ଦିନିକିଆ ଅଧିନାୟକ ପଦରୁ ବି ବିଦା ହେବେ ବିରାଟ କୋହଲି!

ନୂଆଦିଲ୍ଲୀ: ଚଳିତ ବର୍ଷ ଟି-୨୦ ବିଶ୍ୱକପରୁ ଟିମ୍‌ ଇଣ୍ଡିଆ ଏକ ପ୍ରକାରର ସେମି ଫାଇନାଲ ଦୌଡ଼ରୁ ବାଦ ପଡ଼ିଛି। କେବଳ କୌଣସି ଚମତ୍କାର ହିଁ ଭାରତକୁ ଶୀର୍ଷ ୪ରେ ପହଞ୍ଚାଇ ପାରିବ। ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚରେ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଠାରୁ ଭାରତ ପରାସ୍ତ ହେବା ପରେ ଦଳର ସେମି ଫାଇନାଲ ରାସ୍ତା କଣ୍ଟକିତ ହୋଇଯାଇଛି। ତେବେ ଆସନ୍ତାକାଲି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ବିରାଟ ବାହିନୀ ମୈଦାନକୁ ଓହ୍ଲାଇବ। ଏହାପରେ ସ୍କଟଲ୍ୟାଣ୍ଡ […]

Virat

Virat

Hemant Lenka
  • Published: Tuesday, 02 November 2021
  • Updated: 02 November 2021, 09:55 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ଟି-୨୦ ବିଶ୍ୱକପରୁ ଟିମ୍‌ ଇଣ୍ଡିଆ ଏକ ପ୍ରକାରର ସେମି ଫାଇନାଲ ଦୌଡ଼ରୁ ବାଦ ପଡ଼ିଛି। କେବଳ କୌଣସି ଚମତ୍କାର ହିଁ ଭାରତକୁ ଶୀର୍ଷ ୪ରେ ପହଞ୍ଚାଇ ପାରିବ। ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚରେ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଠାରୁ ଭାରତ ପରାସ୍ତ ହେବା ପରେ ଦଳର ସେମି ଫାଇନାଲ ରାସ୍ତା କଣ୍ଟକିତ ହୋଇଯାଇଛି।

ତେବେ ଆସନ୍ତାକାଲି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ବିରାଟ ବାହିନୀ ମୈଦାନକୁ ଓହ୍ଲାଇବ। ଏହାପରେ ସ୍କଟଲ୍ୟାଣ୍ଡ ଓ ନାମିବ୍ୟା ସହ ମଧ୍ୟ ମ୍ୟାଚ୍‌ ଅଛି। ଏହି ୩ ମ୍ୟାଚ୍‌କୁ ବୃହତ୍ତ ବ୍ୟବଧାନରେ ଦଳ ଜିତିଲେ ଓ ନ୍ୟୁଜିଲ୍ୟାଣ୍ତ ୩ ମୁକାବିଲାରୁ ଗୋଟିଏ ହାରିଲେ, ସମ୍ଭବତଃ ଭାରତ ପାଇଁ ସେମି ଫାଇନାର ଦ୍ୱାର ଖୋଲିପାରେ। କିନ୍ତୁ ଏହା ସମ୍ଭବ ପରି ଲାଗୁଛି।

ତେବେ ଏସବୁ ଭିତରେ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବସିସିଆଇ ସୂତ୍ରରୁ ବଡ଼ ଖବର ଆସିଛି। ବସିସିଆଇ ଭାରତର ପ୍ରଥମ ଦୁଇ ମ୍ୟାଚ୍‌ ପ୍ରଦର୍ଶନରେ ଆଦୌ ଖୁସି ନାହିଁ। ଯଦି ଏବେ ଭାରତ ବିଶ୍ୱକପ୍‌ର ସେମିରେ ପହଞ୍ଚି ପାରିବ ନାହିଁ, ତା’ହେଲେ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ମଧ୍ୟ ବସିସିଆଇ ବିଦା କରିବାକୁ ଚିନ୍ତା କରିପାରେ।

