ଫାଇନାଲ୍ ପରେ ଟିମ୍ ଇଣ୍ଡିଆକୁ ବାୟୋ-ବବଲରୁ ମିଳିବ ଛୁଟି

ଲଣ୍ଡନ: ବାୟୋ ବବଲରେ ଲମ୍ବା ସମୟ ଧରି ରହିବା କାରଣରୁ ମାନସିକ କ୍ଳାନ୍ତର ଆଶଙ୍କୁ ଦେଖି ଭାରତୀୟ ମ୍ୟାନେଜମେଣ୍ଟ ବିଶ୍ୱ ଟେଷ୍ଟ ଚାମ୍ପିୟଶିପର ଫାଇନାଲ୍ ପରେ ଖେଳାଳିଙ୍କୁ ତିନି ସପ୍ତାହର ବ୍ରେକ୍ ଦେବାକୁ ନିଷ୍ପତ୍ତି ନେଇଛି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଜୁନ୍ ୧୮ରୁ ସାଉଥାମ୍ପଟନରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଆରମ୍ଭ ହେବ। ଏହି ମୁକାବିଲା ପରେ ଭାରତୀୟ ଖେଳାଳିଙ୍କୁ ପାଖାପାଖି ୨୦ ତିନି ସପ୍ତାହ (୨୦ ଦିନ)ର ବ୍ରେକ୍ ମିଳିବ ଏବଂ ସେମାନେ […]

team-india

team-india

Ranjit Kumar Jena
  • Published: Tuesday, 08 June 2021
  • Updated: 08 June 2021, 08:06 PM IST

Sports

Latest News

ଲଣ୍ଡନ: ବାୟୋ ବବଲରେ ଲମ୍ବା ସମୟ ଧରି ରହିବା କାରଣରୁ ମାନସିକ କ୍ଳାନ୍ତର ଆଶଙ୍କୁ ଦେଖି ଭାରତୀୟ ମ୍ୟାନେଜମେଣ୍ଟ ବିଶ୍ୱ ଟେଷ୍ଟ ଚାମ୍ପିୟଶିପର ଫାଇନାଲ୍ ପରେ ଖେଳାଳିଙ୍କୁ ତିନି ସପ୍ତାହର ବ୍ରେକ୍ ଦେବାକୁ ନିଷ୍ପତ୍ତି ନେଇଛି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଜୁନ୍ ୧୮ରୁ ସାଉଥାମ୍ପଟନରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଆରମ୍ଭ ହେବ। ଏହି ମୁକାବିଲା ପରେ ଭାରତୀୟ ଖେଳାଳିଙ୍କୁ ପାଖାପାଖି ୨୦ ତିନି ସପ୍ତାହ (୨୦ ଦିନ)ର ବ୍ରେକ୍ ମିଳିବ ଏବଂ ସେମାନେ ଜୁଲାଇ ୧୪ ତାରିଖରେ ପୁଣି ଏକାଠି ହୋଇ ଇଂଲଣ୍ଡ ବିପକ୍ଷ ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବାକୁଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରସ୍ତୁତି କରିବେ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ କହିଛନ୍ତି, ଇଂଲଣ୍ଡ ଯିବା ପୂର୍ବରୁ ପ୍ରେସ କନଫରେନ୍ସରେ କ୍ୟାପଟେନ୍ ବିରାଟ୍ କୋହଲି ଓ କୋଚ୍ ରବି ଶାସ୍ତ୍ରୀ କହିବା ମୁତାବକ ସେମାନଙ୍କୁ ବ୍ରେକ୍ ଦିଆଯିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ଓ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ମଧ୍ୟରେ ପାଞ୍ଚରୁ ୬ ସପ୍ତାହର ବ୍ୟବଧାନ ରହିବ। ଏଥିପାଇଁ ଆମକୁ ଖେଳାଳିମାନଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ବ୍ରିଟେନ୍ ଭିତରେ ହିଁ ସେମାନଙ୍କୁ ବ୍ରେକ୍ ମିଳିବ। ସେଠାରେ ସେମାନେ ଛୁଟି ମନାଇ ପାରିବେ ଏବଂ ବନ୍ଧୁ ଓ ପରିବାର ସହ ମିଳାମିଶା କରିପାରିବେ।

ମିଳିଥିବା ସୂଚନା ଅନୁଯାୟୀ, ଟିମରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ଅନେକ ଥର ବ୍ରିଟେନ୍ ଆସିଛନ୍ତି ଏବଂ ଦେଶରେ ସେମାନଙ୍କର ଅନେକ ବନ୍ଧୁ ଓ ସମ୍ପର୍କୀୟ ଅଛନ୍ତି। ଏହି ବ୍ରେକ୍ ଭିତରେ ସେମାନେ ଚାହିଁଲେ ନିଜ ସାଙ୍ଗସାଥି ଓ ସମ୍ପର୍କୀୟଙ୍କୁ ଭେଟିପାରିବେ।

ଜୁନ୍ ୨ ତାରିଖରେ ଇଂଲଣ୍ଡ ଗସ୍ତ ପୂର୍ବରୁ ପ୍ରେସ କନଫରେନ୍ସରେ କ୍ୟାପଟେନ୍ କୋହଲିଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଏହି ୪୨ ଦିନର ବ୍ୟବଧାନ ଦ୍ବାରା ଟିମର ପ୍ରସ୍ତୁତି ପ୍ରଭାବିତ ହେବ କି? ଜବାବରେ କୋହଲି ଟିମ୍ ପାଇଁ ବ୍ରେକ୍ ମିଳିବା କଥା କହିଥିଲେ। କୋଚ୍ ରବି ଶାସ୍ତ୍ରୀ ମଧ୍ୟ କୋହଲିଙ୍କ କଥାରେ ସହମତି ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos