୧୩ରୁ ହେବନି ଭାରତ-ଶ୍ରୀଲଙ୍କା ସିରିଜ୍

ନୂଆଦିଲ୍ଲୀ: ଶ୍ରୀଲଙ୍କା କ୍ରିକେଟ୍ ଟିମର ଆନାଲିଷ୍ଟ ଜିଟି ନିରୋଶନ ଓ ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାର ପ୍ରଭାବ ଏବେ ଭାରତ ଓ ଶ୍ରୀଲଙ୍କା ସୀମିତ ଓଭର ସିରିଜ୍ ଉପରେ ପଡ଼ିଛି। ଶ୍ରୀଲଙ୍କା ଟିମରେ କରୋନା ଏଣ୍ଟ୍ରୀ ମାରିଥିବାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ୍ ନିର୍ଦ୍ଧାରିତ ସମୟରେ ଅର୍ଥାତ୍ ଜୁଲାଇ ୧୩ ତାରିଖରୁ ଆରମ୍ଭ ହୋଇପାରିବ ନାହିଁ। ଏବେ ଏହି ସିରିଜ୍ ଜୁଲାଇ ୧୭ ତାରିଖରୁ ଆରମ୍ଭ ହୋଇପାରେ। ଉକ୍ତ […]

dravid-and-dhawan

dravid-and-dhawan

Ranjit Kumar Jena
  • Published: Friday, 09 July 2021
  • Updated: 09 July 2021, 09:27 PM IST

Sports

Latest News

ନୂଆଦିଲ୍ଲୀ: ଶ୍ରୀଲଙ୍କା କ୍ରିକେଟ୍ ଟିମର ଆନାଲିଷ୍ଟ ଜିଟି ନିରୋଶନ ଓ ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାର ପ୍ରଭାବ ଏବେ ଭାରତ ଓ ଶ୍ରୀଲଙ୍କା ସୀମିତ ଓଭର ସିରିଜ୍ ଉପରେ ପଡ଼ିଛି। ଶ୍ରୀଲଙ୍କା ଟିମରେ କରୋନା ଏଣ୍ଟ୍ରୀ ମାରିଥିବାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ୍ ନିର୍ଦ୍ଧାରିତ ସମୟରେ ଅର୍ଥାତ୍ ଜୁଲାଇ ୧୩ ତାରିଖରୁ ଆରମ୍ଭ ହୋଇପାରିବ ନାହିଁ। ଏବେ ଏହି ସିରିଜ୍ ଜୁଲାଇ ୧୭ ତାରିଖରୁ ଆରମ୍ଭ ହୋଇପାରେ। ଉକ୍ତ ଗସ୍ତରେ ଭାରତ ତିନୋଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜରେ ଭାରତର ନେତୃତ୍ୱ ନେବେ ଶିଖର ଧୱନ।

ଏଏନଆଇ ରିପୋର୍ଟ ଅନୁଯାୟୀ, ଭାରତ ଓ ଶ୍ରୀଲଙ୍କା ସିରିଜ୍ ରିସିଡ୍ୟୁଲ୍ ହେବ। ଆସନ୍ତାକାଲି ବିସିସିଆଇ ଓ ଏସଏଲସି ମଧ୍ୟରେ ଆଲୋଚନା ପରେ ସିରିଜ୍ ପାଇଁ ନୂଆ ତାରିଖ ଘୋଷଣା ହେବ। କିନ୍ତୁ ଏହି ସିରିଜ୍ ଜୁଲାଇ ୧୭ କିମ୍ବା ୧୮ ତାରିଖରୁ ଆରମ୍ଭ ହୋଇପାରେ।

କରୋନା କାରଣରୁ ସବୁ କ୍ରିକେଟ୍ ବୋର୍ଡର ଆୟ ଉପରେ ପ୍ରଭାବ ପଡ଼ିଛି। ଟିମ୍ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ଆୟୋଜକ ବୋର୍ଡ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ସିରିଜର ପ୍ରତି ମ୍ୟାଚରୁ ଶ୍ରୀଲଙ୍କା ବୋର୍ଡକୁ ପାଖାପାଖି ୧୫ କୋଟି ଟଙ୍କାର ଆୟ ହେବ। ଅର୍ଥାତ୍ ପୂରା ସିରିଜରୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ୯୦ କୋଟି ଟଙ୍କା ମିଳିବ। ଭାରତୀୟ ଟିମର ସିନିୟର ଖେଳାଳି ଏବେ ଇଂଲଣ୍ଡ ଗସ୍ତରେ ଅଛନ୍ତି। କିନ୍ତୁ ଜୁନିୟର ଖେଳାଳିଙ୍କୁ ଶ୍ରୀଲଙ୍କା ପଠାଯାଇଛି। ରାହୁଲ୍ ଦ୍ରାବିଡଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତର କୋଚ୍ ଭାବେ ନିଯୁକ୍ତ କରାଯାଇଛି।

କ୍ରିକେଟରଙ୍କ କରୋନାରେ ଆକ୍ରାନ୍ତ ହେବା ଏବେ ସାଧାରଣ କଥା ହେଲାଣି। ନିକଟରେ ଇଂଲଣ୍ଡ ଟିମର ସାତଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରେ ତିନି ଜଣ ଖେଳାଳି ଓ ଚାରିଜଣ ଷ୍ଟାଫ୍ ସାମିଲ୍ ଅଛନ୍ତି। ଏକାଥରକେ ୭ ଜଣ ସଦସ୍ୟ କରୋନାରେ ସଂକ୍ରମିତ ହେବା ପରେ ଇଂଲଣ୍ଡର ସୀମିତ ଓଭର ଟିମ୍ ଆଇସୋଲେସନକୁ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos