ଷ୍ଟ୍ରିଟ୍ ଡ୍ୟାନ୍ସର ସାଜିଲେ ଗାଙ୍ଗୁଲି, ଧୁମ୍ ନାଚିଲେ

ନୂଆଦିଲ୍ଲୀ: ନୂଆ ରୂପରେ ବିସିସିଆଇ ଅଧ୍ୟକ୍ଷ। ସାଜିଲେ ଷ୍ଟ୍ରିଟ୍ ଡ୍ୟାନ୍ସ। ରାସ୍ତା ଉପରେ ଧୁମ୍ ନାଚିଲେ ଭାରତର ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି। ଶାହାରୁଖ ଖାନ୍ଙ୍କ ‘ଓମ୍ ଶାନ୍ତି ଓମ୍…’ ଗୀତର ମ୍ୟୁଜିକରେ ତାଳେ ତାଳେ କଲେ ଡ୍ୟାନ୍ସ। କେବଳ ସେ ନୁହେଁ ତାଙ୍କ ସହ ତାଙ୍କ ପରିବାର ଲୋକେ ମଧ୍ୟ ରାସ୍ତା ମଝିରେ ନାଚିଲେ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।
ଲଣ୍ଡନର ସଡକ ଉପରେ ନାଚୁଛନ୍ତି ବିସିସିଆଇ ଅଧ୍ୟକ୍ଷ। ୫୦ତମ ଜନ୍ମଦିନ ଅବସରରେ ସୌରଭ ଗାଙ୍ଗୁଲିଙ୍କ ଏହି ନୂଆ ରୂପ ଦେଖିବାକୁ ମିଳିଛି। ଗାଙ୍ଗୁଲିଙ୍କ ଏହି ନୂଆ ରୂପ ଦେଖି ତାଙ୍କ ଫ୍ୟାନ୍ମାନେ ଚକିତ ହୋଇପଡିଛନ୍ତି। ଅନେକ ତାଙ୍କର ଏହି ନୂଆ ରୂପକୁ ପସନ୍ଦ ମଧ୍ୟ କରିଛନ୍ତି।
ଗାଙ୍ଗୁଲି ଲଣ୍ଡନରେ ନିଜ ୫୦ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଜନ୍ମଦିନ ପାର୍ଟିରେ ତାଙ୍କ ପରିବାର ସମେତ ଅନେକ ବନ୍ଧୁ ସାମିଲ ହୋଇଥିଲେ। ଭାରତୀୟ କ୍ରିକେଟର କିମ୍ବଦନ୍ତି ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଏହି ଜନ୍ମ ଦିନ ପାର୍ଟିରେ ଯୋଗ ଦେଇଥିଲେ। ତେନ୍ଦୁଲକର ଓ ଗାଙ୍ଗୁଲିଙ୍କ ଅନେକ ଫଟୋ ମଧ୍ୟ ସାମ୍ନକୁ ଆସିଛି।
ଗାଙ୍ଗୁଲି ଭାରତୀୟ କ୍ରିକେଟର ଜଣେ ସଫଳ ଅଧ୍ୟନାୟକଙ୍କ ମଧ୍ୟରୁ ଜଣେ। ଗାଙ୍ଗଲିଙ୍କ ଅଧିନାୟକରେ ଯୁବରାଜ ସିଂହ, ହରଭଜନ ସିଂହ ଓ ଧୋନୀଙ୍କ ଭଳି ଷ୍ଟାର କ୍ରିକେଟରଙ୍କ କ୍ୟାରିଅର ଆଗକୁ ବଢ଼ିଥିଲା। ଗାଙ୍ଗୁଲି ବର୍ତ୍ତମାନ ଭାରତୀୟ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଅଛନ୍ତି।
Sourav Ganguly dances on SRK starrer 'Om Shanti Om' song near London Eye on his 50th birthday.#SouravGangulybirthday #SouravGanguly #London #Dada #Dada50thBirthday pic.twitter.com/UAI8KLOgMc
— Tirthankar Das (@tirthajournoABP) July 8, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।