ଶିବ ସୁନ୍ଦର ଦାସ ଭାରତୀୟ ମହିଳା କ୍ରିକେଟ୍ ଟିମର ବ୍ୟାଟିଂ କୋଚ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ଓଡ଼ିଆ ତାରକା ଶିବସୁନ୍ଦର ଦାସଙ୍କୁ ମିଳିଲା ବଡ଼ ଦାୟିତ୍ୱ । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗାମୀ ଇଂଲଣ୍ଡ ଟୁର୍ ପାଇଁ  ଶିବସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଟିମର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରିଛି। ସେହିପରି ଦିଲ୍ଲୀର ପୂର୍ବତନ ୱିକେଟକିପର ଅଭୟ ଶର୍ମାଙ୍କୁ ଫିଲ୍ଡିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଶିବ ସୁନ୍ଦର ଏହା ପୂର୍ବରୁ ଭାରତୀୟ ମହିଳା-ଏ […]

shiv-sundar-das

Ranjit Kumar Jena
  • Published: Monday, 17 May 2021
  • , Updated: 18 May 2021, 01:32 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ଓଡ଼ିଆ ତାରକା ଶିବସୁନ୍ଦର ଦାସଙ୍କୁ ମିଳିଲା ବଡ଼ ଦାୟିତ୍ୱ । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗାମୀ ଇଂଲଣ୍ଡ ଟୁର୍ ପାଇଁ  ଶିବସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଟିମର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରିଛି। ସେହିପରି ଦିଲ୍ଲୀର ପୂର୍ବତନ ୱିକେଟକିପର ଅଭୟ ଶର୍ମାଙ୍କୁ ଫିଲ୍ଡିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି।

ଶିବ ସୁନ୍ଦର ଏହା ପୂର୍ବରୁ ଭାରତୀୟ ମହିଳା-ଏ ଟିମ୍ ସହ କାମ କରିସାରିଛନ୍ତି । ତେବେ ସିନିୟର ମହିଳା ଟିମର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି ପାଇ ଶିବସୁନ୍ଦର ବହୁତ ଖୁସି ହୋଇଛନ୍ତି । ସେ କହିଛନ୍ତି, ପ୍ରଥମଥର ଲାଗି ମୁଁ ଭାରତୀୟ ମହିଳା ଟିମ୍ ସହ କାମ କରିଛି । ତେଣୁ ଏହା ମୋ ପାଇଁ ଏକ ରୋମାଞ୍ଚକର ସମୟ । ମୁଁ ମୋ ଦାୟିତ୍ୱ ବହନ କରିବାକୁ ନେଇ ଉତ୍ସାହିତ । ମୋ ପାଇଁ ଏହି ଦାୟିତ୍ୱ ନିଶ୍ଚିତ ଚ୍ୟାଲେଞ୍ଜିଂ ହେବ, କାରଣ ମୁଁ ଜଣେ ଖେଳାଳି ଭାବେ ଇଂଲଣ୍ଡ ଗସ୍ତ କରିଛି ଏବଂ ସେଠାରେ ଅନେକ ଲିଗ୍ କ୍ରିକେଟ୍‌ ଖେଳିଛି । ସେଠାକାର ପରିବେଶ ସହ ମୁଁ ପରିଚିତ ଅଛି। ତେଣୁ ମୁଁ ମୋର ଅଭିଜ୍ଞତାକୁ ଟିମ୍ ସହ ବାଣ୍ଟିବାକୁ ଚାହିଁବି । ଏବେ ମୋର ପୂରା ଫୋକସ୍ ଇଂଲଣ୍ଡ ଟୁର୍ ଉପରେ ରହିବ, କାରଣ ମୁଁ ଇଂଲଣ୍ଡ ଟୁର୍ ପାଇଁ ଆସିଛି।

ଶିବସୁନ୍ଦର ଟିମର ମୁଖ୍ୟ କୋଚ୍ ରମେଶ ପାୱାରଙ୍କ ସହ ଯୋଗ ଦେଇଛନ୍ତି। ରମେଶଙ୍କ ନିକଟରେ ବିସିସିଆଇ ମହିଳା ଟିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି। ଶିବସୁନ୍ଦର ଓଡ଼ିଶାର ଅନ୍ୟତମ ଖେଳାଳି ଭାବେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଛନ୍ତି । ତାଙ୍କ ବ୍ୟତୀତ ଦେବାଶିଷ ମହାନ୍ତି ମଧ୍ୟ ଭାରତ ପକ୍ଷରୁ କ୍ରିକେଟ୍ ଖେଳିଛନ୍ତି। ବର୍ତ୍ତମାନ ଦେବାଶିଷ ଭାରତୀୟ ପୁରୁଷ ସିନିୟର ଟିମର ସିଲେକ୍ସନ୍ କମିଟିର ସଦସ୍ୟ ଅଛନ୍ତି ।

ଶିବ ସୁନ୍ଦର ଭାରତ ପକ୍ଷରୁ ୨୩ ଟେଷ୍ଟ ଓ ୪ଟି ଦିନିକିଆ ଖେଳିଛନ୍ତି । ସେ ଦୁଇଟି ଶତକ ଓ ୯ଟି ଅର୍ଦ୍ଧଶତକ ସହ ୩୪.୮୯ ହାରରେ ୧୩୨୬ ଟେଷ୍ଟ ରନ୍ ଓ ମାତ୍ର ୩୯ ଦିନିକିଆ ରନ୍ କରିଛନ୍ତି ।

ସୂଚନାଯୋଗ୍ୟ, ଭାରତୀୟ ମହିଳା ଟିମ୍ ଆସନ୍ତା ୧୯ ତାରିଖରେ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ। ଇଂଲଣ୍ଡରେ ଭାରତୀୟ ମହିଳା ଟିମ୍ ଜୁନ୍ ୧୬ ତାରିଖରୁ ଟେଷ୍ଟ ମ୍ୟାଚ୍ ଖେଳି ଗସ୍ତର ଶୁଭାରମ୍ଭ କରିବ। ଜୁନ୍ ୧୬ ତାରିଖରେ ଭାରତ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ । ଏହା ପରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି।

Related story