BCCIର ବସ୍‌ ଗାଙ୍ଗୁଲି ଓ ଶାହା, କାଏମ ରହିବ ପଦବୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡକୁ ମିଳିଲା ବଡ ଆଶ୍ୱସ୍ତି। ବିସିସିଆଇର ଅଧ୍ୟକ୍ଷ ଭାବେ ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହାଙ୍କ ପଦବୀ ବଜାୟ ରହିବ। ଏନେଇ ଆଜି ଗ୍ରୀନ୍‌ ସିଗ୍‌ନାଲ ଦେଇଛନ୍ତି ସୁପ୍ରିମ କୋର୍ଟ। ବିସିସିଆଇରେ ପ୍ରସ୍ତାବିତ ପରିବର୍ତ୍ତନକୁ ସ୍ୱୀକାର କରି ନେଇଛନ୍ତି ସୁପ୍ରିମକୋର୍ଟ। ଆଗାମୀ ତିନି ବର୍ଷ ପାଇଁ ବିସିସିଆଇ ଅଧ୍ୟକ୍ଷ ଓ ସଚିବ ଭାବେ ଗାଙ୍ଗୁଲି ଓ ଜୟ ଶାହା ହିଁ ଦାୟିତ୍ୱ ତୁଲାଇବେ। ଗାଙ୍ଗୁଲି ଓ ଶାହାଙ୍କ କାର୍ଯ୍ୟକାଳ ଚଳିତ […]

BCCI

BCCI

Madhupriya Mistry
  • Published: Wednesday, 14 September 2022
  • Updated: 14 September 2022, 05:53 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡକୁ ମିଳିଲା ବଡ ଆଶ୍ୱସ୍ତି। ବିସିସିଆଇର ଅଧ୍ୟକ୍ଷ ଭାବେ ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହାଙ୍କ ପଦବୀ ବଜାୟ ରହିବ। ଏନେଇ ଆଜି ଗ୍ରୀନ୍‌ ସିଗ୍‌ନାଲ ଦେଇଛନ୍ତି ସୁପ୍ରିମ କୋର୍ଟ। ବିସିସିଆଇରେ ପ୍ରସ୍ତାବିତ ପରିବର୍ତ୍ତନକୁ ସ୍ୱୀକାର କରି ନେଇଛନ୍ତି ସୁପ୍ରିମକୋର୍ଟ। ଆଗାମୀ ତିନି ବର୍ଷ ପାଇଁ ବିସିସିଆଇ ଅଧ୍ୟକ୍ଷ ଓ ସଚିବ ଭାବେ ଗାଙ୍ଗୁଲି ଓ ଜୟ ଶାହା ହିଁ ଦାୟିତ୍ୱ ତୁଲାଇବେ।

ଗାଙ୍ଗୁଲି ଓ ଶାହାଙ୍କ କାର୍ଯ୍ୟକାଳ ଚଳିତ ମାସର ପ୍ରଥମ ସପ୍ତାହରେ ହିଁ ବିସିସିଆଇର ସମ୍ବିଧାନରେ 'କୁଲିଂ ଅଫ୍‌ ପିରିୟଡ' କ୍ଲଜ ଯୋଗୁ ଶେଷ ହୋଇଯାଇଥିଲା। ଏବେ ସର୍ବୋଚ୍ଚ ଅଦାଲତ ବିସିସିଆଇର ଏହି ନିୟମକୁ କୋହଳ କରିଛନ୍ତି।

ବିସିସିଆଇ ବୋର୍ଡର ସମ୍ବିଧାନରେ ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଶାସକଙ୍କୁ ବାଧ୍ୟତାମୂଳକ ‘କୁଲିଂ ଅଫ୍ ପିରିୟଡ୍’ ଧାରାକୁ ସଂଶୋଧନ କରିବାକୁ ବିସିସିଆଇର ଆବେଦନକୁ ସର୍ବୋଚ୍ଚ ଅଦାଲତ ଅନୁମତି ଦେଇଛନ୍ତି। ଏବେ ସଂଶୋଧନ ପରେ କୌଣସି ବ୍ୟକ୍ତି ଭାରତୀୟ କ୍ରିକେଟ୍‌ର (ବିସିସିଆଇ ଓ ରାଜ୍ୟ ସଂଘକୁ ମିଶାଇ) ବିଭିନ୍ନ ପଦ ପଦବୀରେ ଲଗାତାର ୧୨ ବର୍ଷ ରହିପାରିବେ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ ଯେ ଲୋଧା କମିଟିର ସୁପାରିସ ମୁତାବକ ବିସିସିଆଇ ସମ୍ବିଧାନରେ ଥିବା ‘କୁଲିଂ ଅଫ୍ ପିରିୟଡ୍’ ଧାରା ଅନୁସାରେ କୌଣସି ବ୍ୟକ୍ତି ଭାରତୀୟ କ୍ରିକେଟ୍‌ର (ବିସିସିଆଇ ଓ ରାଜ୍ୟ ସଂଘକୁ ମିଶାଇ) ବିଭିନ୍ନ ପଦ ପଦବୀରେ ଲଗାତାର ୬ ବର୍ଷରୁ ଅଧିକ କାଳ ରହିପାରିବେ ନାହିଁ। କୌଣସି ବ୍ୟକ୍ତି କ୍ରମାଗତ ୬ ବର୍ଷର କାର୍ଯ୍ୟକାଳ ପୂରଣ କରିଥିଲେ ତାଙ୍କୁ ୩ ବର୍ଷ ପାଇଁ କୁଲିଂ ଅଫ୍‌ ପିରିୟଡରେ ଯିବାକୁ ହେବ। ଅର୍ଥାତ୍ ଏହି ୩ ବର୍ଷ ଭିତରେ ସେ ଭାରତୀୟ କ୍ରିକେଟ୍ ପରିଚାଳନା‌ର କୌଣସି ପଦବୀରେ ରହିପାରିବେ ନାହିଁ।

ଏହି ନିୟମ ବଳବତ୍ତର ରହିଲେ ବିସିସିଆଇର ଏବେକାର ସଭାପତି ସୌରଭ ଗାଙ୍ଗୁଲି ଏବଂ ସଂପାଦକ ଜୟ ଶାହଙ୍କୁ ନିଜ ନିଜ ପଦ ଛାଡ଼ିବାକୁ ହେବ। କିନ୍ତୁ ଆଜି ସୁପ୍ରିମକୋର୍ଟ ଏହାକୁ ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି।

https://twitter.com/barandbench/status/1570008031987113984?s=20&t=lu4hH9loQ1n4OxefoZ2euw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos