ପୁଣି ଟସ୍ ହାରିଲେ ଧୱନ୍, ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ଶିଖର ଧୱନ୍ ପୁଣି ଟସ୍ ହାରିଛନ୍ତି। ଅର୍ଥାତ୍ ଶ୍ରୀଲଙ୍କା କ୍ୟାପଟେନ୍ ଦାସୁନ୍ ଶନକା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚରେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ତେବେ ଶ୍ରୀଲଙ୍କା ଟିମରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ବାମହାତୀ ପେସର୍ ଇସୁରୁ ଉଡାନାଙ୍କ ସ୍ଥାନରେ କାସୁନ୍ ରଜିତାଙ୍କୁ ସୁଯୋଗ ମିଳିଛି। ଭାରତୀୟ ଦଳରେ ଅତି କମରେ […]

dhawan-and-shanaka

dhawan-and-shanaka

Ranjit Kumar Jena
  • Published: Tuesday, 20 July 2021
  • Updated: 20 July 2021, 02:54 PM IST

Sports

Latest News

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ଶିଖର ଧୱନ୍ ପୁଣି ଟସ୍ ହାରିଛନ୍ତି। ଅର୍ଥାତ୍ ଶ୍ରୀଲଙ୍କା କ୍ୟାପଟେନ୍ ଦାସୁନ୍ ଶନକା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ମ୍ୟାଚରେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ତେବେ ଶ୍ରୀଲଙ୍କା ଟିମରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ବାମହାତୀ ପେସର୍ ଇସୁରୁ ଉଡାନାଙ୍କ ସ୍ଥାନରେ କାସୁନ୍ ରଜିତାଙ୍କୁ ସୁଯୋଗ ମିଳିଛି। ଭାରତୀୟ ଦଳରେ ଅତି କମରେ ଗୋଟିଏ ପରିବର୍ତ୍ତନ କରାଯିବ ବୋଲି ଆଶା କରାଯାଉଥିଲା। ପ୍ରଥମ ଦିନିକିଆରେ ନିରାଶ କରିଥିବା ମନୀଷ ପାଣ୍ଡେଙ୍କୁ ବାଦ୍ ଦିଆଯିବ ବୋଲି ଲାଗୁଥିଲା। କିନ୍ତୁ କ୍ୟାପଟେନ୍ ଧୱନ୍ ତାଙ୍କ ଉପରେ ପୁଣି ଭରସା ଦେଖାଇଛନ୍ତି।

https://twitter.com/BCCI/status/1417410281358053378?s=20

ସୂଚନାଯୋଗ୍ୟ, ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଶ୍ରୀଲଙ୍କା ଦ୍ୱାରା ଧାର୍ଯ୍ୟ ୨୬୩ ରନର ଲକ୍ଷ୍ୟକୁ ଭାରତ ୩ ୱିକେଟ୍ ହରାଇ ହାସଲ କରିନେଇଥିଲା। ଭାରତ ପକ୍ଷରୁ କ୍ୟାପଟେନ୍ ଧୱନ୍ ସର୍ବାଧିକ ୮୬, ଈଶାନ୍ କିଶନ ୫୯, ପୃଥ୍ୱୀ ଶ' ୪୩ ଓ ସୂର୍ଯ୍ୟକୁମାର ଯାଦବ ୩୦ ରନ୍ କରିଥିଲେ। ଏହି ମ୍ୟାଚ୍ ଜିତି ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଆଜି ମ୍ୟାଚ୍ ଜିତି ଭାରତ ସିରିଜ୍ ହାତେଇବାକୁ ପ୍ରୟାସ କରିବ।

ଭାରତ: ଶିଖର ଧୱନ୍ (କ୍ୟାପଟେନ୍), ପୃଥ୍ୱୀ ଶ’, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ଈଶାନ୍ କିଶନ୍ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଦୀପକ ଚହର୍, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍।

ଶ୍ରୀଲଙ୍କା: ଅଭିସ୍କା ଫର୍ଣ୍ଣାଣ୍ଡୋ, ମିନୋଦ ଭାନୁକା (ୱିକେଟ୍ କିପର), ଭାନୁକା ରାଜପାକସା, ଧନଞ୍ଜୟ ଡି’ସିଲଭା, ଚରିତ ଅସଲଙ୍କା, ଦାସୁନ୍ ଶନକା (କ୍ୟାପଟେନ୍), ୱାନିନ୍ଦୁ ହସରଙ୍ଗା, କାସୁନ ରଜିତା, ଲକଶନ୍ ସାଣ୍ଡାକାନ, ଦୁଷ୍ମନ୍ତ ଚମୀରା, ଚାମିକା କରୁଣାରତ୍ନେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos