ବ୍ୟାଟିଂ ପରେ ବୋଲିଂରେ ଜାଡ଼େଜାଙ୍କ କମାଲ, ଶ୍ରୀଲଙ୍କା ୧୭୪ରେ ଅଲ୍‌ଆଉଟ୍‌

ମୋହାଲି: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଶ୍ରୀଲଙ୍କା। ଗତକାଲି ଭାରତ ୫୭୪ ରନ୍ କରି ପାଳି ଘୋଷଣା କରିବା ପରେ ବ୍ୟାଟିଂ ଆରମ୍ଭ କରିଥିବା ଭ୍ରମଣକାରୀ ଦଳ ମାତ୍ର ୧୭୪ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଅନ୍ୟପକ୍ଷରେ ଭାରତର ପ୍ରଥମ ଇନିଂସ୍‌ରେ ଅପରାଜିତ ୧୭୫ ରନ୍ କରି କପିଲ ଦେବଙ୍କ ୩୬ ବର୍ଷ ତଳର ରେକର୍ଡ ଭାଙ୍ଗିଥିବା ରବୀନ୍ଦ୍ର ଜାଡ଼େଜା ବୋଲିଂରେ ବି କମାଲ କରିଛନ୍ତି। ସେ ଶ୍ରୀଲଙ୍କାର ୫ଟି ୱିକେଟ୍ […]

Team India

Team India

Jitendra Garnayak
  • Published: Sunday, 06 March 2022
  • Updated: 06 March 2022, 11:58 AM IST

Sports

Latest News

ମୋହାଲି: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଶ୍ରୀଲଙ୍କା। ଗତକାଲି ଭାରତ ୫୭୪ ରନ୍ କରି ପାଳି ଘୋଷଣା କରିବା ପରେ ବ୍ୟାଟିଂ ଆରମ୍ଭ କରିଥିବା ଭ୍ରମଣକାରୀ ଦଳ ମାତ୍ର ୧୭୪ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଅନ୍ୟପକ୍ଷରେ ଭାରତର ପ୍ରଥମ ଇନିଂସ୍‌ରେ ଅପରାଜିତ ୧୭୫ ରନ୍ କରି କପିଲ ଦେବଙ୍କ ୩୬ ବର୍ଷ ତଳର ରେକର୍ଡ ଭାଙ୍ଗିଥିବା ରବୀନ୍ଦ୍ର ଜାଡ଼େଜା ବୋଲିଂରେ ବି କମାଲ କରିଛନ୍ତି। ସେ ଶ୍ରୀଲଙ୍କାର ୫ଟି ୱିକେଟ୍ ନେଇଛନ୍ତି।

୧୭୪ ରନ୍‌ରେ ଶ୍ରୀଲଙ୍କା ଟିମ୍ ଅଲ୍‌ଆଉଟ୍ ହୋଇଯିବା ପରେ ଭାରତ ଫଲୋ-ଅନ୍ ଦେଇଛି। ଫଳରେ ଶ୍ରୀଲଙ୍କା ପୁଣି ବ୍ୟାଟିଂ ଆରମ୍ଭ କରିଛି। ଯଦି ଦଳର ବ୍ୟାଟ୍ସମ୍ୟାନ୍‌ ମାନେ ପୁଣି ଥରେ ଭାରତୀୟ ବୋଲରଙ୍କୁ ମୁକାବିଲା କରିବାରେ ବିଫଳ ହୁଅନ୍ତି, ତା’ହେଲେ ଆଜି ହିଁ ଏହି ମ୍ୟାଚ୍‌ର ଫଳାଫଳ ବାହାରିଯିବ। ଶ୍ରୀଲଙ୍କା ଏବେ ଭାରତର ପ୍ରଥମ ଇନିଂସ୍ ଠାରୁ ୪୦୦ ରନ୍ ଦୂରରେ ରହିଛି।

ପ୍ରଥମ ଇନିଂସ୍‌ରେ ଭ୍ରମଣକାରୀ ଦଳ ପକ୍ଷରୁ କେବଳ ପାଥୁମ ନିଶାଙ୍କ ଭାରତୀୟ ବୋଲରଙ୍କୁ ମୁକାବିଲା କରିବାରେ ସଫଳ ହୋଇଥିଲେ। ସେ ୧୩୩ଟି ବଲ୍‌ରୁ ୬୧ ରନ୍ କରି ଅପରାଜିତ ରହିଥିଲେ। ଅନ୍ୟପକ୍ଷରେ ଦଳର ଅନ୍ୟ କୌଣସି ପ୍ରମୁଖ ବ୍ୟାଟ୍ସମ୍ୟାନ ୩୦ ରନ୍ କରିବାକୁ ସକ୍ଷମ ହୋଇ ନଥିବା ବେଳେ ଟେଲ୍‌ ଏଣ୍ଡର ୪ ଜଣ ବ୍ୟାଟ୍ସମ୍ୟାନ୍ ଶୂନରେ ଆଉଟ୍ ହୋଇଯାଇଥିଲେ।

ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଶ୍ରୀଲଙ୍କା ୧୦୮ ରନ୍ କରି ୪ଟି ୱିକେଟ୍ ହରାଇଥିଲା। ପାଥୁମ ନିଶାଙ୍କ ଓ ଚରିତ ଅସଲଙ୍କା କ୍ରିଜ୍‌ରେ ରହିଥିଲେ। ସେମାନେ ଆଜି ପୁଣି ଇନିଂସ୍‌କୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ। ଦୁହେଁ ପ୍ରାୟ ୨୦ ଓଭର ଧରି ଇନିଂସକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ୫୭ତମ ଓଭରରେ ଚରିତ ଅସଲଙ୍କା ଆଉଟ୍ ହେବା ପରେ ଦଳ କ୍ରମାଗତ ୱିକେଟ୍ ହରାଇଥିଲା। ଚରିତ ୨୯ ରନ୍ କରିଥିବା ବେଳେ ଯଶପ୍ରୀତ ବୁମ୍ରାଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

ଏହା ପରେ କ୍ରିଜ୍‌କୁ ଆସିଥିଲେ ୱିକେଟ୍ କିପର ନିରୋଶାନ୍ ଡିକ୍‌ୱେଲା। ସେ ମାତ୍ର ୨ ରନ୍ (୧୦ ବଲ୍‌) କରି ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍‌ରେ ଶ୍ରେୟସ ଆୟରଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହା ପରେ ଗୋଟିଏ ପଟରେ ପାଥୁମ ନିଶାଙ୍କ ଛିଡ଼ା ହୋଇଥିବା ବେଳେ ଦଳର ଅନ୍ୟ ୪ ବ୍ୟାଟ୍ସମ୍ୟାନ ମାନେ ଜଣେ ପରେ ଜଣେ ଶୂନରେ ଆଉଟ୍ ହୋଇଯାଇଥିଲେ। ସୁରଙ୍ଗା ଲାକମଲ, ଲସିଥ ଏମ୍ବୁଲଡେନିୟା, ବିଶ୍ୱ ଫର୍ଣ୍ଣାଣ୍ଡୋ ଓ ଲାହିରୁ କୁମାରା ଖାତା ଖୋଲି ପାରି ନଥିଲେ।

ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା ଓ ରବିଚନ୍ଦ୍ରନ ଅଶ୍ୱିନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ମହମ୍ମଦ ସାମି ଗୋଟିଏ ୱିକେଟ୍ ପାଇଥିବା ବେଳେ ୬ ଓଭର ବୋଲିଂ କରିଥିବା ଜୟନ୍ତ ଯାଦବଙ୍କୁ ଗୋଟିଏ ବି ୱିକେଟ୍ ମିଳି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story