ଶେଷଥର ପାଇଁ କେବେ ଶତକ ହାସଲ କରିଥିଲେ ବିରାଟ, କ’ଣ କହୁଛି ସଂଖ୍ୟା?

ନୂଆଦିଲ୍ଲୀ: ବାରମ୍ବାର ଆଇସିସି ଇଭେଣ୍ଟରେ ଫେଲ ମାରିବା ପରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ବିରାଟ ଜଣେ ଭଲ ବ୍ୟାଟସମ୍ୟାନ, ଏଥିରେ କୌଣସି ପ୍ରକାରର ସନ୍ଦେହ ନାହିଁ। ହେଲେ ଗତ ଦୁଇ ବର୍ଷ ହେଲାଣି ବିରାଟଙ୍କ ଠାରୁ କ୍ରିକେଟ ପ୍ରେମୀ ଆଶା ଅନୁଯାୟୀ ପ୍ରଦର୍ଶନ ଦେଖିବାକୁ ପାଉନାହାନ୍ତି। ଜଣେ ମହାନ ବ୍ୟାଟସମ୍ୟାନ କାହାକୁ କୁହାଯାଏ? ରନ୍‌ ଏହାର ସାଧାରଣ ଉତ୍ତର ହୋଇପାରେ। ବିଶ୍ୱର ସବୁ ସ୍ଥାନରେ ଓ ସବୁ […]

Virat

Virat

Hemant Lenka
  • Published: Friday, 25 June 2021
  • Updated: 25 June 2021, 03:26 PM IST

Sports

Latest News

ନୂଆଦିଲ୍ଲୀ: ବାରମ୍ବାର ଆଇସିସି ଇଭେଣ୍ଟରେ ଫେଲ ମାରିବା ପରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ବିରାଟ ଜଣେ ଭଲ ବ୍ୟାଟସମ୍ୟାନ, ଏଥିରେ କୌଣସି ପ୍ରକାରର ସନ୍ଦେହ ନାହିଁ। ହେଲେ ଗତ ଦୁଇ ବର୍ଷ ହେଲାଣି ବିରାଟଙ୍କ ଠାରୁ କ୍ରିକେଟ ପ୍ରେମୀ ଆଶା ଅନୁଯାୟୀ ପ୍ରଦର୍ଶନ ଦେଖିବାକୁ ପାଉନାହାନ୍ତି।

ଜଣେ ମହାନ ବ୍ୟାଟସମ୍ୟାନ କାହାକୁ କୁହାଯାଏ? ରନ୍‌ ଏହାର ସାଧାରଣ ଉତ୍ତର ହୋଇପାରେ। ବିଶ୍ୱର ସବୁ ସ୍ଥାନରେ ଓ ସବୁ ପରିସ୍ଥିତିରେ ରନ୍‌ କରିପାରୁଥିବା ଖେଳାଳି ହିଁ ପ୍ରକୃତରେ ଜଣେ ମହାନ ବ୍ୟାଟସମ୍ୟାନ। ଅଧିକରୁ ଅଧିକ ରନ କରିବା ସହ ଶତକ ହାସଲ କରି କୀର୍ତ୍ତିମାନ ସ୍ଥାପନ କରିବା ଜଣେ ମହାନ ବ୍ୟାଟସମ୍ୟାନର ଲକ୍ଷଣ। ବିରାଟଙ୍କ ପାଖରେ ସବୁ ଥାଇ ମଧ୍ୟ ଦୀର୍ଘ ୨ ବର୍ଷ ହେଲାଣି ସେ କୌଣସି ଶତକ ହାସଲ କରିପାରୁ ନାହାନ୍ତି।

WTC Final: Virat 'Tinker man' Kohli's captaincy absolutely spot-on | Sports  News,The Indian Express

ବିରାଟଙ୍କ ପାଖରେ ଦକ୍ଷତା ରହିଛି। ବର୍ତ୍ତମାନ ଆଧୁନିକ କ୍ରିକେଟର ସେ ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ। ସେ ଟେଷ୍ଟରେ ୨୭ ଶତକ ଓ ଦିନିକିଆରେ ୪୩ଟି ସେଞ୍ଚୁରୀ ହାସଲ କରି କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଦିନିକିଆରେ ସେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିବା ସଚିନ ତେନ୍ଦୁଲକରଙ୍କ ୪୯ଟି ଶତକ ପାଖରେ ପହଞ୍ଚି ଗଲେଣି। ଏହି ରେକର୍ଡ ଠାରୁ ମାତ୍ର ୬ଟି ଶତକ ଦୂରରେ ବିରାଟ ରହିଛନ୍ତି। କ୍ରିକେଟର ୩ଟି ଯାକ ଫର୍ମାଟରେ ତାଙ୍କ ବ୍ୟାଟିଂ ହାର ୫୦ ଉପରେ ରହିଛି। ଏହି ସଂଖ୍ୟା ହିଁ ବୟାନ କରୁଛି ବିରାଟ କେତେ ଦକ୍ଷ।

ହେଲେ ବିରାଟ ଜଣେ ଭଲ କ୍ରିକେଟର ହୋଇଥିବାରୁ ତାଙ୍କ ଫ୍ୟାନ ଓ ବିଶ୍ୱବାସୀ ତାଙ୍କ ଠାରୁ ଅଧିକ ଆଶା ରଖିନ୍ତି। ବିରାଟ ଯେତେବେଳେ ପଡ଼ିଆକୁ ଓହ୍ଲାନ୍ତି ଫ୍ୟାନମାନେ ତାଙ୍କ ଠାରୁ ଶତକ ଆଶା କରନ୍ତି। ହେଲେ ଦୀର୍ଘ ୨ ବର୍ଷ ହେଲାଣି ବିରାଟ କୌଣସି ଶତକ ହାସଲ କରି ନପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେବେ ସେ ପରବର୍ତ୍ତୀ ଅନ୍ତର୍ଜାତୀୟ ଶତକ ହାସଲ କରିବେ, ତା’କୁ ସମସ୍ତେ ଅପେକ୍ଷା କରିଛନ୍ତି।

ବିରାଟ ଶେଷଥର ପାଇଁ ୨୦୧୯ ମସିହା ନଭେମ୍ବର ମାସରେ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ଭାରତ ଓ ବାଂଲାଦେଶ ମଧ୍ୟରେ କୋଲକାତାରେ ଆୟୋଜିତ ଦିବାରାତ୍ର ଟେଷ୍ଟରେ ତାଙ୍କ ବ୍ୟାଟରୁ ଶତକ ବାହାରିଥିଲା। ସେବେଠାରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୪୬ଟି ଅନ୍ତର୍ଜାତୀୟ ଇନିଂସରେ ୧୭୦୬ ରନ୍‌ କରିପାରିଛନ୍ତି। ତାଙ୍କ ବ୍ୟାଟିଂ ହାର ୪୨.୫୭ ଓ ଷ୍ଟ୍ରାଇକ ରେଟ୍‌ ୮୬ ଉପରେ ରହିଛି।

ସେ ଟେଷ୍ଟରେ ୩୪୫, ଦିନିକିଆରେ ୬୪୯ ଓ ଟି-୨୦ରେ ୭୦୯ ରନ ହାସଲ କରିଛନ୍ତି। ନଭେମ୍ବର ୨୦୧୯ରୁ ଇତି ମଧ୍ୟରେ ତାଙ୍କ ବ୍ୟାଟରୁ ମାତ୍ର ୩୮ଟି ଛକା ଦେଖିବାକୁ ମିଳିଛି। ଏହି ସଂଖ୍ୟା ଜଣେ ସାଧାରଣ ବ୍ୟାଟସମ୍ୟାନଙ୍କ ପାଇଁ ବଡ଼ ହୋଇଥାଇ ପାରେ। ହେଲେ ବିରାଟ ନିଜେ ସେଟ୍‌ କରିଥିବା ନିଜର ଷ୍ଟାଣ୍ଡାର୍ଡ ଆଗରେ ଏହା ଆଦୌ ଆଶାଜନକ ନୁହେଁ। ସେ ୪୬ଟି ଇନିଂସ ମଧ୍ୟରୁ ଗୋଟିଏରେ ହେଲେ ବି ଶତକ ହାସଲ କରିନାହାନ୍ତି।

୨୦୧୯ ନଭେମ୍ବର ମାସରୁ ଇତି ମଧ୍ୟରେ ବିରାଟଙ୍କ ଟେଷ୍ଟ କ୍ରିକେଟରେ ସର୍ବାଧିକ ସ୍କୋର ୭୪। ୨୦୨୦ ଡିସେମ୍ବର ମାସରେ ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଟେଷ୍ଟରେ ସେ ଏହି ୭୪ ରନ କରିଥିଲେ। ଏହି ଇନିଂସରେ ସେ ବେଶ ଭଲ ଭାବେ ବ୍ୟାଟିଂ କରୁଥିଲେ। କିନ୍ତୁ ରନ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ।

They will definitely start': Virat Kohli names the opening combination for  1st ODI against England | Cricket - Hindustan Times

ବିରାଟ ୨୦୧୯ ଅଗଷ୍ଟ ୧୪ରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆରେ ଶେଷଥର ପାଇଁ ଶତକ ହାସଲ କରିଥିଲେ। ପୋର୍ଟ ଅଫ ସ୍ପେନରେ ସେ ଅପରାଜିତ ୧୧୪ ରନ୍‌ର ଇନିଂସ ଖେଳିଥିଲେ। ସେବେଠାରୁ ସେ ୧୫ଟି ଦିନିକିଆ ଖେଳିଥିଲେ ହେଁ କୌଣସି ଶତକ ହାସଲ କରିପାରି ନାହାନ୍ତି।

ତାଙ୍କର ସର୍ବାଧିକ ସ୍କୋର ୮୯ ରହିଛି। ବ୍ୟାଟିଂ ହାର ୪୩.୨୬। ସେ ଦୁଇଥର ଶତକ ହାସଲ କରିବା ନିକଟରେ ପହଞ୍ଚିଥିଲେ। ଦୁଇ ଥର ଅଷ୍ଟ୍ରେଲିଆ ବିପକ୍ଷରେ ୮୯ ରନ ଲେଖାଏ କରିଥିଲେ ହେଁ ଶତକ ହାସଲ କରିପାରି ନାହାନ୍ତି।

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଟି-୨୦ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ଅପରାଜିତ ୯୪। ୨୦୧୯ ଡିସେମ୍ବର ମାସରେ ସେ ୯୪ ରନ୍‌ର ଇନିଂସ ଇଣ୍ଡିଜ ଟିମ୍‌ ବିପକ୍ଷରେ ଖେଳିଥିଲେ। ଟି-୨୦ର ୧୭ଟି ଇନିଂସ୍‌ରେ ବ୍ୟାଟିଂ କରିଥିବା ବିରାଟ ୯୪ ରନ୍‌ରୁ ଅଧିକ କରିବାକୁ ସକ୍ଷମ ହୋଇନାହାନ୍ତି। ତେବେ ତାଙ୍କର ଟି-୨୦ରେ ବ୍ୟାଟିଂ ହାର ୬୪.୪୫ ରହିଛି।

Virat Kohli needs 41 runs in India vs England 2nd ODI to go past Graeme  Smith in list of legends | Cricket - Hindustan Times

ଆମେ ଯଦି ୨୦୧୯ ନଭେମ୍ବର ଠାରୁ ଏବେକା ମଧ୍ୟରେ ବ୍ୟାଟିଂ ଚାର୍ଟ ଦେଖିବା, ତା’ହେଲେ ସେ ୪୬ଟି ଇନିଂସ୍‌ରେ ୧୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ବ୍ୟାଟିଂ ହାର ୪୨.୫୭ ଓ ଷ୍ଟ୍ରାଇକ ରେଟ ୮୬.୦୫ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story