ପୂର୍ବରୁ ସେ ନିଜେ ଟି-୨୦ ବିଶ୍ୱକପରେ ଏହି ଫର୍ମାଟରେ ଭାରତର ନେତୃତ୍ୱ ନେବେ ନାହିଁ ବୋଲି ଘୋଷଣା କରି ସାରିଛନ୍ତି। ଆଇସିସି ଇଭେଣ୍ଟରେ ବିରାଟଙ୍କ ଦୁର୍ବଳ ନେତୃତ୍ୱକୁ ଦୃଷ୍ଟିରେ ରଖି ତାଙ୍କୁ ଦିନିକିଆ ଅଧିନାୟକ ପଦରୁ ବିସିସିଆଇ ବିଦା କରିବାକୁ ଲକ୍ଷ୍ୟ ରଖିଛି।
ଚଳିତ ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଯେଉଁ ଭଳି ପ୍ରଦର୍ଶନ କରିଛି, ତା’କୁ ନେଇ ବୋର୍ଡ ଅତ୍ୟନ୍ତ କ୍ଷୁବ୍ଧ ହୋଇଛି।

ତେବେ ଟି-୨୦ ବିଶ୍ୱକପ୍‌ରେ ତିନୋଟି ମ୍ୟାଚ୍ ବାକି ରହିଛି। ଯଦି ଭାରତ ଏଗୁଡ଼ିକରେ କମବ୍ୟାକ କରିବ, ତା’ହେଲେ ବିରାଟଙ୍କ ଭାଗ୍ୟ ବଦଳି ପାରେ। ତଥାପି ବର୍ତ୍ତମାନ ସ୍ଥିତିରେ ବିରାଟ ଦିନିକିଆ ଅଧିନାୟକ ପଦ ବାଜିରେ ଲାଗିଛି ବୋଲି କୁହାଯାଇ ପାରେ।

Koo App

भारत के नए T20 कप्तान के लिए रोहित शर्मा टॉप कंटेंडर हैं, पर मेरा मानना है कि टी 20 के लिए किसी युवा खिलाड़ी को ये ज़िम्मेदारी दी जाए वैसे ऐसा माना जा रहा सेलेक्टर्स के बीच भी व्हाइट बॉल क्रिकेट में स्पलिट कैप्टेंसी को लेकर भी चर्चा होती दिख सकती है। यानि ऐसा हुआ तो विराट सिर्फ़ टेस्ट के कप्तान रह जाएँगें।

- Mohammed Azharuddin (@azharflicks) 2 Nov 2021


ଅନ୍ୟପକ୍ଷରେ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱ ଦିଆଯିବ କି ନାହିଁ, ତାହା ଏବେ ଠାରୁ ଆକଳନ କରିବା ଠିକ୍‌ ହେବନାହିଁ। ବିସିସିଆଇ ସୂତ୍ରରେ କୁହାଯାଇଛି ଯେ ଟି-୨୦ ବିଶ୍ୱକପ୍ ଶେଷ ହେବା ପରେ ହିଁ ଏସବୁ ବିଷୟରେ ନିଷ୍ପତ୍ତି ହେବ। ବିଶ୍ୱକପ ପରେ ରାହୁଲ ଡ୍ରାବିଡ୍‌ ମଧ୍ୟ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ହେବେ। ତାଙ୍କ ସହ ଆଲୋଚନା କରାଯିବା ପରେ ଦିନିକିଆ ଓ ଟି-୨୦ରେ ଭାରତର କମାଣ ସମ୍ଭାଳିବେ, ତା’ର ନିଷ୍ପତ୍ତି ନିଆଯିବ।

ଦିନିକିଆ ଓ ଟି-୨୦ ଅଧିନାୟକ ପଦ ବଦଳିବାକୁ ଥିବାବେଳେ ବିରାଟ କିନ୍ତୁ ଟେଷ୍ଟରେ ଟିମ ଇଣ୍ଡିଆର ନେତୃତ୍ୱ ନେବେ। ଏଥିରେ କୌଣସି ପରିବର୍ତ୍ତନ ହେବନାହିଁ। ବିରାଟ ଏପର୍ଯ୍ୟନ୍ତ ଆଇସିସିର ୪ଟି ଇଭେଣ୍ଟରେ ଭାରତର ନେତୃତ୍ୱ ନେଇ ସାରିଲେଣି। ୨୦୧୭ ଚାମ୍ପିୟନ୍ସ ଟ୍ରଫି, ୨୦୧୯ ବିଶ୍ୱକପ୍, ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଓ ୨୦୨୧ ଟି -୨୦ ବିଶ୍ୱକପରେ ଭାରତ ତାଙ୍କ ଅଧୀନରେ ଖେଳିଛି। ହେଲେ କୌଣସି ଗୋଟିଏ ଇଭେଣ୍ଟରେ ଟ୍ରଫି ଜିତିବାକୁ ଏଯାଏ ସକ୍ଷମ ହୋଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos