ଟି-୨୦ରେ ବିଶାଳ ରେକର୍ଡ କଲେ ଭାରତର ଶେ‍ଫାଳି ବର୍ମା

ଢାକା: ଭାରତୀୟ ମହିଳା ଦଳର ଷ୍ଟାର ବ୍ୟାଟର ଶେଫାଳି ବର୍ମା ଟି-୨୦ରେ ବିଶାଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଜି ବାଂଲାଦେଶ ବିପକ୍ଷ ଏସିଆ କପର ଗୋଟିଏ ମ୍ୟାଚ୍‌ରେ ଶେଫାଳି ୫୫ ରନର ଇନିଂସ ଖେଳିବା ପରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଏହି ମ୍ୟାଚ୍‌ରେ ଭଲ ବୋଲିଂ କରି ୨ଟି ୱିକେଟ ମଧ୍ୟ ଦଖଲ କରିଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ଆଜି ଶେଫାଳି ବିଶ୍ୱର ସର୍ବକନିଷ୍ଠ ମହିଳା କ୍ରିକେଟର […]

sefali

sefali

Hemant Lenka
  • Published: Saturday, 08 October 2022
  • Updated: 08 October 2022, 10:04 PM IST

ଢାକା: ଭାରତୀୟ ମହିଳା ଦଳର ଷ୍ଟାର ବ୍ୟାଟର ଶେଫାଳି ବର୍ମା ଟି-୨୦ରେ ବିଶାଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଜି ବାଂଲାଦେଶ ବିପକ୍ଷ ଏସିଆ କପର ଗୋଟିଏ ମ୍ୟାଚ୍‌ରେ ଶେଫାଳି ୫୫ ରନର ଇନିଂସ ଖେଳିବା ପରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଏହି ମ୍ୟାଚ୍‌ରେ ଭଲ ବୋଲିଂ କରି ୨ଟି ୱିକେଟ ମଧ୍ୟ ଦଖଲ କରିଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

ଆଜି ଶେଫାଳି ବିଶ୍ୱର ସର୍ବକନିଷ୍ଠ ମହିଳା କ୍ରିକେଟର ଭାବେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦୦ ରନ ପୂରଣ କରିଛନ୍ତି। ଭାରତୀୟ ମହିଳା ଦଳର ଏହି ଓପନର ଆଜି ତାଙ୍କ ୪୪ ବଲରେ ୫୫ ରନର ଇନିଂସରେ ୫ଟି ଚୌକା ଓ ୨ଟି ଛକା ମାରିଛନ୍ତି। ବର୍ତ୍ତମାନ ସେ ଆଇସିସି ଟି-୨୦ ବ୍ୟାଟର ରାଙ୍କିଙ୍ଗର ୭ମ ସ୍ଥାନରେ ରହିଛନ୍ତି।

ଶେଫାଳି ମାତ୍ର ୧୮ ବର୍ଷ ୨୫୩ ଦିନ ବୟସରେ ନିଜ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟରରେ ୧ ହଜାର ରନ ପୂରଣ କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ଅନ୍ୟତମ ଭାରତୀୟ ବ୍ୟାଟର ଜେମିମା ରୋଡ୍ରିଗସଙ୍କ ନାଁରେ ରହିଥିଲା। ସେ ୨୧ ବର୍ଷ ୩୨ ଦିନ ବୟସରେ ଟି-୨୦ ଅନ୍ତର୍ଜାତୀୟରେ ୧ ହଜାର ରନ ପୂରଣ କରିଥିଲେ। ୨୦୨୧ ମସିହା ଅକ୍ଟୋବର ମାସରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସେ ସର୍ବକନିଷ୍ଠ କ୍ରିକେଟର ଭାବେ ୧୦୦୦ ରନ କ୍ଲବରେ ସାମିଲ ହୋଇଥିଲେ। କିନ୍ତୁ ଆଜି ଶେଫାଳି ବର୍ମା ତାଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ଏହାବାଦ ଶେଫାଳି ୫ମ ଭାରତୀୟ ଭାବେ ଟି-୨୦ ଅନ୍ତର୍ଜାତୀୟରେ ୧୦୦୦ ରନ ପୂରଣ କରିଛନ୍ତି। ତାଙ୍କ ବ୍ୟତୀତ ଜେମିମା, ମିତାଲି ରାଜ, ସ୍ମୃତି ମନ୍ଧାନା ଓ ହରନମପ୍ରୀତ କୌର ୧୦୦୦ରୁ ଅଧିନ ରନ କରିଛନ୍ତି।

ମିତାଲି ରାଜ ଦ୍ରୁତତମ ଭାରତୀୟ ମହିଳା ଭାବେ ମାତ୍ର ୪୦ଟି ଟି-୨୦ ଇନିଂସରେ ୧୦୦୦ ରନ କ୍ଲବରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos