ସଚିନ, ଦ୍ରାବିଡ ଓ ସେହୱାଗଙ୍କୁ ପଛରେ ପକାଇଲେ ଷ୍ଟିଭ ସ୍ମିଥ

ଲାହୋର: ଅଷ୍ଟ୍ରେଲିଆ ବ୍ୟାଟର ଷ୍ଟିଭ ସ୍ମିଥ ପାକିସ୍ତାନ ବିପକ୍ଷ ଟେଷ୍ଟରେ ନିଜ ଜଲୱା ଦେଖାଇବା ଜାରି ରଖିଛନ୍ତି। ସେ ପାକିସ୍ତାନ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ ଯଥାକ୍ରମେ ୭୮ ଓ ୭୨ ରନ୍‌ କରିଥିଲେ। ଏବେ ଲାହୋରର ଗଦାଫି ଷ୍ଟାଡିୟମରେ ଚାଲିଥିବା ତୃତୀୟ ଟେଷ୍ଟରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଟପ୍ ଫର୍ମରେ ସ୍ମିଥ ଥିଲେ ମଧ୍ୟ ଅର୍ଦ୍ଧଶତକୀୟ ଇନିଂସକୁ ଶତକରେ ପରିଣତ ନ କରିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସେ ଯାହା ବି ହେଉ ପାକିସ୍ତାନ […]

smith

smith

Hemant Lenka
  • Published: Tuesday, 22 March 2022
  • Updated: 22 March 2022, 10:10 PM IST

Sports

Latest News

ଲାହୋର: ଅଷ୍ଟ୍ରେଲିଆ ବ୍ୟାଟର ଷ୍ଟିଭ ସ୍ମିଥ ପାକିସ୍ତାନ ବିପକ୍ଷ ଟେଷ୍ଟରେ ନିଜ ଜଲୱା ଦେଖାଇବା ଜାରି ରଖିଛନ୍ତି। ସେ ପାକିସ୍ତାନ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ ଯଥାକ୍ରମେ ୭୮ ଓ ୭୨ ରନ୍‌ କରିଥିଲେ। ଏବେ ଲାହୋରର ଗଦାଫି ଷ୍ଟାଡିୟମରେ ଚାଲିଥିବା ତୃତୀୟ ଟେଷ୍ଟରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଟପ୍ ଫର୍ମରେ ସ୍ମିଥ ଥିଲେ ମଧ୍ୟ ଅର୍ଦ୍ଧଶତକୀୟ ଇନିଂସକୁ ଶତକରେ ପରିଣତ ନ କରିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସେ ଯାହା ବି ହେଉ ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ସ୍ମିଥ ୫୯ ରନର ଇନିଂସ ଖେଳି ବିଶ୍ୱ ରେକର୍ଡ କରିଛନ୍ତି। ସେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ବୀରେନ୍ଦ୍ର ସେହୱାଗ ଓ କୁମାର ସାଙ୍ଗାକାରାଙ୍କୁ ପଛରେ ପକାଇ ଦେଇଛନ୍ତି।

ସ୍ମିଥ ବର୍ତ୍ତମାନ ୧୫୦ ଟେଷ୍ଟ ଇନିଂସ ପରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ହୋଇଯାଇଛନ୍ତି। ପୂର୍ବରୁ ସାଙ୍ଗାକାର ୧୫୦ ଇନିଂସ ପରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ଥିଲେ। ହେଲେ ଲାହୋର ଟେଷ୍ଟରେ ସ୍ମିଥ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସ୍ମିଥ ବର୍ତ୍ତମାନ ସୁଦ୍ଧା ଟେଷ୍ଟ କ୍ରିକେଟରେ ୭,୯୯୩ ରନ୍ ହାସଲ କରିଛନ୍ତି। ଏହି ତାଲିକାରେ ସାଙ୍ଗାକାର ୭୯୧୩ ରନ ସହ ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି।

ତାଙ୍କ ପଛକୁ ସଚିନ ତେନ୍ଦୁଲକର ୧୫୦ ଟେଷ୍ଟ ଇନିଂସ ପରେ (୭୮୬୯ ରନ), ସେହୱାଗ (୭୬୯୪ ରନ) ଓ ଦ୍ରାବିଡ (୭୬୮୦ ରନ୍) ରହିଛନ୍ତି। ସ୍ମିଥ ୮ ହଜାର ରନ ଠାରୁ ୭ ରନ ପଛରେ ରହିଛନ୍ତି। ଦ୍ୱିତୀୟ ଇନିଂସରେ ସେ ଏହି କୀର୍ତ୍ତିମାନ ହାସଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ତୃତୀୟ ଟେଷ୍ଟ କଥା ବିଚାରକୁ ନେଲେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଦଳ ୧୭ ରନ୍‌ରେ ଦୁଇଟି ୱିକେଟ ହରାଇଥିଲା। ଏହାପରେ ସ୍ମିଥ ଓ ଉସମାନ ଖ୍ୱାଜା ସ୍ଥିତି ସମ୍ଭାଳି ତୃତୀୟ ୱିକେଟ ପାଇଁ ୧୩୮ ରନ ଯୋଡ଼ିଇଥିଲେ। ସ୍ମିଥ ୫୯ ଓ ଉସମାନ ଖ୍ୱାଜା ୯୧ ରନ କରି ଆଉଟ ହେବା ପରେ ପାକିସ୍ତାନ କମବ୍ୟାକ କରିବ ବୋଲି ଆଶା କରାଯାଉଥିଲା। ତେବେ ଆଲେକ୍ସ କେରୀ ଓ କ୍ୟାମେରନ ଗ୍ରୀନ ୧୩୫ ରନ ଯୋଡ଼ିଥିଲେ।

ଫଳରେ ଅଷ୍ଟ୍ରେଲିଆ ୩୦୦ରୁ ଅଧିକ ରନ କରିପାରିଛି। ଗ୍ରୀନ ୭୯ କରିଥିବା ବେଳେ କେରୀ ୬୭ ରନ କରିଥିଲେ। ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସରେ ୩୯୧ ରନ୍‌ରେ ଅଲଆଉଟ ହେବା ପରେ ପାକିସ୍ତାନ ଇନିଂସ ଆରମ୍ଭ କରିଛି। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ପାକିସ୍ତାନ ଗୋଟିଏ ୱିକେଟ ହରାଇ ୯୦ ରନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story