ଶେଷ ଓଭରରେ ଚକିତ କଲେ ଶାମି, ୪ ବଲରେ ନେଲେ ୩ ୱିକେଟ

ଗାବା: ଟି-୨୦ ବିଶ୍ୱକପର ମୁଖ୍ୟ ପ୍ରତିଯୋଗିତା ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ରେ କମାଲ କରିଛି ଟିମ ଇଣ୍ଡିଆ। ଗାବାରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍‌କୁ ଟିମ୍‌ ଇଣ୍ଡିଆ ବେଶ ନାଟକୀୟ ଢଙ୍ଗରେ ଜିତି ନେଇଛି। ପ୍ରାୟ ଗୋଟିଏ ବର୍ଷ ହେଲା ଭାରତ ପାଇଁ ଟି-୨୦ ମ୍ୟାଚ୍‌ ଖେଳି ନଥିବା ମହମ୍ମଦ ଶାମି ଅଭ୍ୟାସ ମ୍ୟାଚ୍‌ରେ କମାଲ କରିଛନ୍ତି। ସେ ଅଷ୍ଟ୍ରେଲିଆ ଇନିଂସର ଶେଷ ଓଭର ବୋଲିଂ କରିବାକୁ ଆସିଥିବା ବେଳେ ୪ ବଲରେ ୩ ୱିକେଟ […]

shami

shami

Hemant Lenka
  • Published: Monday, 17 October 2022
  • Updated: 17 October 2022, 04:00 PM IST

Sports

Latest News

ଗାବା: ଟି-୨୦ ବିଶ୍ୱକପର ମୁଖ୍ୟ ପ୍ରତିଯୋଗିତା ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ରେ କମାଲ କରିଛି ଟିମ ଇଣ୍ଡିଆ। ଗାବାରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍‌କୁ ଟିମ୍‌ ଇଣ୍ଡିଆ ବେଶ ନାଟକୀୟ ଢଙ୍ଗରେ ଜିତି ନେଇଛି। ପ୍ରାୟ ଗୋଟିଏ ବର୍ଷ ହେଲା ଭାରତ ପାଇଁ ଟି-୨୦ ମ୍ୟାଚ୍‌ ଖେଳି ନଥିବା ମହମ୍ମଦ ଶାମି ଅଭ୍ୟାସ ମ୍ୟାଚ୍‌ରେ କମାଲ କରିଛନ୍ତି। ସେ ଅଷ୍ଟ୍ରେଲିଆ ଇନିଂସର ଶେଷ ଓଭର ବୋଲିଂ କରିବାକୁ ଆସିଥିବା ବେଳେ ୪ ବଲରେ ୩ ୱିକେଟ ଦଖଲ କରି ନିଜର ଜଲୱା ଦେଖାଇଛନ୍ତି।

ଶେଷ ଓଭରରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୧୧ ରନ ଦରକାର ଥିବା ବେଳେ ହାତରେ ୪ ୱିକେଟ ରହିଥିଲା। ହଠାତ୍‌ ସମସ୍ତଙ୍କୁ ଚକିତ କରି ଅଧିନାୟକ ରୋହିତ ଶର୍ମା ମ୍ୟାଚ୍‌ରେ ଆଦୌ ବୋଲିଂ କରିଥିବା ଶାମିଙ୍କୁ ଶେଷ ଓଭର ପକାଇବାକୁ କହିଥିଲେ। ପ୍ୟାଟ କମିନ୍ସ ତାଙ୍କ ପ୍ରଥମ ଦୁଇ ବଲରୁ ୨ ରନ ଲେଖାଏ ହାସଲ କରିଥିଲେ। ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୪ ବଲରେ ୭ ରନ ଦରକାର ଥିବା ବେଳେ କମିନ୍ସ ଲଗଅନ୍‌ରେ ବଡ଼ ଶଟ ଖେଳିଥିଲେ।

କିନ୍ତୁ ସେଠାରେ ଫିଲ୍ଡିଂ କରିଥିବା ବିରାଟ କୋହଲି ଛଞ୍ଛାଣ ଭଳି ଗୋଟିଏ ହାତରେ ନିଶ୍ଚିତ ୬ ହେବାକୁ ଯାଉଥିବା ବଲକୁ କ୍ୟାଚ୍‌ କରି ନେଇଥିଲେ। ଏହାପର ପରବର୍ତ୍ତୀ ବଲରେ ଅଷ୍ଟନ ଆଗର ରନ ଆଉଟ ହୋଇଥିଲେ। ଦୀନେଶ କାର୍ତ୍ତିକ ଓ ଶାମି ମିଳିତ ଭାବେ ଆଗରଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

୫ମ ଲରେ ଜୋଶ ଇଙ୍ଗଲିସ(୩)ଙ୍କୁ ଶାମି ଚମତ୍କାର ୟର୍କରରେ ବୋଲ୍ଡ କରିଥିଲେ। ଶେଷ ବଲରେ କେନ ରାଚାର୍ଡସନଙ୍କ ଅପଷ୍ଟମ୍ପ ହୁଗାଳି ଶାମି ଅଷ୍ଟ୍ରେଲିଆ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଅଷ୍ଟ୍ରେଲିଆ ୧୮୦ ରନରେ ଅଲଆଉଟ ହେବାରୁ ଭାରତ ପ୍ରଥମ ଅଭ୍ୟାସ ମ୍ୟାଚ୍‌କୁ ୬ ରନରେ ଜିତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୬ ରନ କରିଥିଲା। ଦଳ ପକ୍ଷରୁ କେଏଲ ରାହୁଲ ୩୩ ବଲରେ ୫୭ ଓ ସୂର୍ଯ୍ୟ କୁମାର ଯାଦବ ୩୩ ବଲରେ ୫୦ ରନର ଇନିଂସ ଖେଳିଥିଲେ।


ଆଜି ମହମ୍ମଦ ଶାମିଙ୍କ ଚମତ୍କାର ବୋଲିଂ ପ୍ୟାନ୍ସଙ୍କୁ ମଧ୍ୟ ଆଶ୍ୱସ୍ତ କରିଛି। ଟି-୨୦ ସ୍କ୍ୱାଡରେ ଶାମି ନଥିଲେ। ତାଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଥିଲା। ହେଲେ ଯଶପ୍ରୀତ ବୁମ୍ରା ଆହତ ହେବାରୁ ଶେଷ ମୁହୂର୍ତ୍ତରେ ତାଙ୍କୁ ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରେ ସାମିଲ କରାଯାଇଥିଲା। ଏବେ ଶାମି ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ କମାଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos