନରେ ନୂଆ ରେକର୍ଡ କରିଛନ୍ତି। ସେ ପ୍ରଥମ କ୍ରିକେଟର ଭାବେ ୧୮.୫୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଏତେ ପରିମାଣର ଟଙ୍କା ଦେଇ ତାଙ୍କୁ ପଞ୍ଜାବ କିଙ୍ଗସ ନିଜ ସହ ସାମିଲ କରିଛି। ଏହାପୂର୍ବରୁ ଆଇପିଏଲରେ କୌଣସି ଭାରତୀୟ କିମ୍ବା ବିଦେଶ ଖେଳାଳିଙ୍କୁ ଏତେ ଟଙ୍କାରେ କେହି ବି କିଣି […]

sam-curran

sam-curran

Hemant Lenka
  • Published: Friday, 23 December 2022
  • Updated: 23 December 2022, 03:39 PM IST

Sports

Latest News

କୋଚି: ଯାହା ଆଶା କରାଯାଉଥିଲା ସେଇଆ ହେଲା। ଟି-୨୦ ବିଶ୍ୱକପର ମ୍ୟାନ ଅଫ ଦି ସିରିଜ୍‌ ତଥା ଷ୍ଟାର ଇଂଲିଶ ଅଲରାଉଣ୍ଡର ସାମ କୁରାନ ଆଇପିଏଲ ଅକ୍ସନରେ ନୂଆ ରେକର୍ଡ କରିଛନ୍ତି। ସେ ପ୍ରଥମ କ୍ରିକେଟର ଭାବେ ୧୮.୫୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଏତେ ପରିମାଣର ଟଙ୍କା ଦେଇ ତାଙ୍କୁ ପଞ୍ଜାବ କିଙ୍ଗସ ନିଜ ସହ ସାମିଲ କରିଛି। ଏହାପୂର୍ବରୁ ଆଇପିଏଲରେ କୌଣସି ଭାରତୀୟ କିମ୍ବା ବିଦେଶ ଖେଳାଳିଙ୍କୁ ଏତେ ଟଙ୍କାରେ କେହି ବି କିଣି ନଥିଲେ। ହେଲେ ଆଜି ସାମ କୁରାନ ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି।

ସାମ କୁରାନଙ୍କୁ ନେବା ପାଇଁ ଆଜି ଅକ୍ସନ ବେଳେ ସବୁ ଦଳର ପ୍ରାଞ୍ଚାଇଜ୍‌ ଆଗ୍ରହ ଦେଖାଇଥିଲେ। ଶେଷରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିଲା। ପଞ୍ଜାବ ବିଡ୍‌ ଲଗାଉଥିବା ବେଳେ ରାଜସ୍ଥାନ ମଧ୍ୟ ପଛରେ ନଥିଲା। ହେଲେ ପଞ୍ଜାବ ୧୮.୫୦ କୋଟି ବିଡ୍‌ ଲଗାଇବାରୁ ରାଜସ୍ଥାନ ଲଢ଼େଇରୁ ଓହରି ଯାଇଥିଲା। ଶେଷରେ ପଞ୍ଜାବ ସାମ କୁରାନଙ୍କୁ କିଣିବାକୁ ସକ୍ଷମ ହୋଇଛି।

ସାମ କୁରାନ ୨୦୨୨ ଆଇପିଏଲରେ ଖେଳି ନଥିଲେ। ୨୦୨୧ରେ ସେ ଚେନ୍ନାଇ ସହ ରହିଥିଲେ। ଆହତ ସମସ୍ୟା ଯୋଗୁ ୨୦୨୨ ଆଇପିଏଲରୁ ବାଦ ପଡ଼ିଥିବା କୁରାନ ଇଂଲଣ୍ଡ ପାଇଁ ଟି-୨୦ ଫର୍ମାଟରେ କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଟି-୨୦ ବିଶ୍ୱକପରେ ସେ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ସହ ସିରିଜ୍‌ ମଧ୍ୟ ମିଳିଥିଲା। ଇଂଲଣ୍ଡ ତାଙ୍କ ଦମରେ ବିଶ୍ୱକପ ଟ୍ରଫି ମଧ୍ୟ ଜିତିଥିଲା। ଏବେ ଏହି ପ୍ରଦର୍ଶନର ଲାଭ ତାଙ୍କୁ ଆଇପିଏଲର ମିନି ଅକ୍ସନରେ ମିଳିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାମ କୁରାନ ପଞ୍ଜାବ ପକ୍ଷରୁ ହିଁ ୨୦୧୯ ଆଇପିଏଲରେ ଡେବ୍ୟୁ କରିଥିଲେ। ସେତେବେଳେ ଦଳ ତାଙ୍କୁ ୭.୨ କୋଟି ଟଙ୍କାରେ କିଣିଥିଲା। ତାଙ୍କ ପ୍ରଦର୍ଶନ ଭଲ ନ ରହିବାରୁ ୨୦୨୦ ଅକ୍ସନ ପୂର୍ବରୁ ପଞ୍ଜାବ ତାଙ୍କୁ ରିଲିଜ କରି ଦେଇଥିଲେ। ୨୦୨୦ ଅକ୍ସନରେ ଚେନ୍ନାଇ ତାଙ୍କୁ ୫.୫ କୋଟି ଟଙ୍କାରେ କିଣିଥିଲା। ୨ ବର୍ଷ କାଳ ସେ ଚେନ୍ନାଇ ପାଇଁ ଖେଳିଥିଲେ। ୨୦୨୨ରେ ସେ ଆଇପିଏଲ ଖେଳି ନଥିବା ବେଳେ ଏବେ ପଞ୍ଜାବକୁ ପୁଣି ଫେରିଛନ୍ତି।

ସାମ କୁରାନଙ୍କ ବ୍ୟତୀତ ପଞ୍ଜାବ ଜିମ୍ବାୱେର ଷ୍ଟାର ଅଲରାଉଣ୍ଡର ସିକନ୍ଦର ରାଜାଙ୍କୁ ମଧ୍ୟ ବେସ୍‌ ପ୍ରାଇସ ୫୦ ଲକ୍ଷରେ କିଣିଛି। ଓଡେନ ସ୍ମିଥ ୫୦ ଲକ୍ଷ ଟଙ୍କାରେ ଗୁଜରାଟ ଟାଇଟନ୍ସ ପାଖକୁ ଯାଉଛନ୍ତି। ଜେସନ ହୋଲ୍ଡରଙ୍କୁ ରାଜସ୍ଥାନ ରୟାଲ୍ସ ୫.୭୫ କୋଟିରେ କିଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story